• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଫସୁଛନ୍ତି ଯୁବଗୋଷ୍ଠୀ

  • ସତର୍କ କଲା NIA

ନୂଆଦୀଲ୍ଲି: ଆଇଏସ୍ ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଯୁବପିଢ଼ି । ସୋସିଆଲ ମିଡିଆକୁ ଅସ୍ତ୍ର କରି ଚକ୍ରବ୍ୟୁହ ରଚୁଛନ୍ତି । ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସଂପର୍କରେ ଏପରି ବୟାନ୍ ଦେଇଛି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) । ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଜରିଆରେ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ଆତଙ୍କୀ ସଂଗଠନ । ସୋସିଆଲ ମିଡିଆରେ ଯୁବଗୋଷ୍ଠୀ ଅଧିକ ସକ୍ରିୟ ଥିବାବେଳେ ଫେସ୍‌ବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ମାଧ୍ୟମରେ ନିରୀହ ଲୋକଙ୍କୁ ଫସାଇବା ପାଇଁ ଭୟାନକ୍ ଷଡ଼ଯନ୍ତ୍ର ରଚୁଛି IS ।

କୌଣସି ବ୍ୟକ୍ତି ଥରେ ଯଦି ଇସଲାମିକ୍ ଷ୍ଟେଟର ବିଚାରଧାର ପ୍ରତି ଆଗ୍ରହ ଦେଖାଇବ ଆରମ୍ଭ କରେ ତା’ପରେ ଖେଳ ଆରମ୍ଭ କରିଦିଅନ୍ତି ଆତଙ୍କବାଦୀ ସଂଗଠନ । ବିଭିନ୍ନ ପ୍ରକାରରେ ତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଏ । ପ୍ରଥମେ ସେହି ବ୍ୟକ୍ତିଙ୍କୁ ବିଦେଶରେ ଥିବା ଅନଲାଇନ୍ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ବିଭିନ୍ନ ଅଫର୍ ଦିଆଯାଏ । ଆଉ ତା’ପରେ ସେହି ନିରୀହ ଯୁବକମାନଙ୍କ ଦ୍ୱାରା ହିଂସା ଉସକାଉଥିବା ଭଳି ଡିଜିଟାଲ୍ କଣ୍ଟେଂଟ୍ ଅପଲୋଡ୍ କରାଥାଏ ।

ଡିଜିଟାଲ୍ କଣ୍ଟେଂଟ୍ ଅର୍ଥାତ୍‌ ଇସଲାମିକ୍ ଷ୍ଟେଟର ବିଚାରଧାରାକୁ ସେହି ବ୍ୟକ୍ତି ସ୍ଥାନୀୟ ଭାଷାରେ ଟ୍ରାନ୍ସଲେଟ କରି ସୋସିଆଲ୍‌ ମିଡିଆରେ ସେୟାର କରନ୍ତି । ଏହି ବିଚାରଧାରାରେ ବିସ୍ଫୋରକ ତିଆରି ଠାରୁ ଆରମ୍ଭ କରି ଆତଙ୍କବାଦୀ ପାଣ୍ଠି ପର୍ଯ୍ୟନ୍ତ ସମସ୍ତ ସୂଚନା ରହିଥାଏ ।

ଆଇଏସ୍‌ କବଳରୁ ମୁକ୍ତି ପାଇବା ପାଇଁ ଏନଆଇଏ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ବନ୍ଧରେ ସୂଚନା ପାଇଲେ ତୁରନ୍ତ ୦୧୧ ୨୪୩୮୮୦୦ରେ ସମ୍ପର୍କ କରିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ୩୭ ଟି ମାମଲାର ଯାଞ୍ଚ କରୁଥିବା କହିଛି ଏନଆଇଏ । ଜୁନ୍ ମାସ ୨୦୨୧ରେ ଶେଷ ମାମଲା ଆସିଥିବା ସହ ମୋଟ ୧୬୮ ଜଣଙ୍କୁ ଗିରଫ କରାଯାଇଛି । ଏବେ ସୁଦ୍ଧା ୩୧ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି ଓ ୨୭ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆତଙ୍କୀ କାର୍ଯ୍ୟକଳାପକୁ ଉତ୍ସାହିତ କରାଯିବାର ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ତାଲିବାନ ଏବଂ ଇସଲାମିକ୍ ଷ୍ଟେଟ୍ ପରସ୍ପରର ଶତ୍ରୁ ହୋଇଥିଲେ ମଧ୍ୟ ତାଲିବାନର ବିଜୟ ଇସଲାମ ଆତଙ୍କବାଦୀ ସଂଗଠନକୁ ଉତ୍ସାହିତ କରୁଥିବା ଜଣାପଡ଼ିଛି । ପଡୋଶୀ ରାଷ୍ଟ୍ର ହୋଇଥିବାରୁ ଭାରତ ପାଇଁ ବଡ଼ ବିପଦ ରହିଛି ।