• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • 'ରଟରଡ୍ୟାମ୍‌' ନିଆରା ସହର

କୁହାଯାଏ ଦୁବାଇ ସବୁଠାରୁ ସୁନ୍ଦର ସ୍ଥାନ । ଏହା ଏକ କସମୋପଲିଟାନ୍‌ ସହର । ଯେଉଁଠାରେ ଏକ ବିଲାସ ବ୍ୟସନ ଜୀବନ ବିତାଇବାର ସମସ୍ତ ସାଧନ ମହଜୁଦ ଅଛି । ଦୁନିଆ ସାରାରୁ ଲୋକମାନେ ଏଠାକୁ ଆସି କାମ କରନ୍ତି, ରୁହନ୍ତି । ଏଠାରେ ରହିବାକୁ ଅନେକ ଲୋକମାନଙ୍କର ସ୍ୱପ୍ନ ମଧ୍ୟ । ଏହି ସହରର ଭବ୍ୟତା ବିଶ୍ୱ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣିଛନ୍ତି କି ଦୁବାଇଠାରୁ ମଧ୍ୟ ଏକ ସୁନ୍ଦର ଅଛି ହଲାଣ୍ଡରେ । ଯାହାର ସୁନ୍ଦରତାର ଚର୍ଚ୍ଚା ଏବେ ସବୁଠି । ‌ଆଉ ସହରର ନାଁ ହେଉଛି ରଟରଡ୍ୟାମ୍‌…

ରଟରଡ୍ୟାମ୍‌ ଗୋଟେ ସମୟରେ ଏହା ଦୁନିଆର ସବୁଠାରୁ ବ୍ୟସ୍ତ ବନ୍ଦର ଥିଲା । ଏହି ସହରର ବହୁତ ରୂପ ବୋଲି କୁହାଯାଏ । ଏଠାରେ ଦିନ ରାତି ସବୁ କିଛି ବେଶ୍‌ ଆଡଭେନଚର । ବିଳାସବ୍ୟସନ ଜୀବନ ବିତାଇବା ପାଇଁ ସମସ୍ତ ସୁବିଧା ଏଠାରେ ଉପଲବ୍ଧ । କିନ୍ତୁ ଏ ସହରର ସବୁଠାରୁ ଖାସ୍‌ କଥା ଏଠାକାର ଘର ଗୁଡିକୁ ବେଶ୍‌ ନିଆରା ଆଉ ନୂଆ ଅନ୍ଦାଜରେ ନିର୍ମାଣ କରାଯାଇଛି ।

ଏଠାରେ ରେଳଯାତ୍ରା ମଧ୍ୟ ବେଶ୍‌ ରୋମାଞ୍ଚକର । କାରଣ ସେଠାକାର ପ୍ରାକୃତିକ ସୁନ୍ଦରତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଏ । କାଚ, କାଠ ଓ ଷ୍ଟିଲ ସାହାଯ୍ୟରେ ଏହି ଷେ୍ଟସନ ଗୁଡିକୁ ନିର୍ମାଣ କରାଯାଇଛି । ଆଉ ଏହା ହି ଏହି ଷେ୍ଟସନର ବିଶେଷତ୍ତ୍ୱ । ରଟରଡମକୁ ୟୁରୋପର ଅର୍କିଟେକ୍ଚରାଲ୍‌ ଟେଷ୍ଟ କିଚେନ କୁହାଯାଏ ।

Rotterdam HollandRotterdam Holland

ଦୁବାଇ ଓ ଦୋହା ଭଳି ସହରକୁ ଆଥିର୍କ ଦୃଷ୍ଟିକୋଣରୁ ନିର୍ମାଣ କରାଯାଇଥିବା ବେଳେ ରଟରଡମ କିନ୍ତୁ ଏକ ମଧ୍ୟଯୁଗର ସହର ଯାହା ନିଜର ପ୍ରାକୃତିକ ବନ୍ଦର କାରଣରୁ ବିକଶିତ ହୋଇପାରିଛି । ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ଏଠାରେ ନୂଆ ନୂଆ ଡିଜାଇନର ଘର, ବିଲଡିଂ ଇତ୍ୟାଦିର ନିର୍ମାଣ କରାଗଲା । ବର୍ତ୍ତମାନ ସମୟରେ ଏହା କୌଣସି ବ୍ୟକ୍ତି ପାଇଁ ସ୍ୱପ୍ନର ସହର ପାଲଟିଯାଇଛି ।

ଯେଉଁଠାରେ ଆପଣ ନଜର ଉଠାଇବେ ଆକାଶ ଛୁଆଁ ଅଟ୍ଟାଳିକାମାନ ଦୃଶ୍ୟମାନ ହୁଏ । ଏଠାରେ ଟ୍ରାନ୍ସ ପିରାମିଡ୍‌ ମଧ୍ୟ ରହିଛି । ଯାହା ୪୮ ମହଲା ବିଶିଷ୍ଟ । ଏଠାରେ ଡିଜନିଲ୍ୟାଣ୍ଡ କନସର୍ଟ ହଲ୍‌ ମଧ୍ୟ ରହିଛି । ଏହିଭଳି ଅନେକ ପ୍ରସିଦ୍ଧ ଅଟ୍ଟାଳିକା ମାନ ଏଠାରେ ଆପଣ ଦେଖିବାକୁ ପାଇବେ, ଯାହା କଳ୍ପନା ବାହାରେ କହିଲେ କିଛି ଭୁଲ୍‌ ହେବନାହିଁ । ପାଖାପାଖି ୭୫ ବର୍ଷ ପୂବେର୍ ରଟରଡ୍ୟାମରେ ଭୟଙ୍କର ବିପତ୍ତି ଆସିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ବାୟୁସେନା ଆକ୍ରମଣରେ ଏହି ସହର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସେ ସମୟରେ ଏହା ଦୁନିଆର ସବୁଠାରୁ ବଡ ବନ୍ଦର ଥିଲା । ପରେ ଏହି ସହରକୁ ପୁଣିଥରେ ଠିଆ କରିବାକୁ ନିଷ୍ପତ୍ତି ନିଆଗଲା । ଏହାକୁ ଏଭଳି ନର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା ଯେପରି ନୂଆ ପିଢିକୁ ଏହାର ଇତିହାସ ସମ୍ପର୍କରେ ଜ୍ଞାନ ମିଳିପାରିବ ।

ସହରରେ ପୁରୁଣା ଝଲକ ତ ଦେଖିବାକୁ ମିଳିଲା କିନ୍ତୁ ନୂଆ ଅନ୍ଦାଜରେ । କିନ୍ତୁ ଏ ସହରକୁ ପୁଣ୍ଃ ନିର୍ମାଣ କରିବା କଷ୍ଟକର ଥିଲା । ତଥାପି ଏହି ସହର ଗଢି ଉଠିଥିଲା । ଆଉ ବର୍ତ୍ତତ୍ମାନ ଏହା ସବୁଠାରୁ ସୁନ୍ଦର ସହର । କୁହାଯାଏ ଏହି ସହ ଏମ୍ସଟରଡ୍ୟାମର ଜାଆଁଳା ସହର । ଏହାର ମୁଖ୍ୟ ରେଳ ଷ୍ଟେସନରେ ଦୁଇଟି ବିଲଡିଂ ରହିଛି । ଯାହାର ବାସ୍ତୁକଳା ୨୦ ଓ ୨୧ଶତାବ୍ଦୀର ।

Rotterdam HollandRotterdam Holland

ଏହି ବିଲଡିଂର ନିର୍ମାଣ ୧୯୮୪ରେ ଶେଷ ହୋଇଥିଲା । ଅନ୍ୟ ଏକ ବିଲଡିଂ ନାମ ମାର୍କଥଲ, ଯାହାକୁ ୨୦୧୪ରେ ନିର୍ମାଣ କରାଗଲା । ଏହି ବିଲଡିଂରେ ଏକ ମାକେର୍ଟ ମଧ୍ୟ ରହିଛି । ରେସେ୍ତାରାଁ ମଧ୍ୟ ରହିଛି । ଏଠାରେ ଆପଣ ଟ୍ରାମ ସବାରୀର ମଜା ନେଇପାରିବେ । ଆହୁରି ଭଳିକି ଭଳି ବାସ୍ତବକଳାର ନିର୍ମାଣ ଏଠାରେ ଆପଣ ଦେଖବାକୁ ପାଇବେ । ଯାହା ଏହି ସହରକୁ ଅଲଗା ଓ ନିଆରା ଭାବେ ଦେଖିବାକୁ ମିଳେ । ଆଉ ସବୁଠାରୁ ସୁନ୍ଦର ମଧ୍ୟ ।