• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦକ୍ଷିଣ ଏବଂ ପୂର୍ବ MCD ରେ ପୋଷା କୁକୁରଙ୍କର ପଞ୍ଜୀକରଣ ସଂଖ୍ୟା କମ୍

  • ପଞ୍ଜୀକରଣ ନକଲେ ୫୦୦ ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା

ନୂଆଦିଲ୍ଲୀ : ପୋଷା କୁକୁରର ପଞ୍ଜୀକରଣ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । କୁକୁର ମାଲିକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଛି । କୁକୁର ପାଳିବାକୁ ହେଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ଦିଲ୍ଲୀ ଏମସିଡି ପକ୍ଷରୁ ଜୋରିମାନା ଆଦାୟ କରାଯିବ । ମାଲିକଙ୍କୁ ୫୦୦ ରୁ ୫୦ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିପାରେ । ରାଜଧାନୀର ସମସ୍ତ ତିନୋଟି (Municipal Corporation of Delhi)  ଏମସିଡିକୁ ମିଶାଇ ବର୍ତ୍ତମାନ ସୁଦ୍ଧା କେବଳ ୩ ହଜାର କୁକୁର ପଞ୍ଜୀକୃତ ହୋଇଛନ୍ତି, ସେଥିମଧ୍ୟରୁ କେବଳ ୪୮୮ କୁକୁର ଉତ୍ତର MCD ରେ ପଞ୍ଜୀକୃତ ହୋଇଛନ୍ତି।

କିଛି ଦିନ ହେବ ଦିଲ୍ଲୀ ସହରରେ କୁକୁର କାମୁଡ଼ିବା ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କହିଛନ୍ତି ଏମସିଡିର ଅଫିସ । ଆଉ କୁକୁର କାମୁଡ଼ାକୁ ନେଇ ପଡ଼ୋଶୀ ପଡ଼ୋଶୀ କଳି ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କୁକୁର କାମୁଡ଼ା କାରଣରୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଯାଉଛି। ଆଉ ଏହି ସମସ୍ୟାର ସମାଧାନ କରିବା ପାଇଁ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏମସିଡି ପକ୍ଷରେ ସମ୍ଭବପର ହେଉନି । କାରଣ କୁକୁରଙ୍କ ଟିକାକରଣ କରାଯାଉ ନାହିଁ, ଫଳରେ ସେମାନଙ୍କୁ ରାବିସ୍ ଟିକା ଦିଆଯାଇଛି କି ତାହା ଜଣା ପଡ଼ୁନାହିଁ ।

ଦ୍ୱିତୀୟ ସମସ୍ୟା ହେଉଛି ସର୍ବସାଧାରଣ ପାର୍କରେ କୁକୁରଙ୍କୁ ବୁଲାଇବା ସହ ଅପରିଷ୍କାର କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏଥିପାଇଁ ମଧ୍ୟ ଏମସିଡି କାହା ବିରୋଧରେ କୌଣସି ପଦକ୍ଷେପ ନେଇ ପାରୁନାହିଁ । ଏହାସହ ପୋଷା କୁୁକୁର ହଜିଗଲେ ତାକୁ ଖୋଜିବାରେ ମଧ୍ୟ ସମସ୍ୟା ଉପୁଜୁଛି । ଏହି ସମସ୍ୟାକୁ ନଜରରେ ରଖି ଏମସିଡି ପକ୍ଷରୁ ସମସ୍ତ ମାଲିକଙ୍କୁ କୁକୁରଙ୍କ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଦୁଇ ମାସ ମଧ୍ୟରେ କାମ ଶେଷ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି ।

ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀମାନେ ଶାହାଦରା (ଦକ୍ଷିଣ) ଏବଂ ଉତ୍ତର ଜୋନ୍ ବାସିନ୍ଦାଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ କୁକୁରକୁ ପଞ୍ଜୀକରଣ କରାଇନେବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ରହୁଥିବା ଲୋକମାନେ ଆଗାମୀ ସମୟରେ ନିଶ୍ଚିତ ଭାବେ କୁକୁରଙ୍କ ପଞ୍ଜୀକରଣ କରାଇବେ । ଯଦି ସେମାନେ କୁକୁରମାନଙ୍କୁ ପଞ୍ଜୀକୃତ ନକରନ୍ତି, ତେବେ ଏମସିଡି ସେମାନଙ୍କ ବିରୋଧରେ ଏକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅର୍ଥାତ୍ ୫୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । 

ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଏମସିଡି ଅଞ୍ଚଳରେ ପ୍ରାୟ ୨୦୦୦ କୁକୁର ଏବଂ ପୂର୍ବ ଏମସିଡିରେ ପ୍ରାୟ ୩୦୦ କୁକୁରଙ୍କୁ ପଞ୍ଜୀକରଣ କରାଯାଇଛି । ତେବେ ଏହି ଦୁଇ ଜୋନରେ ମୋଟ କୁକୁର ସଂଖ୍ୟା ଜାଣିବା ପାଇଁ ଏମସିଡି ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି ।