• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ହୋଲିରେ କେମିକାଲ ମିଶ୍ରିତ ରଙ୍ଗ ଖେଳି ୨୦ ଗୁରୁତର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l

ଗତ ୨୬ ତାରିଖରେ କଣ୍ଟାବାଞ୍ଜି ସହରର ଅଶୋକନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇ ଥିଲେ l ଏହାର ପ୍ରଭାବ ଗତକାଲି ସଂଧ୍ୟାରେ ଦେଖିବାକୁ ମିଳିଥିଲା । ଶରୀରରେ କ୍ଷତ ଦାଗ ସୃଷ୍ଟି ହେବା ପରେ ରାତିରେ ସମସ୍ତଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଛି l ତେବେ ଏନେଇ କଣ୍ଟାବାଞ୍ଜି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ l ରଙ୍ଗରେ ବିପଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି l