• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କ୍ରୀଡାର ବିକାଶ ପାଇଁ ବୃହତ ଯୋଜନା ।

  • ବଦଳିବ ପୁରୀର ବିଭିନ୍ନ ଆଖଡ଼ାର ରୂପରେଖ ।

  • ଆନୁସଙ୍ଗିକ ଭିତ୍ତିଭୂମି ଓ ବ୍ୟବସ୍ଥାରେ ହେବ ପରିବର୍ତ୍ତନ ।

ପୁରୀ: ସଜେଇ ହେଉଛି ପୁରୀର ବିଭିନ୍ନ କ୍ଲବ୍ । କ୍ରୀଡ଼ାର ବିକାଶ ପାଇଁ ହେଉଛି ବୃହତ ଯୋଜନା । ବିଭିନ୍ନ ଆଖଡ଼ାକୁ ନୂଆ ରୂପ ଦିଆଯାଉଛି । ଆନୁସଙ୍ଗିକ ବ୍ୟବସ୍ଥାକୁ ବଢ଼ାଇବା ସହ ଭିିତ୍ତିଭୂମିକୁ ଉନ୍ନତ କରାଯାଉଛି । ପୁରାତନ କୁସ୍ତି ସମେତ ଅନ୍ୟ ଖେଳକୁ ବି ପ୍ରୋତ୍ସାହନ ଦେବାକୁ ଜିଲ୍ଲା ପ୍ରଶାସନ ଯୋଜନା ରଖିଛି । 

ବଦଳିବ ପୁରୀର ପୁରାତନ ଆଖାଡ଼ାର ରୂପରେଖ । ନୂଆ ଢଙ୍ଗରେ ନୁହେଁ ନୂଆ ଆକାରରେ ସଜେଇ ହେବ । ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ପୁରୀର ଜାଗା ଆଖାଡ଼ାର ଉନ୍ନତି ପାଇଁ ଏବେ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଉନ୍ନତ ଜ୍ଞାନ କୌଶଳ, ଆଧୁନିକ ବ୍ୟାୟମ ସାମଗ୍ରୀ, ତାସହ କୋଠା ଓ ଆନୁସଙ୍ଗିକ ସାମଗ୍ରୀକୁ ବ୍ୟବହାର କରାଯିବ । ଭିତ୍ତିଭୂମିର ଉନ୍ନତି ପାଇଁ ବି ଏବେ ଜୋରସୋରରେ କାମ ଆରମ୍ଭ ହୋଇଛି । ସେ ନେଇ ଜଗନ୍ନାଥ ଷ୍ଟାଡିୟମ୍‌ରେ ନିର୍ମାଣ କାର୍ଯ୍ୟ ବି ଜୋର ସୋରରେ ଆରମ୍ଭ ହୋଇଛି । ପୁରୀରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଏପରି ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଭିତ୍ତିଭୂମି ସହ ଯଦି ପ୍ରଶିକ୍ଷଣ ମାତ୍ରା ବି ବୃଦ୍ଧି କରାଯିବ, ତାହେଲେ ଏଥିରେ ଦ୍ୱିଗୁଣିତ ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । 

ପୁରୀର ଜାଗା ଆଖଡ଼ା ପରମ୍ପରା ବେଶ ପୁରୁଣା । କାହିଁ କେଉଁ ଅନାଦୀ କାଳରୁ ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ସଂସ୍କୃତିର ସୁରକ୍ଷା ପାଇଁ ଏହା ଆରମ୍ଭ ହୋଇଥିଲା । ଆଖଡ଼ାରେ ଥିବା କୁସ୍ତି ପ୍ରତିଭାକୁ ଜାତୀୟ ସ୍ତରରେ ପରିଚିତ କରିବାକୁ ଗତ ମାସ ଆୟୋଜିତ କରାଯାଇଥିଲା ପ୍ରତିଯୋଗିତା । ତେବେ ପୁରୀର କ୍ରୀଡ଼ାକୁ କୁସ୍ତିରେ ସୀମିତ ନରଖି ବ୍ୟାଡମିଣ୍ଟନ୍, ଥ୍ରୋ-ବଲ୍, ସୁଇମିଂ ଭଳି ବିଭିନ୍ନ ଖେଳରେ ଅଧିକରୁ ଅଧିକ ଖେଳାଳି କିପରି ବାହାରିବେ । ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି କ୍ରୀଡ଼ାବିତ୍ ।

ଗତ ମାସ ପୁରୀର କିଶୋର କୁମାର ଜେନା ଜାଭେଲିନ୍ ଥ୍ରୋରେ ରାଜ୍ୟ ପାଇଁ ଗର୍ବ ଆଣିଥିଲେ । କିଶୋରଙ୍କ ଭଳି ଅନେକ ଖେଳାଳି ଏବେ ପୁରୀରୁ ବାହାରିବା ନେଇ ଆଶା କରାଯାଉଛି ।