• translate
Sarbeswar

News Highlights

  • ରୌପ୍ୟ ଜିତିଲେ ନିଷାଦ୍‌

  • ୨ କୁ ବଢିଲା ପଦକ ସଂଖ୍ୟା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍‌ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଥିଲେ। ତେବେ ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଆଜି ଭାବିନା ତାଙ୍କ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ। ଭାବିନାଙ୍କ ସଫଳତା ପରେ ଗୁଜରାଟ ମେହେସାନାରେ ଖୁସିର ଲହରି ଖେଳି ଯାଇଛି। ପରିବାର, ପରିଜନ, ବନ୍ଧୁ ଓ କହିବାକୁ ଗଲେ ପୁରା ସହର ସେଲିବ୍ରେସନ୍ କରୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Other Stories

  • covid19
    National କରୋନାରେ ଆକ୍ରାନ୍ତ ହୋଇ ୪ ଶିଶୁଙ୍କ ଗଲା ଜୀବନ

    କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ...

  • taliban-stops-internet
    International ଅମରୁଲ୍ଲାଙ୍କ ଟ୍ୱିଟ୍‌ର ବାର୍ତ୍ତାକୁ ଡରୁଛି କି ତାଲିବାନ?

    ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା...

  • woman allegedly raped
    Crime ବୁଲିବାକୁ ଡାକି ଗଣଦୁଷ୍କର୍ମ

    ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ...