• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

  • ଅଭିଯୁକ୍ତ ବିରୋଧରେ ୧୦ ବର୍ଷ କଠୋର ଜେଲ ଦଣ୍ଡାଦେଶକୁ ସମର୍ଥନ

ମୁମ୍ବାଇ : ଦୁଷ୍କର୍ମ ଅଟେ ଯୌନ ସମ୍ମନ୍ଧ ନରଖି ଦିଆଯାଇଥିବା ଯୌନ ନିର୍ଯାତନା । ଜଣେ 33 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରି କହିଛନ୍ତି ବମ୍ବେ ହାଇକୋର୍ଟ । ଯୌନ ସମ୍ପର୍କ ନରଖି ମଧ୍ୟ ଦିଆ ଯାଇଥିବା ଯୌନ ନିର୍ଯାତନା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 376 ଅନୁଯାୟୀ ଦୁଷ୍କର୍ମ ପରିଭାଷା ଅଧୀନରେ ଆସୁଛି । ୨୦୧୯ରେ ଟ୍ରାଏଲ କୋର୍ଟରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥିବା ୧୦ ବର୍ଷର କଠୋର କାରାଦଣ୍ଡକୁ ସମର୍ଥନ କରିଛନ୍ତି ଜଷ୍ଟିସ୍ ରେବତୀ ମୋହିତେ-ଡେରେ । ଗତ ମାସରେ ହୋଇଥିବା ଶୁଣାଣିରେ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ତେବେ ଟାଏଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପୀଡ଼ିତାଙ୍କ ସହ ଯୌନ ସମ୍ପର୍କ ନାହିଁ ବୋଲି ଅଦାଲତରେ ଆବେଦନ କରିଥିଲେ ଅଭିଯୁକ୍ତ । ସେପଟେ ଫୋରେନସିକ୍ ତଦନ୍ତରେ ଯୌନ ନିର୍ଯାତନା ମାମଲା ପ୍ରମାଣିତ ହୋଇଥିବା କହିଛନ୍ତି ହାଇକୋର୍ଟ । ପୀଡ଼ିତା ଯୌନ ନିର୍ଯାତନାର ଶିକାର ହୋଇଥିବା ଘଟଣାସ୍ଥଳରୁ ନିଆଯାଇଥିବା ମାଟିର ନମୁନା ଏବଂ ଅଭିଯୁକ୍ତର ପୋଷାକ ତଥା ପୀଡ଼ିତାଙ୍କ ଶରୀରରୁ ମିଳିଥିବା ମାଟି ଖଣ୍ଡ ଗୁଡ଼ିକ ମେଳ ଖାଉଛି । ଫୋରେନସିକ୍ ରିପୋର୍ଟରେ ଏହା ପ୍ରମାଣିତ ହୋଇଥିବା କହିଛନ୍ତି ବମ୍ବେ ହାଇକୋର୍ଟ। ଆଉ ଏହି ସବୁ ପ୍ରମାଣରୁ ସ୍ପଷ୍ଟ ହୋଇଛି, ମହିଳା ଜଣକ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ତେବେ ଏହି ମାମାଲାରା ସାକ୍ଷୀର କୌଣସି ବି ଦଲିଲ୍ ଖାସ୍ ଗୁରୁତ୍ୱ ବହନ କରୁନାହିଁ । ମହିଳାଙ୍କ ଯୌନାଙ୍ଗକୁ ଆଙ୍ଗୁଠିରେ ଛୁଇଁବା ମଧ୍ୟ ଆଇନ ଅନୁଯାୟୀ ଏକ ଅପରାଧ ବର୍ଗରେ ଅନ୍ତର୍ଭୁକ୍ତ ।

ଫ୍ରିପ୍ରେସ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ମହିଳା ଜଣକ ତାଙ୍କ ଘର ନିକଟ କାଳୀ ମାତା ମନ୍ଦିରକୁ ଯାଇଥିଲେ ଏବଂ ଏଠାରୁ ଅଭିଯୁକ୍ତ ତାଙ୍କୁ ମେଳା ଦେଖାଇବା ବାହାନାରେ ନେଇ ଯାଇଥିଲେ । ଆଉ ସେଠାରୁ ମହିଳାଙ୍କୁ ବଳପୂର୍ବକ ଭାବେ ଏକ ବୁଦା ଭିତରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ତେବେ ଭୟରେ ଚିତ୍କାର କରିବା ସହ ମହିଳା ଜଣକ କାନ୍ଦିବା କାରଣରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା । ତେବେ ସନ୍ଦେହ ହେବାରୁ ମହିଳାଙ୍କୁ ତାଙ୍କ ପରିବାର ଲୋକ ନିକଟସ୍ଥ ସ୍ଥାନରେ ଖୋଜାଖୋଜି କରୁଥିଲେ ।

ପୀଡିତାଙ୍କୁ କାନ୍ଦୁଥିବା ଦେଖି ତାଙ୍କ ମା’ ପଚାରିବା ପରେ ମହିଳା ଜଣକ ସବୁକିଛି କହିଥିଲେ। ଏହା ସହିତ ସେ ରାସ୍ତା ପାର୍ଶ୍ୱରେ ଉପସ୍ଥିତ ଅଭିଯୁକ୍ତଙ୍କ ଆଡକୁ ମଧ୍ୟ ଅଙ୍ଗୁଳି ଦେଖାଇଥିଲେ । ଓକିଲଙ୍କ କହିବା ଅନୁସାରେ, ପରିବାର ସଦସ୍ୟ ଅଭିଯୁକ୍ତକୁ ଧରିବା ସହ ପୋଲିସର ଜିମା ଦେଇଥିଲେ । ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଅଭିଯୁକ୍ତଙ୍କୁ ବଳାତ୍କାର ଓ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।