• translate
Sarbeswar

News Highlights

  • ବାପା ଦାୟିତ୍ୱ ତୁଲାଇ ବହୁତ ଖୁସୀ

  • ବଡ଼ ଦାୟିତ୍ୱ ଥିବା ବୋଲି କହିଲେ ଶିବରାଜ

  • ପୂର୍ବରୁ ୪ ଝିଅ, ଏବେ ୩ ଝିଅ ବିବାହ କଲେ

  • ୧୯୯୮ରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ

ଭୋପାଳ : ନିଜର ତିନି ପୋଷ୍ୟା କନ୍ୟାଙ୍କ ବିବାହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।

ପୂର୍ବରୁ ସେ ସାଂସଦ ଥିବା ସମୟରେ ଶିବରାଜ ସିଂହ ଚୌହାନ, ୧୯୯୮ ମସିହାରେ ୭ ଜଣ ଅନାଥ କନ୍ୟାଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ପୂର୍ବରୁ ୪ ଜଣଙ୍କ ବିବାହ ହୋଇସାରିଛି ଏବଂ ଆଜି ବିଦିଶାରେ ବାକି ୩ ଜଣଙ୍କ ବିବାହ ଅନୁଷ୍ଠିତ ହେଉଛି। ପୂର୍ବରୁ ବିବାହ କରିଥିବା ୪ କନ୍ୟାଙ୍କ ମଧ୍ୟରୁ ଅନ୍ୟତମ କନ୍ୟା ଭାରତୀଙ୍କର ୨୦୧୯ ମସିହା ଜୁଲାଇ ମାସରେ ଶାରିରୀକ ଦୁର୍ବଳତା କାରଣରୁ ମୃତ୍ୟୁ ମଧ୍ୟ ହୋଇସାରିଛି।

Other Stories