• translate
Pramod Behera

ନୂଆଦିଲ୍ଲୀ : ଗତ କିଛି ମାସ ଧରି ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟତା ରାଜ୍ୟରେ ଦଳର ଦୁର୍ଦ୍ଦଶା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମସ୍ତଙ୍କ ଓଠରେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କାଙ୍କ ସକ୍ରିୟତା ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିପାରିବ କି? ଦଳ ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ସମର୍ଥ ହେବ କି? ତେବେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ଉତ୍ତରପ୍ରଦେଶ ରାଜନୀତିରେ ଧର୍ମ ଓ ଜାତିର କକ୍‌ଟେଲ୍‌କୁ ବୁଝିବାକୁ ପଡିବ।

ବିକାଶ ଓ ପ୍ରଗତି ବିଷୟରେ ଯେତେ ବି କଥା ଉଠୁ ନା କାହିଁକି, ଜାତି ଓ ଧର୍ମ ବିନା ଉତ୍ତରପ୍ରଦେଶର ରାଜନୀତିକୁ ବୁଝିବା କଷ୍ଟକର। ବର୍ତ୍ତମାନ ରାଜ୍ୟର ଜନସଂଖ୍ୟାର ପ୍ରାୟ ୭୦-୭୫ ପ୍ରତିଶତ କିଛି ନିର୍ଦ୍ଦିଷ୍ଟ ଦଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଗତ ତିନି ଦଶନ୍ଧି ଧରି ଏହି ଧାରା ଲାଗିରହିଛି। ଏହାରି ଭିତରେ କଂଗ୍ରେସ ରାଜ୍ୟରେ ନିଜର ଗଡ ଖୋଜୁଥିବା ବେଳେ ଏହାଏ ବିଫଳ ହୋଇଛି।

Priyanka Gandhi and congress future in up assembly electionଉତ୍ତର ପ୍ରଦେଶରେ ପ୍ରିୟଙ୍କାଙ୍କ ମହିଳା କାର୍ଡ

୨୦୧୭ ବିଧାନସଭା ନିର୍ବାଚନ କଥା ଉଠିଲେ ବିଜେପି ୩୯.୬୭ ପ୍ରତିଶତ, ଏସ୍‌ପି ୨୨.୨୩ ପ୍ରତିଶତ, ବିଏସ୍‌ପି ୨୧.୮୨ ପ୍ରତିଶତ ପାଇଥିଲା। କଂଗ୍ରେସ ୬.୨୫ ପ୍ରତିଶତ ଭୋଟ୍ ପାଇଥିଲା। ସେହି ନିର୍ବାଚନକୁ ବିଜେପି ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଲଢିଥିବାରୁ ୨୦୧୨ ତୁଳନାରେ ସର୍ବାଧିକ ଲାଭ ପାଇଥିଲା। ସବୁଠାରୁ ଅଧିକ କ୍ଷତି ବିଏସ୍‌ପିକୁ ହୋଇଥିଲା

ସେହିପରି କଂଗ୍ରେସର ଭୋଟ୍ ପ୍ରତିଶତ ମଧ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଦଳର ଭୋଟ୍ ପ୍ରତିଶତ ୫.୪ ପ୍ରତିଶତ ହ୍ରାସ ପାଇଥିଲା। ଏସ୍‌ପିର ଭୋଟ୍ ପ୍ରତିଶତ ମାତ୍ର ୩.୭ ପ୍ରତିଶତ ହ୍ରାସ ପାଇଥିଲା। ଏହି ତିନୋଟି ଦଳର ମୋଟ ଭୋଟ୍ ଶତକଡାରେ ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଏହା ବ୍ୟତୀତ ଅନ୍ୟ ଛୋଟ ଦଳର ଭୋଟ୍ ପ୍ରତିଶତ ମଧ୍ୟ ହ୍ରାସ ପାଇଥିବା ବେଳେ ବିଜେପିର ଭୋଟ୍୨୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ରାଜ୍ୟ ରାଜନୀତିକୁ ନଜର ରଖୁଥିବା ଲୋକେ ଅସ୍ୱୀକାର କରିବେ ନାହିଁ ଯେ ରାଜ୍ୟର ତିନି ଦଳ, ବିଜେପି, ଏସ୍‌ପି ଓ ବିଏସ୍‌ପିର ନିଜସ୍ୱ ଏକ ଦୃଢ ଭୋଟ୍ ବ୍ୟାଙ୍କ ଅଛି। ସେମାଙ୍କର ହାର୍ଡକୋର ଭୋଟର ଅଛନ୍ତି, ଯେଉଁମାନେ କୌଣସି ପରିସ୍ଥିତିରେ ନିଜ ଦଳଠାରୁ ଦୂରେଇ ଯାଆନ୍ତି ନାହିଁ। ଏହିଠାରେ କଂଗ୍ରେସ ହିଁ କେବଳ୍ ମାଡ ଖାଇଯାଏ। ଏହାର କୌଣସି ଦୃଢ ଭୋଟ୍ ବ୍ୟାଙ୍କ ନାହିଁ।

