• translate
Rajalaxmi Sahoo

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟରୁମ୍‌ରେ ଶୁଟ୍‌ଆଉଟ୍‌(ଗୁଳିମାଡ଼) ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଏହି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ପଶ୍ଚିମ ଦିଲ୍ଲୀ ହାଇଦରପୁରର ଉମଙ୍ଗ ଓ ବିନୟ। ୨ ଦିନ ପୂର୍ବେ କୋର୍ଟରୁମ୍‌ରେ ଶୁଟ୍‌ଆଉଟ୍‌ରେ ଜଣେ ଗ୍ୟାଙ୍ଗଷ୍ଟର ଓ ୨ ଜଣ ଆକ୍ରମଣକାରୀ ନିହତ ହୋଇଥିଲେ। 

ରୋହିଣୀ କୋର୍ର ଗେଟ୍‌ ନଂ୪ର ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଆକ୍ରମଣ ଦିନ ଉମଙ୍ଗ ଓ ୨ ଶୁଟର ରୋହିଣୀ ସେକ୍ଟର ୯ ସ୍ଥିତ ଏକ ମଲ୍‌ରେ ପହଞ୍ଚିଥିଲେ। ସେଠାରେ ସେମାନେ ଓକିଲଙ୍କ ଭଳି ଡ୍ରେସ୍‌ ପିନ୍ଧି ନିଜର ବେଶ ବଦଳାଇଥିଲେ ଓ ଏହାପରେ କୋର୍ଟ ଆସିଥିଲେ। ପୂର୍ବ ଯୋଜନା ମୁତାବକ, ଉମଙ୍ଗ କୋର୍ଟ ବାହାରେ କାର୍‌ ଧରି ଅପେକ୍ଷା କରିଥିଲା। ଶୁଟ୍‌ରମାନେ ସେମାନଙ୍କ କାର୍ଯ୍ୟ ଶେଷ କରିବା ପରେ ଉକ୍ତ କାର୍‌ରେ ଫେରାର ହେବା ପାଇଁ ଯୋଜନା କରିଥିଲା। ହେଲେ ସେମାନଙ୍କର ଏହି ଯୋଜନା ଫେଲ୍‌ ମାରିଥିଲା। ପୋଲିସ୍‌ ଗୁଳିରେ ୨ ଶୁଟର ନିହତ ହୋଇଥିଲେ। ଏହାପରେ ଉମଙ୍ଗ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। 

ଗତ ଶୁକ୍ରବାର ଓକିଲଙ୍କ ଭଳି ଡ୍ରେସ୍‌ ପିନ୍ଧି ଦୁର୍ବୃତ୍ତମାନେ କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଉପରକୁ ୩ ଥର ଗୁଳି ଚାଳନା କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀମାନେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରଙ୍କୁ ନେଇ ଯାଉଥିଲେ। ଆକ୍ରମଣକାରୀମାନେ ଗୁଳି ଚାଳନା କରିବା ଫଳରେ ପୋଲିସ୍‌ ଗୁଳି ଚାଳନା କରିଥିଲା ଓ ଏଥିରେ ୨ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା। 

ଦୀର୍ଘ ବର୍ଷ ଧରି ଜିତେନ୍ଦ୍ରର ଗ୍ୟାଙ୍ଗ ଓ ଟିଲୁ ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଫଳରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଉପରେ ଗୁଳି ଚାଳଣା କରିବାରୁ ପୋଲିସ୍‌ ଏହି ସମୟରେ ଆକ୍ରମଣକାରୀଙ୍କ ଉପରେ ଗୁଳି ଚାଳଣା କରିଥିଲା।  ତେବେ ଏହା ଗ୍ୟାଙ୍ଗ୍‌ ୱାର୍‌ ନୁହେଁ ବୋଲି ଦିଲ୍ଲୀ ପୋଲିସ୍‌ କମିଶନର କହିଛନ୍ତି। ଏହି ୨ ଗ୍ୟାଙ୍ଗ୍‌ ମଧ୍ୟରେ ସଂଘର୍ଷକୁ ନେଇ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

Other Stories

  • ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ
    Crime ହେପାଜତ ମୃତ୍ୟୁ ଅଭିଯୋଗର ତଦନ୍ତ ହେବ: ଡିଆଇଜି

    ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗ୍ରାମବାସୀ ବରଗଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତେଜିତ ଗ୍ରାମବାସୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଥିଲା। ପରିବାର ଲୋକେ ମୃତଦେହକୁ ଧରି ଆନ୍ଦୋଳନ ବି କରିଥିଲେ।

  • Police Lathi Charge
    Crime ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ! ପୋଲିସ-ପବ୍ଲିକ୍ ମୁହାଁମୁହିଁ

    ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ...

  • DRDO Espionage case
    Crime ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ !

    ମହିଳା ଜଣକ ୭ଟି ଫେସବୁକ୍ ଆକାଉଣ୍ଟ କରିଥିଲେ। ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏସବୁ ଖୋଲିଥିଲା। ଅଲଗା ଲୋକ ସହ ଯୋଗାଯୋଗ କରିବାକୁ ଅଲଗା ଆକାଉଣ୍ଟ ବ୍ୟବହାର କରୁଥିଲା। ଅଭିଯୁକ୍ତଙ୍କ ସହ କଥା ହେଉଥିବା ୟୁକେ...

  • DRDO Espionage | Accused Got Marriage Proposal From \'Female Operative\', Says Crime Branch
    Crime ବସନ୍ତକୁ ରହସ୍ୟମୟୀର ବିବାହ ଅଫର୍ !

    DRDO ତଥ୍ୟ ଚୋରି ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା। ଅଭିଯୁକ୍ତ ବସନ୍ତକୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା