• translate
Prangyan Parimita

News Highlights

  • ମେସିନରେ ଫୁଟିଲା ଚିଆଁ

  • କୁକୁଡା ଚିଆଁ ଫୁଟା ମେସିନ୍ ତିଆରି କରି ଚର୍ଚ୍ଚାରେ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : କୁହାଯାଏ ଅଭାବରୁ ଉଦ୍ଭାବନର ରାସ୍ତା ବାହାରିଥାଏ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଖାଇଛନ୍ତି ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ନିଜ ବୁଦ୍ଧି‍ବଳରେ ଇନକ୍ୟୁବେଟର ମେସିନ୍ ତିଆରି କରି ସଫଳତାର ସହିତ ୭ଟି କୁକୁଡା ଚିଆଁ ବାହାର କରିଛନ୍ତି । ତେଜରାଜ୍ ଖୁବ କମ ଖର୍ଚ୍ଚରେ ଇନକ୍ୟୁବେଟର ତିଆରି କରିବା ପରେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟୁଛି । କୁକୁଡା ଚାଷୀ ଅନ୍ୟ ଲୋକଙ୍କ ପାଇଁ ଏବେ ଆଦର୍ଶ ସାଜିଛନ୍ତି ତେଜରାଜ ।

ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଅନେକ ପରିଶ୍ରମ ଓ ବୁଦ୍ଧି ଖଟାଇ ଅଣ୍ଡାରୁ ଚିଆଁ ଫୁଟାଇଛନ୍ତି ତେଜରାଜ ସାହୁ । ପ୍ରାୟ ଏକ ମାସ ପୂର୍ବରୁ ଘରେ ଥିବା ତାଙ୍କର ଏକ କୁକୁଡ଼ା ଅଣ୍ଡା ଦେବା ପରେ ମରି ଯାଇଥିଲା । ତେବେ ଅଣ୍ଡାରୁ ଚିଆଁ ଫୁଟାଇବାକୁ ଚିନ୍ତା କରିଥିଲେ ତେଜରାଜ । ଆଉ ଶେଷରେ ୟୁଟ୍ୟୁବରୁ ରାସ୍ତା ପାଇଥିଲେ । ଆମାଜନରୁ ଏକ କଣ୍ଟ୍ରୋଲର୍ ମଗାଇ ମାଛ ରଖାଯାଉଥିବା ଥର୍ମୋକୁଲ ବକ୍ସରେ ଫିଟିଙ୍ଗ କରିଥିଲେ । ବକ୍ସରେ ୧୦୦ ୱାଟର ୨ଟି ବଲ୍ବ ଲଗାଇବା ସହିତ ଥର୍ମୋଷ୍ଟାର୍ଟ ଲଗାଇ ପ୍ରଥମେ ୧୫ ଟି ଅଣ୍ଡା ରଖି ପରୀକ୍ଷା କରିଥିଲେ । ଦୀର୍ଘ ୨୦/୨୫ ଦିନ ରଖିବା ପରେ ଅଣ୍ଡାରୁ ପ୍ରଥମ ଛୁଆ ଫୁଟିଲା, ପରେ ଗୋଟି ଗୋଟି କରି ୭ ଟି ଛୁଆ ଅଣ୍ଡାରୁ ବାହାରିଛି ।

ତେଜରାଜର ଏଭଳି ଉଦ୍ଭାବନ ପାଇଁ କେବଳ ପରିବାର ଲୋକ ନୁହେଁ, ଅଚଳବାସୀ ତଥା କୁକୁଡା ଚାଷୀ ମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଖବର ପ୍ରଚାର ହେବା ପରେ ନୂଆ ଯନ୍ତ୍ର ଦେଖିବାକୁ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟୁଛି । ତେଜରାଜ ନିଜେ ଏହି ଯନ୍ତ୍ର ବ୍ୟବହାର କରିବା ସହିତ ଅନ୍ୟମାନଙ୍କୁ ବିକ୍ରି ମଧ୍ୟ କରୁଛନ୍ତି । ଗତ ୩ ମାସ ମଧ୍ୟରେ ସେ ୫ଟି ହାତ ତିଆରି ଇନକ୍ୟୁବେଟର ବିକ୍ରି କରିସାରିଲେଣି ।

ଇନକ୍ୟୁବେଟର ତିଆରି ପାଇଁ ପରେ ୨୫୦୦ ଟଙ୍କା ଖର୍ଚ ହେଉଥିବା ବେଳେ ୩୦୦୦ ଟଙ୍କାରେ ତେଜରାଜ ଏହାକୁ ବିକ୍ରି କରୁଛନ୍ତି । କେବଳ କୁକୁଡା ଅଣ୍ଡା ପାଇଁ ନୁହେଁ ଗୁଣ୍ଡରୀ ଅଣ୍ଡା ପାଇଁ ମଧ୍ୟ ସ୍ୱତନ୍ତ୍ର ଇନକ୍ୟୁବେଟର ବନାଇଛନ୍ତି ତେଜରାଜ । ତେଜରାଜଙ୍କୁ ଉତ୍ସାହିତ କରିବା ସହିତ ନିଜେ ମଧ୍ୟ କିଭଳି ଏହି ଯନ୍ତ୍ରରୁ ଲାଭବାନ ହେବ ତାହା ଶିକ୍ଷା ନେଉଛନ୍ତି କୁକୁଡ଼ାଚାଷୀ । ବର୍ତ୍ତମାନ ସ୍ଥାନୀୟ କୁକୁଡା ବ୍ରିଡ ସହିତ ବନରାଜ, କଡକନାଥ, ପଲଶା କୁକୁଡା ଅଣ୍ଡା ଆଣି କିଭଳି କୁକୁଡା ଚାଷ କରିବେ ତାହାକୁ ନେଇ ଚିନ୍ତା କରୁଥିବା ଲୋକେ କହିଛନ୍ତି ।

 

Other Stories

  • lightning death
    National ବଜ୍ରପାତ ନେଇଗଲା ୭୦ ଜୀବନ

    ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

  • Chera pahanra
    Festivals & Events ଛେରାପହଁରା ନୀତି କରୁଛନ୍ତି ମହାରାଜା

    ତିନି ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି। ପ୍ରଥମେ ବଳଭଦ୍ରଙ୍କ ରଥରେ...

  • Lightning
    National ଟାୱାର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଆକାଶରୁ ଖସିଲା ମୃତ୍ୟୁ

    ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।