୨୦୧୪ ଲୋକସଭା ନିର୍ବାଚନ ଓ ପରବର୍ତ୍ତୀ ସମସ୍ତ ନିର୍ବାଚନରେ ​​ବିଜେପି ଉତ୍ତରପ୍ରଦେଶରେ ଏକ ସ୍ୱତନ୍ତ୍ର ଭୋଟ୍ ବ୍ୟାଙ୍କ୍‌ ବିକଶିତ କରିଥିଲା। ସେତେବେଳେ ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶର ତତ୍କାଳୀନ ବିଜେପି ପ୍ରଭାରୀ ଅମିତ ଶାହା ଏହି ସମୀକରଣର ଉଦ୍ଭାବନ କରିଥିଲେ ଏବଂ ଏହା ପରେ ଏହି ସମୀକରଣ ସମସ୍ତ ନିର୍ବାଚନରେ ​​ବିଜେପି ବିଜୟର ଆଧାର ହୋଇପାରିଛି। ରାଜ୍ୟରେ ଅଣ ଯାଦବ ଓବିସି ଭୋଟ୍ ଉପରେ ବିଜେପି ବାଜି ମାରିଛି। ଏହା ସହିତ ବିଜେପି ପାଖରେ ହିନ୍ଦୁତ୍ୱର କାର୍ଡ ମଧ୍ୟ ପୂର୍ବରୁ ଅଛି।

ଉତ୍ତରପ୍ରଦେଶ ରାଜନୀତିରେ ଏସ୍‌ପି ମଧ୍ୟ ନିଜର ଭୋଟ୍ ବ୍ୟାଙ୍କକୁ ଧରି ରଖିଛି। ୨୦୧୭ ବିଧାନସଭା ନିର୍ବାଚନରେ ​​ଦଳର ଭୋଟ୍ ପ୍ରତିଶତ ଅଧିକ ପ୍ରଭାବ ପକାଇ ନ ଥିଲା। ୨୦୧୨ ତୁଳନାରେ ସେହି ଦଳ ମାତ୍ର ୩.୭ ପ୍ରତିଶତ କମ୍ ଭୋଟ୍ ପାଇଛି। ରାଜ୍ୟରେ ଯାଦବ ଏବଂ ମୁସଲମାନ ସମ୍ପ୍ରଦାୟକୁ ଏସ୍‌ପିର ଗୁରୁତ୍ୱପୂର୍ଣ୍ଣ ଭୋଟ୍ ବ୍ୟାଙ୍କ୍‌ ଭାବେ ବିବେଚନା କରାଯାଏ।

୨୦୧୭ ନିର୍ବାଚନରେ ​​ବିଏସ୍‌ପି ଭୋଟ୍ ହାରରେ ସର୍ବାଧିକ କ୍ଷତି ସହିଛି। ୨୦୧୨ ନିର୍ବାଚନ ତୁଳନାରେ ଏହା ୭.୭ ପ୍ରତିଶତ କମ୍ ଭୋଟ୍ ପାଇଛି। ତଥାପି ବିଏସ୍‌ପିର ଭୋଟ୍ ପ୍ରାୟ ୨୨ ପ୍ରତିଶତ ରହିଥିଲା।

