• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ୱାଧୀନତା ଦିବସରେ କୋଭିଡ ପ୍ରୋଟୋକଲ ମାନିବା ଉପରେ ସରକାରଙ୍କ ଗୁରୁତ୍ୱ

  • ସମସ୍ତ ରାଜ୍ୟ ପାଇଁ ଆଡଭାଇଜରୀ ଜାରି କଲା MHA

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମରେ ଟେକ୍ନୋଲୋଜିର ଉତ୍ତମ ବ୍ୟବହାର କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିବ । ୱେବକାଷ୍ଟ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କଲେ ଲୋକଙ୍କ ଭିଡ କମ୍ ହେବ ଏବଂ କରୋନାର ଭୟ ମଧ୍ୟ ବଢ଼ିବନି ।

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ସରକାର ଉଦ୍ୟମ କରନ୍ତୁ ବୋଲି ମଧ୍ୟ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସ ଅବସରରେ କରୋନା ଯୋଦ୍ଧା, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରିବାକୁ MHA ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ କାର୍ଯ୍ୟକ୍ରମରେ କରୋନାକୁ ହରାଇ ଘରକୁ ଫେରିଥିବା ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ପ୍ରତିବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ରାଜ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନର ପରମ୍ପରା ରହିଆସିଛି । ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀଙ୍କ ସମେତ ହଜାର ହଜାର ଲୋକ ଅଂଶଗ୍ରହଣ କରନ୍ତି । କିନ୍ତୁ ଚଳିତ ବର୍ଷ କରୋନା କାରଣରୁ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । କୌଣସି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଅନୁମତି ପ୍ରଦାନ କଲେ, ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବାକୁ କୁହାଯାଇଛି ।

ଏହାସହ ଅଗଷ୍ଟ 15ରେ ମିଲିଟାରୀ ବ୍ୟାଣ୍ଡର ରେକର୍ଡ ହୋଇଥିବା ଭିଡିଓକୁ ବଡ ପରଦାରେ ଦେଖାଇବା ପାଇଁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ପ୍ରୋଗ୍ରାମକୁ ଡିଜିଟାଲ୍ ଉପାୟରେ ସଫଳ କରିବା ପାଇଁ ପ୍ରୟାସ କରାଯିବା ଉଚିତ୍ । ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ପୂର୍ବରୁ ଆଲୋଚନା କରିଛନ୍ତି । ତାଙ୍କ ଆହ୍ୱାନ ପରେ ରାଜ୍ୟ ଗୁଡ଼ିକ ମଧ୍ୟ ଏହି ଦିଗରେ ଆଗକୁ ବଢ଼ୁଛନ୍ତି। ଗତ ବର୍ଷ ଭଳି ଏଥର ମଧ୍ୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଝଲକ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ ଅଗଷ୍ଟ ୧୫ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ଅଲିମ୍ପିଆନ୍ସ । ଅଲିମ୍ପିକ୍ସରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଗ ନେଇଥିବା ସବୁ ପ୍ରତିଯୋଗୀଙ୍କୁ ଲାଲକିଲ୍ଲାରେ ଭେଟିବେ ମୋଦି । ନିଜ ବାସଭବନରେ ସେମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଟୋକିଓ ଅଲିମ୍ପିକ୍ସରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ ବି କରିବାର କାର୍ଯ୍ୟକ୍ରମ ରହିଛି ।