• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

News Highlights

  • ଆର୍ୟନ ଖାନଙ୍କ ପାଇଁ କଡା ସର୍ତ୍ତ

     

  • ଗଣମାଧ୍ୟମରେ ମୁହଁ ଖୋଲିବେନି

ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି। କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବମ୍ୱେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଜାମିନ ଆଦେଶରେ ୧୪ ଟି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଏହି ସର୍ତ୍ତଗୁଡିକ ହେଲା 

୧- ଏକ ଲକ୍ଷ ଟଙ୍କାର ବେଲ୍ ବଣ୍ଡ ଓ ବ୍ୟକ୍ତିଗତ ମୁଚାଲିକା ଦେବେପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି।

୨- ଡ୍ରଗ୍ସ କାରବାର କିମ୍ୱା ସେହିଭଳି କୌଣସି କାର୍ଯ୍ୟକଳାପରେ ଲିପ୍ତ ହେବେ ନାହିଁ ।

୩- ଅନ୍ୟ ଅଭିଯୁକ୍ତ କିମ୍ୱା ଏହିଭଳି କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ ରଖିବା ବା କଲ୍ କରିବାକୁ ଚେଷ୍ଟା କରିବେ ନାହିଁ ।

୪- ଏନଡିପିଏସ ଆକ୍ଟ ଅନୁସାରେ ଗଠିତ ସ୍ୱତନ୍ତ୍ର କୋର୍ଟର ପ୍ରୋସିଡିଙ୍ଗ ଉପରେ ବାଧା ପହଞ୍ଚାଇବା ଭଳି କୌଣସି କାମ କରିବେ ନାହିଁ ।

୫- ସାକ୍ଷୀଙ୍କୁ ପ୍ରଭାବିତ କି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ ନାହିଁ ।

୬ – ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ସରେଣ୍ଡର କରିବେ ।

୭- କୋର୍ଟ ପ୍ରୋସିଡିଙ୍ଗ ଉପରେ ଗଣମାଧ୍ୟମରେ ମୁହଁ ଖୋଲିବେନାହିଁ ।

୮- ଗ୍ରେଟର ମୁମ୍ୱାଇର ସ୍ୱତନ୍ତ୍ର ଜଜ୍ ଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ ।

୯- ଯଦି ଗ୍ରେଟର ମୁମ୍ୱାଇ ବାହାରକୁ ଯିବାକୁ ଚାହିଁବେ, ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇବେ ଓ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବେ ।

୧୦ – ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ଟା ମଧ୍ୟରେ ମୁମ୍ୱାଇ ଏନସିବି ଅଫିସରେ ହାଜିରା ଦେବେ ।

୧୧- କୋର୍ଟରେ ସବୁ ଡେଟରେ ହାଜର ହେବେ ।

୧୨- ତଦନ୍ତରେ ସହଯୋଗ କରିବେ ଓ ଏନସିବି କର୍ତ୍ତୃପକ୍ଷ ଡାକିଲେ ଯିବେ ।

୧୩ – ଥରେ ଟ୍ରାଏଲ ଆରମ୍ଭ ହେଲେ, ବିଳମ୍ୱ କରିବାକୁ ଚେଷ୍ଟା କରିବେ ନାହିଁ ।

୧୪- ଏହି ସବୁ ସର୍ତ୍ତ ଖିଲାପ କଲେ, ଏନସିବି ଜାମିନ ରଦ୍ଦ କରିବାକୁ ସ୍ୱତନ୍ତ୍ର ଜଜ୍ ଙ୍କ ନିକଟରେ ସିଧାସଳଖ ଆବେଦନ କରିବେ ।

ଏହି ସର୍ତ୍ତ ଅଭିଯୁକ୍ତ ଅର୍ବାଜ ମର୍ଚ୍ଚାଣ୍ଟ ଓ ମଡେଲ ମୁନମୁନ ଧମେଚାଙ୍କ ପାଇଁ ମଧ୍ୟ ଲାଗୁ ହେବ । ଶୁଣାଣି ବେଳେ ଏନସିବି ପକ୍ଷରୁ ମାମଲା ପରିଚାଳନା କରୁଥିବା ଏଏସଜି ଅନୀଲ ସିଂହ କହିଥିଲେ ଯେ, ଆର୍ୟନ ଖାନ ନିୟମିତ ଡ୍ରଗ୍ସ ନିଅନ୍ତି । ସେ ଡ୍ରଗ୍ସ ଦେଉଥିଲେ ବୋଲି ପ୍ରମାଣିତ କରିବାକୁ ଯଥେଷ୍ଟ ପ୍ରମାଣ ରହିଛି । ଏହା ସହ ଆର୍ୟନ ଓ ମର୍ଚ୍ଚାଣ୍ଟ ଏକାଠି ଥିଲେ । ଆର୍ୟନଙ୍କ ଜାଣତରେ ତାଙ୍କ ପାଖରେ ଡ୍ରଗ୍ସ ଥିଲା । ନିଶା ବେପାରୀଙ୍କ ସହ ତାଙ୍କର ସଂପର୍କ ରହିଛି । ଏ ସବୁ ଗୋଟିଏ ମାମଲା । ଜବତ ହୋଇଥିବା ଡ୍ରଗ୍ସ କାରବାର ପରିମାଣ( କମର୍ସିଆଲ କ୍ୱାଣ୍ଟିଟି) ର ବୋଲି ଏନସିବି ପକ୍ଷରୁ କୁହାଯାଇଥିଲା । 

ଆର୍ୟନ ଖାନଙ୍କ ପକ୍ଷରୁ କେସ୍ ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତୋଗୀ କହିଥିଲେ ଯେ, ଡ୍ରଗ୍ସ କାରବାର ପରିମାଣ ଗ୍ରହଣଯୋଗ୍ୟ ନୁହେଁ । ହ୍ୱାଟସଆପରେ ହୋଇଥିବା ଚାଟିଂ କୌଣସି ବଡ ଷଡଯନ୍ତ୍ରକୁ ପ୍ରତିପାଦିତ କରୁନାହିଁ । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଡ୍ରଗ୍ସର ପରିମାଣ ଖୁବ୍ ଅଳ୍ପ ।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ଉପରୋକ୍ତ ୧୪ଟି ସର୍ତ୍ତ ରଖିଥିଲେ ।