୧୯୮୯ ଡିସେମ୍ବର ୫ରେ, ନାରାୟଣ ଦତ୍ତ ତିୱାରୀଙ୍କ ନେତୃତ୍ୱରେ ଶେଷ କଂଗ୍ରେସ ସରକାର ଉତ୍ତରପ୍ରଦେଶରେ ପତନ ହୋଇଥିଲା। ଏହା ପରେ ରାଜ୍ୟରେ ଆରମ୍ଭ ହୋଇଥିବା ମଣ୍ଡଳ ଏବଂ କମଣ୍ଡଳ ରାଜନୀତିରେ କଂଗ୍ରେସ ବହୁ ଦୂରକୁ ଯାଇଥିଲା। ଏହି ରାଜନୀତିରେ ଦଳର ମୂଳ ଭୋଟରମାନେ ବିଛିନ୍ନ ହୋଇ ଯାଇଥିଲେ। ପଛୁଆ ତଥା ଦଳିତ ଜାତିର ସର୍ବବୃହତ ଭୋଟ୍ ବ୍ୟାଙ୍କ୍‌ ଏସ୍‌ପି ଓ ବିଏସ୍‌ପିକୁ ଯାଇଥିଲେ। ପରେ ଉଚ୍ଚ ଜାତି, ବିଶେଷକରି ବ୍ରାହ୍ମଣ ସମ୍ପ୍ରଦାୟ, ବିଜେପି ଆଡକୁ ଢଳିଥିଲେ। ଯେତେବେଳେ କଂଗ୍ରେସ ଉତ୍ତରପ୍ରଦେଶକୁ ପାଞ୍ଚ ଜଣ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଦେଇଥିଲା ସେତେବେଳେ ଏହା ହୋଇଥିଲା।

Priyanka Gandhi and congress future in up assembly electionଜାତି-ଧର୍ମରେ ବନ୍ଧା ୟୁପି ଭୋଟ୍ : କାମ ଦେବ କି ପ୍ରିୟଙ୍କାଙ୍କ ମହିଳା କାର୍ଡ

ହିନ୍ଦୁତ୍ୱ ଓ ଜାତିର ଏହି ରାଜନୀତିରେ କଂଗ୍ରେସ ପଛରେ ପଡିଯାଇଛି। ସେବେଠାରୁ ଆଜି ପର୍ଯ୍ୟନ୍ତ ଦଳ ଏହି ସମୀକରଣର କୌଣସି ସନ୍ଧାନ କରିବାରେ ସକ୍ଷମ ହୋଇ ନାହିଁ। ଜାତି ଓ ଧର୍ମ ବ୍ୟତୀତ ଏକ ବିକଳ୍ପ ଭୋଟ୍ ବ୍ୟାଙ୍କ ଗଠନ କରିବାକୁ କଂଗ୍ରେସ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏଥିରେ ସଫଳ ହୋଇପାରି ନାହିଁ।

ଜାତି ଓ ଧର୍ମ ଆଧାରରେ ବିଭାଜିତ ହୋଇଥିବା ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ନିଜର ନୂଆ ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଜାତି ଓ ଧର୍ମରୁ ଉର୍ଦ୍ଧ୍ୱରେ ରହି ଶ୍ରେଣୀ ଓ ମହିଳା ସଶକ୍ତିକରଣ କାର୍ଡ ଖେଳିବାକୁ ଚାହୁଁଛନ୍ତି। ସେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବା ନେଇ କଥା ଉଠେଇଛନ୍ତି। ସେ କୃଷକଙ୍କ ଋଣ ଛାଡ କରିବା ଓ ଝିଅମାନଙ୍କୁ ସ୍କୁଲ ଏବଂ ମୋବାଇଲ୍ ଫୋନ୍ ଦେବା ବିଷୟରେ କହୁଛନ୍ତି। କିନ୍ତୁ ପ୍ରଶ୍ନ ବୁଲି ବୁଲି ସେଠାକୁ ହିଁ ଆସୁଛି ଯେ ମହିଳା ଓ କୃଷକମାନେ କ’ଣ ଜାତି ଓ ଧର୍ମ ଆଧାରରେ ଭୋଟ୍ ଦିଅନ୍ତି ନାହିଁ କି?

Other Stories