• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଏୟାରପୋର୍ଟ ବାହାରେ ଉପସ୍ଥିତ ରହି କଲେ ସ୍ୱାଗତ

  • କାରକେଡ୍ ଅଟକାଇ ପ୍ରବାସୀ ଭାରତୀୟଙ୍କ ପାଖକୁ ଗଲେ ମୋଦି

  • ଉପସ୍ଥିତ ଥିବା ସମସ୍ତଙ୍କ ସହ ହାତ ମିଳାଇବା ସହ ଅଭିନନ୍ଦନ ଗ୍ରହଣ କଲେ

ଓ୍ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।ଏହାପରେ ଏୟାରପୋର୍ଟ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କ ଅଭିନନ୍ଦନ ଗ୍ରହଣ କରିବା ସହ ପ୍ରୟ ସମସ୍ତଙ୍କ ସହ ହାତ ମିଳାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମୟ ଅପରାହ୍ନ ୩.୪୫ ସମୟରେ ୱାଶିଂଟନ୍ ଡିସିର ମିଳିତ ବେସ୍ ଆଣ୍ଡ୍ରିୟୁରେ ଅବତରଣ କରିଥିଲେ । ଏୟାରପୋର୍ଟ ବାହାରେ ସ୍ୱାଗତ ପାଇଁ ଛିଡ଼ା ହୋଇଥିବା ପ୍ରାୟ ସମସ୍ତ ପ୍ରବାସୀ ଭାରତୀୟଙ୍କ ପାଖକୁ ଯାଇ ଅଭିନନ୍ଦନ ଗ୍ରହଣ କରିବା ସହ କାହାକୁ ନିରାଶ ହେବାକୁ ଦେଇନଥିଲେ । ନିଜର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ୱାଶିଂଟନ୍ ବିମାନବନ୍ଦରରୁ ବାହାରିବା ମାତ୍ରେ ଲୋକମାନେ ବର୍ଷାରେ ଓଦା ହୋଇ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ଉତ୍ସାହର ଅଭାବ ନଥିଲା । ଲୋକମାନେ ମୋଦି-ମୋଦି ଏବଂ ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଉଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ହାତ ମିଳାଇ ଅଭିବାଦନ ଜଣାଇଛନ୍ତି।

 

ଏହାପରେ ପ୍ରଧାନମନ୍ତ୍ରୀ ଓ୍ୱାଶିଂଟନ ସ୍ଥିତ ହୋଟେଲକୁ ଯାଇଥିଲେ । ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବହୁ ବଡ କମ୍ପାନୀର ସିଇଓଙ୍କୁ ଭେଟିବେ, ଭାରତରେ ସର୍ବାଧିକ ବିନିଯୋଗକୁ ପ୍ରୋତ୍ସାହିତ କରିବେ । ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବେ।

ସେପଟେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବା ସହ କ୍ୱାର୍ଡ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି । ଆଜି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ କଥାବାର୍ତ୍ତା କରିବେ । ଓ୍ୱାଶିଂଟନରେ ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ଆମେରିକା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ବି ସାକ୍ଷାତ କରିବେ ମୋଦି । ଆସନ୍ତାକାଲି ଅର୍ଥାତ ୨୪ରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଭେଟି ଭାରତ-ଆମେରିକା ସାମରିକ ସହଯୋଗ, ବାଣିଜ୍ୟ, ସୁରକ୍ଷା ଆଦି ଦ୍ୱିପାକ୍ଷିକ ପ୍ରସଙ୍ଗରେ ବି ଆଲୋଚନା କରିବେ ମୋଦି