• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବିଧା ବୃଦ୍ଧି କରାଯାଇଛି । ମାଗଣା ରାସନ ଅବଧି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମୋହର ମାରିଛି । ଏନେଇ ଆଜି କ୍ୟାବିନେଟ୍ ମଞ୍ଜୁରୀ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ କରୋନା ମହାମାରୀ ଯୋଗୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହି ରାସନ ଆଉ ୪ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଦିଆଯିବ ।

free food until Marchfree food until March

ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY) ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଏହି ପ୍ରସ୍ତାବ ଦେଇଥିଲେ । ତେବେ ପୂର୍ବ ଘୋଷଣା ମୁତାବକ, ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ।