• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ନିର୍ବାଚନ ଆସିଲେ ଗାଁ କଥା ମନେ ପଡ଼େ । ଲୋକଙ୍କ ହାନିଲାଭ, ଭଲମନ୍ଦ କଥା ମନକୁ ଆସେ । ଆଉ ଜନତାଙ୍କ ଭୋଟ୍ ପାଇ ଗାଦିରେ ବସିବା ପରେ ସବୁ ଭୁଲି ଯାଆନ୍ତି ନେତା । ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଏ । ସେହିପରି ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତାହା ବାସ୍ତବରେ କେତେ ଫଳପଦ ହେଉଛି ତାହାର ନଗ୍ନରୂପ କୌଣସୀ ଦୁର୍ଗମ ‌ଅଞ୍ଚଳ ନୁହେଁ, ବଂର କଟକ ସହର ଠାରୁ ମାତ୍ର ୨୦କି.ମି ଦୂରରେ ଥିବା କେତକିଝର ଗାଁକୁ ଦେଖିଲେ ସ୍ପଷ୍ଟ ବାରିହୋଇପଡେ ।

କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଉଚ୍ଚପଦା ପଂଚାୟତ କେତକିଝର ଗାଁ । ଏହି ଗାଁରେ ମୋଟ୍ ୮୦ଟି ପରିବାର ବସବାସ କରନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା ତ ଦୂରର କଥା ନିତିଦିନିଆ ସୁବିଧା ଏଠି ସାତସପନ । ଗାଁକୁ ଭଲ ରାସ୍ତା ନଥିବା ବେଳେ କାହାର ଘର ବୋଲି ଖଣ୍ଡିଏ ନାହିଁ । ଗାଁକୁ ପାଣି ସୁବିଧା ନାହିଁ । ପାଇଖାନା ଅଧା ହୋଇ ପଡ଼ିଛି । ଇନ୍ଦିରା ଆବାସ ମିଳୁନଥିବାରୁ ଭଙ୍ଗା ଘରେ ରହିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । ଏହି ଗାଁର ଲୋକ ମାନଙ୍କ ଅଭିଯୋଗ ହେଲା, ଏମାନଙ୍କୁ କୌଣସୀ ସରକାରୀ ଯୋଜନାରେ ସାମିଲ କରାଯାଇନାହିଁ ।

 

ପ୍ରସାଶନିକ ଅବହେଳା କାରଣରୁ ଏବେ ବି ଏହି ଗାଁର ଲୋକମାନେ ଅବହେଳିତ ଅବସ୍ଥାରେ ରହିଛନ୍ତିି । ବାରମ୍ବାର ଗାଁ ଲୋକ ଗୁହରୀ କଲେ ମଧ୍ୟ ତାହା ପ୍ରଶାସନର ନାଲିଫିତା ତଳେ ଚାପି ହୋଇରହିଯାଇଛି । କେବଳ ନିର୍ବାଚନ ସମୟରେ ମିଳେ ପ୍ରତିଶ୍ରୁତି,କିନ୍ତୁ ନିର୍ବାଚନ ସରିଗଲେ ଆଉ ଦେଖା ନାହଁ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ । ତେଣୁ ଆଗାମୀ ନିର୍ବାଚନରେ ଭୋଟ୍ ବର୍ଜନ କରିବା ସହ ଭୋଟ୍ ମାଗିବାକୁ ଆସିଲେ ନେତା ମାଡ଼ ଖାଇବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ବିଡିଓଙ୍କୁ କହିବା ସରେ ବିଡିଓ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥିତି ପରଖିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।