• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ଅସହାୟ ସ୍ୱାମୀର ସାହସ ପାଲଟିଛି ସ୍ତ୍ରୀ । ନିଜ ସ୍ୱାମୀ ଓ ପରିବାର ପାଇଁ ମୋ ବସ୍‌ର ମହିଳା କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଗଞ୍ଜାମର ଛବି ପ୍ରଧାନ । ଇଏ ହେଉଛନ୍ତି ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବୁଥିବା ଜଣେ ଭିନ୍ନ ମହିଳା । ସ୍ୱାମୀଙ୍କ ପାଇଁ ସହାୟତା ଲାଗି ପର ହାତକୁ ନ ଅନେଇ ଏରୁଣ୍ଡିବନ୍ଧ ବାହାରକୁ ଗୋଡ଼ କାଢ଼ି ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଛବି ।

ବସ୍‌ ଯାତ୍ରୀଙ୍କ ଠାରୁ ଟିକେଟ୍ କାଟନ୍ତି, ଯାତ୍ରୀ ଗନ୍ତବ୍ୟସ୍ଥଳୀ ସମ୍ପର୍କରେ ସହାୟତା କରନ୍ତି ।ତାଙ୍କର ଏହି ବୃତ୍ତିକୁ ଛବି ବାଧ୍ୟ ହୋଇ ଆପଣାଇଛନ୍ତି କାରଣ ଦେଢ ବର୍ଷ ତଳେ ସ୍ୱାମୀ ସୁମନ୍ତ ଏକ ସଡକ ଦୁର୍ଘଟଣାରେ ନିଜ ହାତ ହରେଇଦେଇଛନ୍ତି । ତା ପରଠାରୁ ସୁମନ୍ତଙ୍କ ଶରୀରର ଗୋଟିଏ ଅଂଶ ପ୍ରାୟ ଅକାମୀ ହୋଇଗଲା । ଛବି ଧାର ଉଧାର କରି ସ୍ୱାମୀଙ୍କୁ ବଞ୍ଚେଇଦେଲେ ସତ ହେଲେ ସେହି ଋଣକୁ ନିଜେ କଷ୍ଟ ବଳରେ ସୁଝୁଛନ୍ତି । କେବଳ ଏତିକି ନୁହେଁ ଘରେ ସେ ଦୁଇ ଛୁଆ ସହ ବୁଢ଼ୀ ମା ଙ୍କୁ ମଧ୍ୟ ଯତ୍ନ ନେଉଛନ୍ତି ।

ଦୁର୍ଘଟଣା ପରଠାରୁ ଛବିଙ୍କ ସ୍ୱାମୀଙ୍କ ଟେଣ୍ଟ ହାଉସ ବ୍ୟବସାୟ ବନ୍ଦ ହୋଇ ପଡିଛି ବୁଝିବାକୁ ନିଜର କେହି ନାହାନ୍ତି ତେଣୁ ଛବି, ସୁମନ୍ତଙ୍କ ବେଉସାକୁ ଛାଡି ମୋ ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଛନ୍ତି । ଇଚ୍ଛା ନଥିଲେ ବି କୁନି କୁନି ଛୁଆଙ୍କୁ ଘରେ ଛାଡ଼ି ଯାଉଛନ୍ତି ଛବି। ତାଙ୍କର ଏହି ସଂଘର୍ଷକୁ ସତରେ ସହେ ସଲାମ୍‌ ।