• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ହ୍ୱାଟ୍ସଆପର ବଡ ନିଷ୍ପତ୍ତି 

  • ସ୍ମାର୍ଟଫୋନ୍‌ରେ ଆଉ ଚାଲି ନ ପାରେ ହ୍ୱାଟ୍ସଆପ 

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‌ରେ ଆଉ ଚାଲି ନ ପାରେ ହ୍ୱାଟ୍ସଆପ । ଆସନ୍ତା ନଭେମ୍ୱର ୧ ତାରିଖରୁ କିଛି ସ୍ମାର୍ଟଫୋନ୍‌ରେ ହ୍ୱାଟ୍ସଆପ୍‌ ଅଚଳ ହୋଇଯିବ। ଅଚଳ ପରେ ୟୁଜର୍ସମାନେ ହ୍ୱାଟ୍ସଆପରେ କୌଣସି ମେସେଜ୍‌ ଦେଖିପାରିବେ ନାହିଁ କି ଅନ୍ୟ ସହ ଚାଟ୍‌ କରିପାରିବେ ନାହିଁ। ଏପରିକି ଭିଡିଓ ଓ ଫଟୋ ମଧ୍ୟ ପଠାଇପାରିବେ ନାହିଁ। ଏମିତି କିଛି ସ୍ମାର୍ଟଫୋନ ରହିଛି ଯେଉଁଥିରେ ହ୍ୱାଟ୍ସଆପ୍‌କୁ ବନ୍ଦ କରାଯିବ। ଯାହାର ତାଲିକା ପାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଏକ ଘରୋଇ ଗଣମାଧ୍ୟମରେ ପ୍ରସାରିତ DNA ନ୍ୟୁଜ୍ ଶୋ'ରେ ଆଣ୍ଡ୍ରୋଏଡ୍‌ର ପୁରୁଣା ଭର୍ସନ ତଥା ଆଇଓଏସ୍ (iOS) ଭର୍ସନର ସ୍ମାର୍ଟଫୋନରେ ହ୍ୱାଟ୍ସଆପ ଚାଲିବନି । କେବଳ ଆଣ୍ଡ୍ରୋଏଡ୍‌ ଓଏସ୍‌ ୪.୧(Android OS 4.1), ଆଇଓଏସ୍ ୧୦(iOS 10) ଏବଂ ତାହାର ଉପର ଭର୍ସନର ସ୍ମାର୍ଟଫୋନ୍‌ ମାନଙ୍କରେ ହିଁ ହ୍ୱାଟ୍ସଆପ୍ ଚାଲିବ ବୋଲି ହ୍ୱାଟ୍ସଆପ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିବା ସେଥିରେ ଉଲ୍ଲେଖ କରାଯାଇଛି। 

ସେଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ସ୍ମାର୍ଟଫୋନ୍‌ ୟୁଜର୍ସ ନିଜ ଫୋନର ସେଟିଙ୍ଗକୁ ଯାଇ ଆଣ୍ଡ୍ରୋଏଡ୍‌ ଆଇଓଏସ୍‌ର ଭର୍ସନକୁ ଚେକ୍‌ କରିପାରିବେ । ଯଦି ସେମାନଙ୍କ ସ୍ମାର୍ଟଫୋନ୍‌ ନୂଆ ଭର୍ସନର ହୋଇଥିବ ତେବେ ହିଁ ସେମାନଙ୍କ ଫୋନ୍‌ରେ ହ୍ୱାଟ୍ସଆପ୍‌ ବନ୍ଦ ନ ହୋଇ ଆଗାମୀ ଦିନ ପର୍ଯ୍ୟନ୍ତ ଚାଲିବ । ହେଲେ ଯଦି ସେମାନଙ୍କର ଫୋନ୍‌ ପୁରୁଣା ହୋଇଥିବ ତେବେ ସେମାନେ ଆଉ ହ୍ୱାଟ୍ସଆପ୍‌କୁ ବ୍ୟବହାର କରିପାରିବେ ନାହିଁ ।

ଜାଣନ୍ତୁ କେଉଁ କେଉଁ ଫୋନ୍‌ରେ ଚାଲିବନି ହ୍ୱାଟ୍ସଆପ୍‌

ଆପଲ୍‌ କମ୍ପାନୀର ଆଇଫୋନ୍‌ ସିକ୍ସଏସ୍‌(iPhone 6S), ଆଇଫୋନ୍‌ ସିକ୍ସଏସ୍‌ ପ୍ଲସ (iPhone 6S Plus), ଆଇଫୋନ୍‌ ଏସ୍‌ଇ(Apple iPhone SE) ଆଦି ରହିଥିବା ବେଳେ ସ୍ୟାମ୍‌ସଙ୍ଗ କମ୍ପାନୀର ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍ (Samsung Galaxy Trend Lite), ଗାଲାକ୍ସି ଏସ୍‌.ଆଇ.ଆଇ(Galaxy SII), ଗାଲାକ୍ସି ଟ୍ରେଣ୍ଡ ଆଇ.ଆଇ(Galaxy Trend II) ,ଗାଲାକ୍ସି ଏସ୍‌ ୩ ମିନି(Galaxy S3 mini), ଗାଲାକ୍ସି କୋର(Galaxy Core), ଗାଲାକ୍ସି ଏକ୍ସ କଭର ଟୁ(Galaxy Xcover 2), ଗାଲାକ୍ସି ଏସି ଟୁ (Galaxy Ace 2) ଫୋନ୍‌ ।

