• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋପାଳ : କ୍ଷୀର ଦୁହାଁଇ ଦେଉନି ମଇଁଷି, ଥାନାରେ ଏତଲା ଦେଲେ ଚାଷୀ । ଏଭଲି ଘଟଣା ଘଟିଛ ମଧ୍ୟପ୍ରଦେଶର ନୟାଗା ଅଞ୍ଚଳରେ । ଏହି କ୍ରମରେ ମଇଁଷିଟିକୁ ଧରି ଅଭିଯୋଗାକରୀ ଥାନାରେ ପହଞ୍ଚି ଯାଇଛନ୍ତି । ବାବୁଲାଲ ଯାଦବ ନାମକ ବ୍ୟକ୍ତି ତାଙ୍କ ମଇଁଷି ଖୀର ଦେବାକୁ ଦେଉନଥିବା ନେଇ ଥାନାରେ ଏତଲା ଦେଇଛନ୍ତି । ଏମିତିକି ଗୁଣିସନ୍ଦେହରେ ଏଭଲି ସ୍ଥିତି ହୋଇଛି ବୋଲି ସେ ପୋଲିସକୁ କହିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୪୫ ବର୍ଷିୟ ବାବୁଲାଲ ଯାଦବ ନାମକ ଜଣେ ବ୍ୟକ୍ତି ଶନିବାର ଦିନ ନୟାଗାଓଁ ପୁଲିସ୍‌ ଷ୍ଟେସନରେ ପହଞ୍ଚି ମଇଁଷି କ୍ଷୀର ଦୁହାଁଇ ଦେଉନଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଇଁଷି ଭଲ କ୍ଷୀର ଦେଉଥିଲା । କିନ୍ତୁ କିଛି ଦିନ ହେବ ମଇଁଷିଟି ଅଜବ ବ୍ୟବହାର କରୁଛି । କ୍ଷୀର ଦୁହିଁବା ପାଇଁ ଗଲେ ମାରିବାକୁ ଧାଉଁଛି । ମଇଁଷିଟିକୁ କେହି ଗୁଣି କରିଥିବା ସେ ସନ୍ଦେହ କରୁଛନ୍ତି । ନହେଲେ ହଠାତ୍ ଏପରି କିପରି ହେବ ବୋଲି ସେ ଥାନାବାବୁଙ୍କ ଆଗରେ କହିଛନ୍ତି । ସେ କ୍ଷୀର ଦୁହିଁବା ଦେଖାଉ ନଥିବା ଗାଁର କିଛି ଲୋକ ବାବୁଲାଲଙ୍କୁ କହିଥିଲେ।

ପ୍ରଥମେ ବାବୁଲା ଏକାକୀ ଆସି ଥାନାରେ ଅଭିଯୋଗ କରିଥିଲେ। ଏତିକିରେ ତାଙ୍କର ମନ ବୁଝିଲାନି, ମିଇଁଷି ସହ ୪/୫ ଘଣ୍ଟା ପରେ ପୁଣି ପହଞ୍ଚି ଯାଇଥିଲେ । ମଇଁଷିକୁ ଥାନା ଆଗରେ ହାଜର କରାଇ ସମସ୍ୟାର ସମାଧାନ କରିବାକୁ ବିନତୀ କରିଥିଲେ । ହେଲେ ପୋଲିସ୍ ବାବୁମାନେ ଏ ସମସ୍ୟାର କ’ଣ ସମାଧାନ କରିବେ ସେ ନେଇ ଚିନ୍ତାରେ ପଡ଼ିଗଲେ । ଅଭିଯୋଗ ପାଇଁ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ସହ ଭେଟ କରାଇଥିଲେ ଥାନା ଅଧିକାରୀ । ପ୍ରାଣୀ ଚିକିତ୍ସିକଙ୍କ ସହ ଆଲୋଚନା କରିବା ବେଳେ ମଇଁଷିକୁ ଗୁଣିଗାରେଣି କରିଥିବା କଥା ଦୋହରାଇଥିଲେ ।