• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟିକେଟ କରି ମଧ୍ୟ ଟ୍ରେନରେ ଚଢ଼ିପାରିଲେନି ଯୁବକ । ରାଗରେ ଭାଙ୍ଗିଲେ ଟ୍ରେନ ଝରକାର କାଚ । ଏସି କୋଚରେ ଚଢ଼ିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଠିକ୍ ଟାଇମରେ ଚ୍ରେନ ଛାଡ଼ିଦେଲା । ଆଉ ଏହା ସହ ଟ୍ରେନର ଡୋର୍ ମଧ୍ୟ ବନ୍ଦ ହୋଇଗଲା । ଫଳରେ ଯାତ୍ରୀଜଣକ ଭୀଷଣ ଭାବେ ରାଗି ଯାଇଥିଲେ ଓ ଟ୍ରେନ ଝରକାର କାଚ ଭାଙ୍ଗି ଦେଇଥିଲେ ।

ଏହି ଘଟଣାଟି ପୂରା ଇଣ୍ଟରନେଟ୍ କୁ ଚକିତ କରି ଦେଇଛି । ସୋସିଆଲ ମିଡିଆ ସାଇଟ X ରେ ଏକ ଭିଡିଓଟି ପ୍ରବଳ ମାତ୍ରାରେ ଭାଇରାଲ ହେଉଛି । ଘର୍ କେ କଲେଶ ନାମକ ଏକ ଲୋକପ୍ରିୟ ଆକାଉଣ୍ଟ ଏହି ଭିଡିଓ ପୋଷ୍ଟ କରିଛି । ଏପ୍ରିଲ ୧୯ ତାରିଖରେ ସୋସିଆଲ ମିଡିଆରେ ଏହି ୩୨ ସେକେଣ୍ତର ଭିଡିଓଟି ପୋଷ୍ଟ ହୋଇଛି । ପୋଷ୍ଟର କ୍ୟାପସନ୍ ଅନୁଯାୟୀ ଘଟଣାଟି କଫିଆତ୍ ସୁପରଫାଷ୍ଟ ଏକ୍ସପ୍ରେସରେ ଘଟିଛି ।

ବ୍ୟକ୍ତି ଜଣକ ଟ୍ରେନରେ ଏସି ଟିକେଟ କାଟିଥିବା ବେଳେ, ଟିକେଟ କରିନଥିବା ଲୋକମାନେ ତାଙ୍କୁ ଚଢ଼େଇ ଦେଇନଥିଲେ । ଫଳରେ ବ୍ୟକ୍ତିଜଣକ ଭୀଷଣ ଭାବେ ରାଗି ଯାଇ ଟ୍ରେନର କାଚ ଭାଙ୍ଗି ଦେଇଥିଲେ । ଭିଡିଓରେ ଦେଖାଯାଉଛି ଯେ,ଟ୍ରେନର ଡୋର୍ ସାମ୍ନାରେ ପ୍ରବଳ ଲୋକ ରହିଛନ୍ତି ।

ସେ ସମୟରେ ବ୍ୟକ୍ତିଜଣକ ଡୋର୍ ଖୋଲିବାକୁ କହିଥିବା ବେଳେ, ଅନ୍ୟ ଯାତ୍ରୀମାନେ କହିଥିଲେ ଜାଗା ନାହିଁ । ଏଥିରେ ରାଗିଯାଇ କବାଟର କାଚ ଭାଙ୍ଗିଥିଲେ ଯୁବକ । ଫଳରେ ପରବର୍ତ୍ତୀ ସମୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପ୍ରାୟ ଏକ ସପ୍ତାହ ପୂର୍ବରୁ କାଶୀ ଏକ୍ସପ୍ରେସର ଏସି-୨ କୋଚରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏକ ଭିଡିଓ ପୋଷ୍ଟ କରିଥିଲେ ।

ସେଥିରେ ସେ କହିଥିଲେ, ବଗିରେ ଏସି କାମ କରୁନି, ଖାଦ୍ୟ କିମ୍ବା ଜଳ ମଧ୍ୟ ଦିଆଯାଉ ନାହିଁ । ଭାରତୀୟ ରେଳବାଇ ସହିତ ଜଡିତ ଅନ୍ୟ ଏକ ଘଟଣାରେ ଜଣେ ମହିଳା ବିନା ଟିକେଟରେ ଯାତ୍ରା କରୁଥିବା ବେଳେ ସହଯାତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଛି ।

ମହିଳାଙ୍କର ଏପରି ଆଚରଣକୁ ଇଣ୍ଟରନେଟ ଘୃଣା କରିଛି । ଉକ୍ତ ଭିଡିଓରେ ସେ ଜବରଦଖଲ କରିଥିବା ଏକ ଆସନ ଖାଲି କରିବାକୁ ମନା କରିଦେଇଥିଲେ । ତେବେ ରେଳବାଇ ତୁରନ୍ତ ଉକ୍ତ ଭାଇରାଲ ଭିଡିଓର ଜବାବ ମଧ୍ୟ ରଖିଥିଲା ।