• translate
Minati Mishra

News Highlights

  • ସେନା ବିମାନ ଦୁର୍ଘଟଣାଗ୍ରସ୍ତ

  • ଦୁର୍ଘଟଣାର କାରଣ ଅସ୍ପଷ୍ଟ

  • ଅତ୍ୟଧିକ କୁହୁଡି ଦୁର୍ଘଟଣାର କାରଣ ହୋଇପାରେ 

ଉଦ୍ଧମପୁର:ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ  ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।  ଏପରିକି ଅଧିକ କୁହୁଡିଆ ପାଗ ଯୋଗୁ ହେଲିକପ୍ଟର ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି କି ଲାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। 

ଶିବ ଗଡରେ ହୋଇଥିବା ଏହି ଦୁର୍ଘଟଣାବେଳେ ବିମାନରେ ୨ ଜଣ ଲୋକ ଥିଲେ। ପୋଲିସ କହିବା ଅନୁଯାୟୀ, ଅତ୍ୟଧିକ କୁହୁଡିଆ ପାଗ ଦୁର୍ଘଟଣାର କାରଣ ହୋଇପାରେ। ଅଧିକାରୀ ସୂତ୍ରରୁ ଜଣାଯାଇଛି, ଲାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଶବ୍ଦ ହୋଇଥିଲା। ଦୁର୍ଘଟଣାରେ ପାଇଲଟ ଏବଂ ସହ ପାଇଲଟ ଉଭୟେ ଆହତ ହୋଇଥିବା ଜଣାଯାଇଛି। ଏହା ପୂର୍ବରୁ ଅଗଷ୍ଟ ୩ ତାରିଖ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର  କଠୁଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Other Stories