• translate
Pallipuspa Samal

News Highlights

  • ଲୁଗା ସଫା କରି ଶରୀର ସୁସ୍ଥ ରଖନ୍ତୁ

 ବ୍ରହ୍ନପୁର: ଲୁଗା ସଫା କର। ଶରୀର ସୁସ୍ଥ ରହିବ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା କେମିତି ତିଆରି ହୋଇଛି ଏହି ଓ୍ୱାସିଂ ମେସିନ୍।

ସତ୍ୟନାରାୟଣଙ୍କ ହାତ ତିଆରି ଓ୍ୱାସିଂ ମେସିନଟି ଏକ ପ୍ଲାଷ୍ଟିକ ଡ୍ରମ୍ ଓ ସାଇକେଲରେ ହିଁ ତିଆରି ହୋଇଛି। ଓ୍ୱାସିଂ ମେସିନ ବକ୍ସ ଭଳି ଏଥିରେ ଲାଗିଛି ଗୋଟିଏ ଏକ୍ସିଲ ଯାହା ସାଇକେଲର ଫ୍ରି ୱିଲ୍ ସହ ସଂଯୋଗ ହୋଇଛି। ସାଇକେଲର ଆଗ ଓ ପଛ ଚକକୁ ବାହାର କରି ଏଥିରେ ଓ୍ୱାସିଂ ମେସିନ ବକ୍ସ ଖଞ୍ଜି ଦିଆଯାଇଛି। ଏକ ଷ୍ଟାଣ୍ଡ ସହ ପ୍ଲାଷ୍ଟିକ ଡ୍ରମ୍ ଭିତରେ ଲାଗିଛି ଏକ ଜାଲି। ଯାହା ଭିତରେ ସଫା ହେବାକୁ ଥିବା କପଡ଼ା ରହିବ। ସାଇକେଲ ପ୍ୟାଡଲ ମାରିବା ମାତ୍ରେ ପଛ ଫ୍ରି ୱିଲ୍ ଘୁରିବା ସହ ଏକ୍ସଲଟି ଘୁରିବ। ଫଳରେ ପ୍ଲାଷ୍ଟିକ ଡ୍ରମ୍ ଭିତରେ ଥିବା ଡିଟରଜେଣ୍ଟ ଓ ପାଣି ଫେଣ ସୃଷ୍ଟି କରି ଲୁଗା ସଫା କରିବ।

ଚଳିତ ବର୍ଷ ଇନ୍ସପାୟାର ଆଓ୍ୱାର୍ଡ ପାଇଁ ବିଜ୍ଞାନ ପ୍ରକଳ୍ପ ଚୟନ ବେଳେ ସେ ଏହି ମେସିନଟିକୁ ତିଆରି କରିବାର ଆଇଡିଆ ଆସିଥିବା କହିଛନ୍ତି ସତ୍ୟନାରାୟଣ । ଏଥିରେ ସତ୍ୟନାରାୟଣଙ୍କ ଭଉଣୀ ଓ ପରିବାର ଲୋକେ ସହାୟତା କରିଥିଲେ। ଅନ୍ୟପକ୍ଷରେ ଏହି ମେସିନ୍ ଚଳାଇଲେ ଲୁଗା ସଫା ହେବା ସହ ସାଇକେଲିଂ କରିବା ଦ୍ୱାରା ଭଲ ବ୍ୟାୟାମ ହେଉଥିବାରୁ ମଣିଷ ସୁସ୍ଥ ରହିବ ବୋଲି କହିଛନ୍ତି ସତ୍ୟନାରାୟଣଙ୍କ ବିଜ୍ଞାନ ଶିକ୍ଷୟିତ୍ରୀ ।

ସତ୍ୟନାରାୟଣଙ୍କ ଅତି ଶସ୍ତା ଓ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ ପ୍ରକଳ୍ପଟି ଇନ୍ସପାୟାର ପୁରସ୍କାର ପାଇଥିବା ବେଳେ ରାଜ୍ୟ ପୁରସ୍କାର ପାଇଁ ଚୟନ ହୋଇଥିବା କହିଛନ୍ତି ସ୍କୁଲ ଇନଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀ ।

Other Stories

  • New Degree Model College
    Miscellaneous ରାସ୍ତା ପାଇଁ ବଳି ପଡ଼ିବ ନୂଆ ମଡେଲ ଡିଗ୍ରୀ କଲେଜ !

    ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ...

  • Aambulance
    Miscellaneous ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ, ଆଖି ବୁଜିଲେ ରୋଗୀ

    ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି...

  • Police Commander Sanjya Potam
    Miscellaneous ମାଓ କମାଣ୍ଡର ଏବେ ପୋଲିସ ଇନ୍ସପେକ୍ଟର

    ଯେଉଁ ଏକେ ୪୭ ରାଇଫଲ୍‌କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ...

  • Mysterious lake of India
    Miscellaneous ରହସ୍ୟମୟ ହ୍ରଦ; ଏଠାକୁ ଯିଏ ଯାଏ ଆଉ ଫେରେନି

    ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ। କେଉଁ କେଉଁ ସ୍ଥାନ ଏଲିଏନ୍ କାରଣରୁ ତ ପୁଣି କେଉଁ ସ୍ଥାନ ଭୂତମାନଙ୍କ କାରଣରୁ ରହସ୍ୟମୟ ଭାବରେ ବିବେଚନା କରାଯାଏ। ଭାରତରେ ମଧ୍ୟ ଏପରି ଏକ ହ୍ରଦ ଅଛି ଯାହାର ରହସ୍ୟ...