• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସରକାରୀ ଯୋଜନା ଅସଫଳ

  • ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

କେନ୍ଦ୍ରାପଡ଼ା: କେଉଁଠି ପିଚୁ ଉଠିଗଲାଣି ତ ଆଉ କେଉଁଠି ଖାଲଖମାରେ ପରିପୂର୍ଣ୍ଣ ରାସ୍ତା, ଗୋଟିଏ ଗାଡି ଗଲେ ଆଉ ଏକ ଗାଡି ଯିବା ମୁସ୍କିଲ୍ । ଏହି ଭଳି ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଂଚଳରେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଂଚଳର ମାଦେଇଆଡିଆଠାରୁ କାଟଣାକୁ ସଂଯୋଗ କରୁଛି ଏହି ରାସ୍ତାଟି । ୫ ପଂଚାୟତର ୨୫ ହଜାରରୁ ଅଧିକ ଲୋକେ ଏହି ସଡ଼କ ଉପରେ ନିର୍ଭର କରିଥାନ୍ତି । ରାସ୍ତା ଖରାପ ଥିବାରୁ ବିପଦପୂର୍ଣ୍ଣ ଭାବେ ଲୋକେ ଯାତ୍ରା କରିଥାନ୍ତି।

ଆବଶ୍ୟକ ସ୍ଥଳେ ଲୋକଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନି ରାସ୍ତାର ମରାମତି ନେଇ ଦାବି ହୋଇ ଆସୁଥିଲେ ମଧ୍ୟ କିଛି ବି ସୁଫଳ ମିଳିନି । ସ୍ଥାୟୀ ପ୍ରତିକାର କରାନଗଲେ ଆଗକୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଲୋକେ ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାୟଗଡ଼ା:ସମାନ ଏହିଭଳି ପ୍ରଶାସନିକ ଅବ୍ୟବସ୍ଥାର ଆଉ ଏକ  ସମସ୍ୟାର ଚିତ୍ର ହେଉଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପୋଡାମରା ଗାଁର । ପଞ୍ଚାୟତ ମୁଖ୍ୟାଳୟରୁ ମାତ୍ର କିଲୋମିଟର ଦୂରରେ ଗାଁ ଥିଲେ ମଧ୍ୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତା ମଝିରେ ନାଳ ପଡୁଥିବାରୁ ବିପଦ ସମୟରେ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସିପାରୁନଥିଲା କେବଳ ଏହି ଗୋଟିଏ ଗାଁ ନୁହଁ ଆଖପାଖର ଅନେକ ଗାଁ ସମସ୍ୟାର ସାମନା କରୁଥିଲେ ।

ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରୁ ବଞ୍ଚିତ ହେଉଥିଲେ ନାଳ ଉପରେ ପୋଲ ନିର୍ମାଣ କରିବାକୁ ବାରମ୍ବାର ଦାବି କରୁ ଆସୁଥିଲେ । ଲୋକେ ହେଲେ କିଛି ବି ସୁଫଳ ନମଳିବାରୁ ଶେଷରେ ଆଖପାଖର ୩ ଖଣ୍ଡ ଗାଁ ଲୋକେ ଚାନ୍ଦା ଆଦାୟ କରିଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ସେପଟେ ରାସ୍ତାକାମକୁ ନେଇ ଭିନ୍ନ କାରଣ ଦର୍ଶାଇଛି ପ୍ରଶାସନ ।