• translate
Sarbeswar

News Highlights

  • କେନ୍ଦ୍ରର ବଡ଼ ନିଷ୍ପତ୍ତି

  • OBC ଙ୍କୁ ମିଳିବ ସଂରକ୍ଷଣ

ନୂଆଦିଲ୍ଲୀ: ମେଡ଼ିକାଲରେ ପାଠ ପଢିବା ପାଇଁ ଇଚ୍ଛୁକ ଥିବା ପଛୁଆ ବର୍ଗ ପିଲାଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସର ପିଲାଙ୍କ ଲାଗି ଏଣିକି ସଂରକ୍ଷଣ ରହିବ ସିଟ୍। (MBBS / MD / MS / Diploma / BDS / MDS) ପାଠ୍ୟକ୍ରମ ଲାଗି ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କ ଲାଗି ୧୦ ପ୍ରତିଶତ ସିଟ୍‌ ସଂରକ୍ଷଣ ରହିବ ବୋଲି ସୂଚନା ମିଳିଛି। ତେବେ ଏହି ନିଷ୍ପତ୍ତି ସାରା ଦେଶରେ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ୨୦୨୧-୨୦୨୨ ଶିକ୍ଷାବର୍ଷଠାରୁ ଲାଗୁ ହେବା ନେଇ ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରତ୍ୟେକ ବର୍ଷ ୧୫୦୦ ପଛୁଆ ବର୍ଗ (MBBS) ପାଇଁ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍‌ରେ ନାମ ଲେଖାଇବା ବେଳେ ଏହାର ଲାଭ ଉଠାଇପାରିବେ। ଠିକ୍ ସେହିପରି ଆର୍ଥିକ ଅନଗ୍ରସର ପିଲାମାନେ (MBBS)ରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି।

୨୦୦୭ ମସିହା ପର୍ଯ୍ୟନ୍ତ AIQ ଅନୁସାରେ କୌଣସି ନଥିଲା। କିନ୍ତୁ ୨୦୦୭ ମସିହାରେ ସୁପ୍ରିମକୋର୍ଟ ଏସ୍‌.ସିଙ୍କ ପାଇଁ ୧୫ ପ୍ରତିଶତ ଓ ଏସ୍‌.ଟିଙ୍କ ଲାଗି ୭.୫ ପ୍ରତିଶତ ସିଟ୍‌ ଆରକ୍ଷଣ ରଖିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ। ଆଉ ଏହାପରେ ପଛୁଆ ବର୍ଗ ପିଲାମାନେ ମଧ୍ୟ ଏହାର ଲାଭ ପାଇବାକୁ ଲାଗିଥିଲେ। କିନ୍ତୁ ଏହି ସଂରକ୍ଷଣ ବ୍ୟବସ୍ଥା ଦେଶର କିଛି କଲେଜ୍‌ରେ ଲାଗୁ ହୋଇଥିବା ନେଇ ସୂଚନା ରହିଛି। ଆଉ ଏବେ ଏହା ସମସ୍ତ କଲେଜ୍‌ରେ ଲାଗୁ ହେବା ପରେ ପୂରା ଦେଶର ଶିକ୍ଷର୍ଥୀମାନେ ଏହାର ସିଧାସଳଖ ଲାଭ ପାଇବେ।

ପଛୁଆ ବର୍ଗ ଏବଂ EWS କୁ ସଂରକ୍ଷଣର ସୁବିଧା ପ୍ରଦାନ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇସାରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପିଏମ ମୋଦୀ ମଧ୍ୟ କିଛି ଦିନ ପୂର୍ବରୁ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଅଲ ଇଣ୍ଡିଆ କୋଟା ଅନ୍ତର୍ଗତ ଓବିସି ପାଇଁ ସଂରକ୍ଷଣର ଦାବି ଦୀର୍ଘ ଦିନ ଧରି ହୋଇଆସୁଥିଲା। ଆଉ ଗତ ୨୬ ତାରିଖରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା।

Other Stories

  • Heavy Rainfall
    Weather ବଙ୍ଗୋପସାଗରରେ ଲଘୁଚାପ: ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

    କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତାସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଯାଜପୁର,...

  • cloudburst
    National କାହିଁକି ହେଉଛି ବାଦଲ ଫଟା ବର୍ଷା?

    ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର...

  • Odisha Secretariat
    Miscellaneous ରାଜ୍ୟରେ ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ସରକାର

    ଏଥିସହ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ବି ମିଳିଛି।  ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ସଚିବ  ରହିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣାଙ୍କୁ ଯୁବ ଓ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।