• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଲଞ୍ଚ ହେବ ଏସିଆର ପ୍ରଥମ ଫ୍ଲାଇଙ୍ଗ କାର

  • ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା

ନୂଆଦିଲ୍ଲୀ : ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବ ହାଇବ୍ରିଟ୍‌ ପ୍ଲାଇଙ୍ଗ କାର୍‌ । ଏନେଇ ଭାରତର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭିନାଟା ଏୟାରୋମୋବିଲିଟିର ଯୁବ ଗୋଷ୍ଠୀ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର । ଯାହାର ଡେମୋ ମଡେଲ୍‌ ଦେଖିବାକୁ ଅତ୍ୟନ୍ତ ଆନ୍ଦଦାୟକ ଅଟେ । ଲୋକମାନେ ଏହି କାର୍‌ଟିକୁ ମାଲ ପରିବହନ, ଚିକିତ୍ସା ତଥା ଜରୁରୀକାଳୀନ ସେବା ଯୋଗାଇବା ପାଇଁ ବ୍ୟବହାର କରିପାରିବେ ।

ବର୍ତ୍ତମାନ ସୁଦ୍ଧା ବୋଇଙ୍ଗ, ଉବେର ଏବଂ ଏୟାରବସ୍ ଆଦି କମ୍ପାନୀଗୁଡିକ ଫ୍ଲାଇଙ୍ଗ କାର ମଡେଲ ଉପରେ କାମ କରୁଥିବା ନେଇ ଦାବି କରିଛନ୍ତି । ଏହାଛଡା MIT ଟେକ୍ନୋଲୋଜି ରିପୋର୍ଟ ଅନୁସାରେ, ଆଗାମୀ କିଛି ବର୍ଷ ମଧ୍ୟରେ ଅଟୋମୋବାଇଲ୍ ବଜାରରେ ପ୍ରାୟ ୨୦ ଟି ଫ୍ଲାଇଙ୍ଗ୍ ଗାଡି ଲଞ୍ଚ ହେବାର ସମ୍ଭାବନା ରହିଛି । ଉତ୍ତର ଆମେରିକା ଠାରୁ ୟୁରୋପ ଓ ଏସିଆ ପର୍ଯ୍ୟନ୍ତ ଅନେକ କମ୍ପାନୀ ଫ୍ଲାଇଙ୍ଗ୍ କାର୍ କିମ୍ବା ଛୋଟ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଯାନ (VTOL) ପ୍ରୋଟୋଟାଇପ୍ ତିଆରି କରିବାରେ ଲାଗିପଡିଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ଏଥିମଧ୍ୟରୁ ଅନେକ କମ୍ପାନୀ ଉଡିବା ଯାନ ପ୍ରସ୍ତୁତ କରିବେ ବୋଲି ଆଶା ରଖିଛନ୍ତି ।

ଏସବୁ ତଥ୍ୟ ଜଣାପଡୁଛି କି ଭବିଷ୍ୟତରେ ଫ୍ଲାଇଙ୍ଗ କାର୍‌ ଆସିବ, କିନ୍ତୁ କେବେ ଆସିବା ଠିକ ଭାବେ କହି ହେବନି। କାରଣ ପ୍ରତିବର୍ଷ ଏହିପରି ସମାନ୍‌ ଦାବି କରାଯାଉଛି । ଶିଳ୍ପ ବିଶେଷଜ୍ଞ ଏବଂ ଇଞ୍ଜିନିୟର୍‌ମାନଙ୍କ କହିବାନୁସାରେ, ଫ୍ଲାଇଙ୍ଗ କାରକୁ ନେଇ ଅନେକ ଲୁକ୍‌କାୟିତ ଚାଲେଞ୍ଜ ରହିଛି । ଏହାକୁ ବାସ୍ତବ ରୂପ ଦେବା ପୂର୍ବରୁ  ନିର୍ମାତା ଓ ଅଧିକାରୀମାନେ ଏହାକୁ ଦୂର କରିବା ଉଚିତ। 

ଗତ ଫେବ୍ରୁଆରୀ ମାସରେ ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏକ ଫ୍ଲାଇଙ୍ଗ୍‌ କାରକୁ ମଞ୍ଜୁରୀ ଦେଇଛି । ଏହି କାର୍‌କୁ ଟେରାଫୁଗିଆ ଟ୍ରାନ୍ସମିସନ ନାମକ ଏକ କମ୍ପାନୀ ତିଆରି କରିଛି । କାର୍‌ଟି ଆକାଶରେ ପ୍ରାୟ ୧୦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ । ଏହାସହ କମ୍ପାନୀ ଦାବି କରିଛି, କାରଟି ଉଭୟ ଭୂମି ଓ ଆକାଶରେ ଯାଇପାରିବ । କମ୍ପାନୀ ଏହିପରି ଅନେକ ଫ୍ଲାଇଙ୍ଗ କାର ଉତ୍ପାଦନ କରିବାକୁ ପ୍ରୟାସ କରୁଛି ।