• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗ୍ରହଣ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ଜଣେ CRPF ଯବାନଙ୍କ ମୃତ୍ୟୁ ହୋଇଛି । ଏକ ପୁଲିଂ ବୁଥ୍‌ ୱାସ୍‌ରୁମ୍‌ରୁ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ଘଟଣା ଗୁରୁବାର ରାତିରେ ମଠଭାଙ୍ଗା ଅଞ୍ଚଳର ଏକ ବୁଥ୍‌ରେ ଘଟିଛି ।

ଆଜି ପଶ୍ଚିମ ବଙ୍ଗର ୩ଟି ଆସନରେ ଭୋଟ ଗ୍ରହଣ ଚାଲିଛି । ଭୋଟ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ମତଦାନ ବେଳେ ଗର୍ଜିଲା ବନ୍ଧୁକ, ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ଭୋଟର

ତେବେ ଯବାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁଯାୟୀ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପ୍ରାଥମିକ ତଦନ୍ତରୁ ଯାହା ଅନୁମାନ କରାଯାଉଛି, ୱାସ୍‌ରୁମ୍‌ରେ ଯବାନଙ୍କ ଗୋଡ଼ ଖସିବା କାରଣରୁ ତାଙ୍କ ମୁଣ୍ଡ ମାଡ଼ ହୋଇଛି । ଆଉ ତଳେ ପଡ଼ି ତାଙ୍କ ଜୀବନ ଚାଲିଯାଇଛି । 

ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଶୁକ୍ରବାର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକେ ସହଜରେ ଏହି ମୃତ୍ୟୁ ଗ୍ରହଣ କରିପାରୁ ନାହାନ୍ତି । ଜଣେ ଯବାନଙ୍କ ଗୋଡ଼ ଖସି ମୃତ୍ୟୁ ହେବାକୁ ଲୋକେ ସନ୍ଦେହ କରୁଛନ୍ତି ।