ସେହିପରି ଏଲ୍‌ଜି କମ୍ପାନୀର ଅପ୍ଟିମସ୍ ଏଲ୍‌ ଫାଇଭ୍ ଡୁଆଲ୍ (Optimus L5 Dual), ଅପ୍ଟିମସ୍ ଏଲ୍‌ ଫୋର ଡବଲ ଆଇ ଡୁଆଲ୍(Optimus L4 II Dual ), ଅପ୍ଟିମସ୍ ଏଲ୍‌ ଥ୍ରୀ କ୍ୱୁ (Optimus F3Q ), ଅପ୍ଟିମସ୍ ଏଫ୍‌ ସେଭେନ୍‌ (Optimus F7), ଅପ୍ଟିମସ୍ ଏଫ୍‌ ଫାଇଭ୍(Optimus F5), ଅପ୍ଟିମସ୍ ଏଲ୍‌ ଥ୍ରୀ ଆଇଆଇ ଡୁଆଲ୍ (Optimus L3 II Dual), ଅପ୍ଟିମସ୍ ଏଲ୍ ଫାଇଭ୍ ଡବଲ ଆଇ(Optimus L5 II), ଅପ୍ଟିମସ୍ ଏଲ୍‌ ଥ୍ରୀ ଡବଲ ଆଇ (Optimus L3 II) , ଅପ୍ଟିମସ୍ ଏଲ୍ ସେଭେନ୍(Optimus L7), ଅପ୍ଟିମସ୍ ଏଲ୍ ସେଭେନ୍ ଡୁଆଲ୍‌(Optimus L7 II Dual), ଅପ୍ଟିମସ୍ ଏଲ୍ ସେଭେନ୍ ଡବଲ ଆଇ(Optimus L7 II) , ଅପ୍ଟିମସ୍ ଏଫ୍‌ ସିକ୍ସ(Optimus F6) , ଏନାକ୍ଟ(Enact), ଅପ୍ଟିମସ୍ ଏଫ୍‌ ଥ୍ରୀ (Optimus F3), ଅପ୍ଟିମସ୍ ଏଲ୍ ଫୋର ଡବଲ ଆଇ(Optimus L4 II), ଅପ୍ଟିମସ୍ ଏଲ୍ ଟୁ ଡବଲ ଆଇ(Optimus L2 II), ଅପ୍ଟିମସ୍ ନିଟ୍ରୋ ଅଚ୍‌ଡି ଓ ଫୋର ଏକ୍ସ ଏଚ୍‌ ଡି (Optimus Nitro HD and 4X HD) ।

ସେହିପରି ଜେଡ୍‌ଟିଇ କମ୍ପାନିର ଜେଡ୍‌ଟିଇ ଭି୯୫୬(ZTE V956), ଗ୍ରାଣ୍ଡ ମେମୋ (Grand Memo), ଜେଡ୍‌ଟିଇ ଗ୍ରାଣ୍ଡ ଏସ୍‌ ଫ୍ଲେକ୍ସ (ZTE Grand S Flex), ଗ୍ରାଣ୍ଡ ଅକ୍ସ କ୍ୱାଡ ଭି୯୮୭(Grand X Quad V987) ଇତ୍ୟାଦି ଭର୍ସନ ରହିଛି । ସେହିପରି ହୱାଇ କମ୍ପାନୀ ମଧ୍ୟରୁ ହୁୱାଇ ଆସେଣ୍ଡ ଜି୭୪୦(Huawei Ascend G740), ହୁୱାଇ ଆସେଣ୍ଡ ଡି କ୍ୱାର୍ଡ ‌ଏକ୍ସଏଲ୍ (Ascend D Quad XL), ଆସେଣ୍ଡ ମେଟ୍‌(Ascend Mate, ଆସେଣ୍ଡ ପି ୱାନ୍‌ ଏସ୍ (Ascend P1 S), ଆସେଣ୍ଡ ଡି ଟୁ(Ascend D2), ଆସେଣ୍ଡ ଡି ୱାନ୍ କ୍ୱାର୍ଡ ‌ଏକ୍ସଏଲ୍ (Ascend D1 Quad XL) ଆଦି ମଡେଲ୍‌ର ଫୋନ୍‌ରେ ହ୍ୱାଟ୍ସଆପ୍‌କୁ ବ୍ୟାନ୍‌ କରାଯାଇଛି । ଯାହା ଫଳରେ ଆଗାମୀ ଦିନରେ ଉକ୍ତ ଫୋନ୍‌ ଗୁଡିକରେ ହ୍ୱାଟ୍‌ଆପ୍‌ ଅଚଳ ହୋଇଯିବ ।