• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳାହାଣ୍ଡି ( ରାଜକୁମାର ସିଂଦେଓ) : ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ଯାଇ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଦୈନିକ ଉପସ୍ଥାନ ବଢାଇବା ସହିତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରଖିବାକୁ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଅଣ୍ଡା , ଛତୁଆ ଭଳି ଅନେକ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି । ହେଲେ ଦାୟିତ୍ୱହୀନତା କାମ ଯୋଗୁଁ ଅନେକ ସମୟରେ ପୋକ ସାଲୁବାଲୁ ତଥା ପୋକରା ଅଣ୍ଡା ଦେଇ ଦେଉଛନ୍ତି ଅଙ୍ଗନବାଡି କର୍ମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁରେ ।

କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ବ୍ଲକ ଅନ୍ତର୍ଗତ ଶିରପୁର ପଞ୍ଚାୟତର ମନୋହର ପୁର ଗାଁର ଅଙ୍ଗନବାଡି କେନ୍ଦ୍ରରେ ପ୍ରତି ସପ୍ତାହରେ ଦିଆଯାଉଛି । ହେଲେ କିଛି ଦିନ ପୂର୍ବରୁ ଦିଆ ଯାଉଥିବା ଅଣ୍ଡା ପୋକ ସାଲୁ ବାଲୁ ହୋଇଥିବା ଅଭିଯୋଗ କରିଛନ୍ତି ଅବିଭାବକ । କୋମଳମତି ଶିଶୁ ମାନଙ୍କୁ ଏଭଳି ପୋକ ଭର୍ତ୍ତି ଅଣ୍ଡା ଦିଆ ଯାଇଥିବାରୁ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୨ ହଜାର ୨୫୯ ଅଙ୍ଗନବାଡି ସେଣ୍ଟର ଥିବା ବେଳେ ଆଉ ୯୦ ଗୋଟି ନୁତନ ଅଙ୍ଗନବାଡି ତିଆରି ପାଇଁ ଯୋଜନା ଚାଲିଛି । ଏହି ସବୁ ଅଙ୍ଗନବାଡି ସେଣ୍ଟରରେ ପ୍ରାୟ ୮୭ ହଜାର ୯୯୪ ଜଣ କୋମଳମତି ଶିଶୁ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଏମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରାଯାଉଥିବା ବେଳେ ବିଭିନ୍ନ ସମୟରେ ଛତୁଆ ପ୍ରସ୍ତୁତିରେ ଅନିୟମିତତା ଭଳି ଅଭିଯୋଗ ଆସୁଛି । ଆଉ ବର୍ତ୍ତମାନ ପୋକ ସାଲୁ ବାଲୁ ଅଣ୍ଡା ଯୋଗାଣକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ପୋକରା ଅଣ୍ଡା ବଣ୍ଟନକୁ ନେଇ ଅଭିଯୋଗ ପାଇଁ ଯାଇଥିବର ବେଳେ ସୁପରଭାଇଜର ଟୁନିଲତା ସାହୁ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଅବିଭାବକ । ତେବେ ଏନେଇ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କୁ ପ୍ରତିକ୍ରିୟା ନେବାରୁ ସେ ଏଭଳି ହେବା କଥା ନୁହ ଯଦି ଦୁର୍ବ୍ୟବହାର କରିଛନ୍ତି ତା ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋମଳମତି ଶିଶୁ ମାନଙ୍କୁ ଏଭଳି ଅଣ୍ଡା ଏବଂ ଛତୁଆ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଯୋଗାଣରେ ସରକାର ଓ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଇ ଉକ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସାଧାରଣରେ ଦାବି ହେଉଛି ।