• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିନେ ମୋଦିଙ୍କ ପାଇଁ ପରିଚିତ ହୋଇଥିଲେ । ଆଉ ଆଜି ସେହି ମୋଦିଙ୍କ ବିରୋଧରେ ଲଢ଼ୁଛନ୍ତି ନିର୍ବାଚନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁକରଣ କରି ଇଣ୍ଟରନେଟ୍‌ ସେନ୍‌ସସନ୍‌ ପାଲଟିଯାଇଥିଲେ ଶ୍ୟାମ ରଙ୍ଗିଲା । ୨୦୧୭ ମସିହାରେ ତାଙ୍କ ଭିଡିଓ ଭାଇରାଲ ହୋଇଥିଲା ଏବଂ ରାତାରାତି ସେ ଷ୍ଟାର ପାଲଟି ଯାଇଥିଲେ । ତେବେ ଏହାରି ମଧ୍ୟରେ ବିତିଯାଇଛି ୭ ବର୍ଷ । ସାତ ବର୍ଷ ପରେ ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଶ୍ୟାମ ।

ଏକ ଭିଡିଓରେ ସେ କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି, ସେନେଇ ବିସ୍ତୃତ ଭାବେ କହିଛନ୍ତି ଶ୍ୟାମ୍‌ । ତେବେ ରାଜନୀତିରେ ଏହା ତାଙ୍କର ଡେବ୍ୟୁ ନୁହେଁ । ୨୦୨୨ରେ ରାଜସ୍ଥାନରେ ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ରାହୁଲଙ୍କୁ ପାକିସ୍ତାନର ପ୍ରଶଂସା, ମୋଦି ଦେଲେ କଡ଼ା ଜବାବ

୧୯୯୪ ମସିହାରେ ରାଜସ୍ଥାନର ହନୁମାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ରଙ୍ଗିଲା । ଏକ କୃଷିକ ପରିବାରୁ ଆସିଥିବା ଶ୍ୟାମଙ୍କ ଇଚ୍ଛା ଥିଲା ହାସ୍ୟ ଅଭିନେତା ହେବାକୁ । ତାଙ୍କର ପ୍ରକୃତ ନାମ ହେଉଛି ଶ୍ୟାମ ସୁନ୍ଦର । ସେ ୨୦୧୭ରେ Great Indian Laughter Challenge show ରେ ଭାଗ ନେଇଥିଲେ। କିନ୍ତୁ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ଅନୁକରଣ ପାଇଁ ତାଙ୍କୁ ଏହି ସୋ’ରୁ ବହିଷ୍କାର କରାଯାଇଥିଲା।

ସେହି ଶୋ’ର ଭିଡିଓ କେବେ ବି ପ୍ରସାରିତ ହୋଇନଥିଲା । କିନ୍ତୁ କୌଣସି ପ୍ରକାରରେ ସେହି ଭିଡିଓ ଲିକ୍ ହୋଇଯାଇଥିଲା । ସେତେବେଳେ ଯଦିଓ ଶ୍ୟାମ ରଙ୍ଗିଲା ମୋଦିଙ୍କୁ ସମାଲୋଚନା କରିଥିଲେ କିନ୍ତୁ ସେ ଜଣେ ମୋଦିଙ୍କ ପ୍ରଶଂସକ ବୋଲି କହିଥିଲେ ।

୨୦୨୨ ମସିହାରେ ଶ୍ୟାମ ରାଜସ୍ଥାନରେ ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଦଳରେ କୌଣସି ପଦ ପଦବୀ ବିନା ସେ ସ୍ୱାଧୀନ ଭାବେ କାର୍ଯ୍ୟ କରିଥିଲେ । ଶ୍ୟାମ ରଙ୍ଗିଲା ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। ଏହି ଚ୍ୟାନେଲର ସବସ୍କ୍ରାଇବର ୯ ଲକ୍ଷରୁ ଅଧିକ ରହିଛି । ଏହି ଚ୍ୟାନେଲରେ ତାଙ୍କର ଷ୍ଟାଣ୍ଡ ଅପ୍‌ କମେଡି ଭିଡିଓ ରହିଛି । ତେବେ ମେ’ ୧ରେ ସେ ବାରାଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ବଡ଼ ବୟାନ; କହିଲେ ‘ସଙ୍କଟରେ ଅଛି ଓଡ଼ିଆ ଭାଷା’