• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବନ୍ଦ ହେଲା କାବୁଲ ଏୟାରସ୍ପେସ

  • ସେପଟେ କାବୁଲ ବିମାନ ବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ : କାବୁଲକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ । ଫଳରେ ଏବେ ଦିଲ୍ଲୀ ଏବଂ କାବୁଲ ମଧ୍ୟରେ ଚଳାଚଳ କରିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଦିଆଯାଇଛି । ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଚାଲିପାରିବ ନାହିଁ । ଏଭଳି ସ୍ଥିତିରେ ଦିଲ୍ଲୀରୁ କାବୁଲକୁ ଏୟାର ଇଣ୍ଡିଆର ବିମାନ ଯାହା ରାତି ୮.୩୦ ପରିବର୍ତ୍ତେ ୧୨.୩୦ରେ ଉଡ଼ାଣ ଭରିବାକୁ ସ୍ଥିର ହୋଇଥିଲା, ତାହା ଆଉ ଚାଲିବ ନାହିଁ । ସରକାରୀ ସୂତ୍ରରୁ ପ୍ରକାଶ ଭାରତ ସରକାର ଏୟାର ଇଣ୍ଡିଆକୁ କାବୁଲରୁ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଦୁଇଟି ବିମାନକୁ ଷ୍ଟାଣ୍ଡବାଇରେ ରଖିବା ପାଇଁ କହିଛନ୍ତି । କାବୁଲରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯେକୌଣସି ସମୟରେ ଜରୁରୀକାଳୀନ ଉଡ଼ାଣ ପାଇଁ ଏୟାର ଇଣ୍ଡିଆ ଏକ ଦଳ ପ୍ରସ୍ତୁତ ରହିଛି ।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ସ୍ଥିତି ସଂଗୀନ । ବିଶେଷ କରି କାବୁଲରେ ସାଂଘାତିକ ପରିସ୍ଥିତି । ବିଦେଶୀ ନାଗରିକମାନେ ସେଠାରେ ପଳାୟନ କରିବାରେ ଲାଗିଛନ୍ତି । ଏୟାରପୋର୍ଟରେ ଏତେ ଭିଡ଼ ଯେ, ନ ଦେଖିଲେ ବିଶ୍ୱାସ କରି ହେବନି । ଟ୍ରେନର ଜେନେରାଲ ବଗିରେ ଯେମିତି ଲୋକେ ଠେଲା ଠେଲି ହୋଇ ଚଢ଼ନ୍ତି, ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିମାନରେ । ବିଦେଶୀ ତଥା ସେଠାକାର ନାଗରିକମାନେ ଯେ କୌଣସି ଉପାୟରରେ ସେଠାରୁ ପଳାଇବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଏଭଳି ଠେଲାପେଲା ଅବସ୍ଥା ।

ଭିଡ଼ ନିୟନ୍ତ୍ରଣ କରିବାକୁ ଆମେରିକାର ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି । କାବୁଲ୍ ଏୟାରପୋର୍ଟରେ ଏମିତି ହଙ୍ଗାମା ପରେ ଆମେରିକା ସେନା ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବିବିସି ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ରାଷ୍ଟ୍ରଦୂତ କାର୍ଯ୍ୟାଳୟ କର୍ମକର୍ତ୍ତା ଏବଂ ସାଧାରଣ ନାଗରିକଙ୍କୁ ସେଠାରୁ ବିମାନରେ ବାହାରିବାକୁ ସେନାବାହିନୀ ସହାୟତା କରୁଛନ୍ତି । ସେପଟେ କାବୁଲ ଦଖଲ କରିବା ପରେ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଛି ଆତଙ୍କବାଦୀ ସଂଗଠନ। ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ି ବିଦେଶକୁ ପଳାଇ ଯାଇଥିବାରୁ ଏହା ତାଲିବାନକୁ ସୁହାଇଛି । ଆଫଗାନିସ୍ତାନର ବଗ୍ରାମ ଏୟାରବେସକୁ ଅକ୍ତିଆରକୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ ।

ସେପଟେ ଆଫଗାନିସ୍ତାନ ଛାଡ଼ି ପଳାଇବା ପରେ ସୋସିଆଲ ପୂର୍ବତନ ରାଷ୍ଟ୍ରପତି ଅସରଫ ଗନି ଭାବୁକ ପୋଷ୍ଟ କରିଛନ୍ତି । ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଥିବା କହିଛନ୍ତି । ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା, ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା । ମୁଁ ମୋର ଜୀବନକୁ ଏଠାକାର ଲୋକମାନଙ୍କୁ ବଞ୍ଚାଇବାରେ ଅତିବାହିତ କରିଛି । ଯଦି ମୁଁ ଦେଶ ଛାଡି ନଥା’ନ୍ତି, ଏହାର ପରିଣାମ ଏଠାକାର ଲୋକଙ୍କୁ ଭୋଗିବାକୁ ପଡ଼ିଥାନ୍ତା । ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଛନ୍ତି ।