• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୋନପୁର: ଦୁଃଖ ସମସ୍ତଙ୍କ ଜୀବନରେ ଥାଏ । ହେଲେ କୁହାଯାଏ ଧନ ଥିଲେ ଦୁଃଖ ଲାଘବ ହୋଇଯାଏ । ଏହା କେତେ ଦୂର ସତ, ଆମେ ସେନେଇ ଆଲୋଚନା କରିବା ନାହିଁ । କିନ୍ତୁ ଆମେ ଆଜି ଏମିତି ଏକ ଘଟଣା ବିଷୟର କହିବୁ ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିବ ।

ଘଟଣାଟି ଉତ୍ତର ପ୍ରଦେଶର । ଜୋନପୁର ଅଞ୍ଚଳରେ ଆଜି ଏକ ଘଟଣା ଘଟିଛି । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖଳାଇ ଦେଇଛ । ସମସ୍ତଙ୍କ ମୁଁହରେ ସମାନ କଥା, କ’ଣ ଏମିତି ବି ହୋଇପାରେ ? ଟଙ୍କା କ’ଣ ଜୀବନଠୁ ମୂଲ୍ୟବାନ ? ଟଙ୍କା ନାହିଁ ବୋଲି କ’ଣ ଜୀବନ ହାରିଦେବା ? ଏହା କ’ଣ ଅଭାବ ସମସ୍ୟାର ସମାଧାନ ?

ଭାରତରେ ଏବେ ଗରିବ ଓ ମଧ୍ୟବିତ ଶ୍ରେଣୀର ପ୍ରତ୍ୟେକ ପରିବାରରେ ଆର୍ଥିକ ଅଭାବ ଜନିତ ଦୁଃଖ ରହିଛି । କିଏ ନିଜ ପୁଅକୁ ପାଠ ପଢ଼ାଇ ପାରୁନି, ତ ଆଉ କିଏ ନିଜର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହରେ ଲାଗିଛି । ଏମିତିକି ନିୟମିତ ରୋଜଗାର ଥାଇ ମଧ୍ୟ ପିତା-ମାତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟ ହୋଇପଡ଼େ । ହେଲେ ତଥାପି ସେମାନେ ହାର ନମାନି, ସଂଘର୍ଷ କରି ପରିବାର ଚଳାନ୍ତି ।

ହେଲେ ଜୋନପୁରରେ ଯେଉଁ ଘଟଣା ଘଟିଛି ତାହା ଜାଣିଲେ ଆଖିରୁ ଆପେ ଲୁହ ଗଡ଼ି ଆସିବ । ଅଭାବ ଅନଟନ ଯୋଗୁଁ ପରିବାରର ତିନି ଭଉଣୀ ନିଜ ଜୀବନ ହାରିଦେଇଛନ୍ତି । ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପ୍ରାୟ ମଧ୍ୟ ରାତ୍ରିର ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂରା ପରିବାର ଅଭାବ ଅନଟନରେ ଗତି କରୁଥିଲା ।

ବଦଲାପୁରର ଫତୁପୁର ଗାଁ ନିକଟରେ ଥିବା ହରିପାଲଗଞ୍ଜ ଓ କେଶବରାୟ ରେଲୱେ ଷ୍ଟେସନ୍‌ ମଧ୍ୟରେ ତିନି ଭଉଣୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସ ଦ୍ୱାରା କରାଯାଇଥିବା ପ୍ରାଥମିକ ତଦନ୍ତ ବେଳେ ଘଟଣାସ୍ଥଳରୁ ଏକ ମୋବାଇଲ ଉଦ୍ଧାର ହୋଇଛି । ସେଥିରୁ କଲ କରିବା ପରେ ଜଣାପଡ଼ିଥିଲା ସେମାନେ ଅହିରୋଲି ଗାଁର ବାସିନ୍ଦା ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତିନି ଭଉଣୀ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟରେ ବଞ୍ଚି ଆସୁଥିଲେ । ତାଙ୍କ ବ୍ୟତୀତ ପରିବାରରେ ମା, ଭାଇ ଏବଂ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ସେଥିମଧ୍ୟରୁ ଜଣେ ଭଉଣୀ ବିବାହ କରିସାରିଛନ୍ତି । ଅନ୍ୟ ଜଣେ ନିଜ ସମ୍ପର୍କୀୟଙ୍କ ଘରେ ରୁହନ୍ତି । ଆଉ ଭାଇ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥାଏ । ଆତ୍ମହତ୍ୟା କରିଥିବା ୩ ଭଉଣୀ ହେଲେ ପ୍ରୀତି (୧୮), ଆରତୀ (୧୬), କାଜଲ (୧୪) । ପୂର୍ବରୁ ତାଙ୍କ ପିତା ରାଜେନ୍ଦ୍ର ଗୌତମଙ୍କର ମୃତ୍ୟୁ ହୋଇସାରିଛି ଏବଂ ମାଆ ଭିନ୍ନକ୍ଷମ । ମାଆ ମାସିକ ୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ପାଆନ୍ତି । ଭାଇର ମଜୁରି ଓ ମାଆର ପେନ୍‌ସନ୍‌ରେ ଘର ଚାଲେ । ତେଣୁ ଏଭଳି ଅଭାବ ଅନଟନରେ ଜୀବନ ବିତାଇବା ତାଙ୍କ ପାଇଁ ଯେମିତି ବଡ଼ କଷ୍ଟ ହୋଇପଡ଼ିଥିଳା । ତେଣୁ ଏହି ଦୁଃଖ କଷ୍ଟରୁ ମୁକୁଳିବା ପାଇଁ ତିନି ଭଉଣୀ ବାଛିନେଲେ ଆତ୍ମହତ୍ୟାର ବାଟ ।