• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ୯୫ ବର୍ଷ ବୟସରେ ବି ପୁରା ଫିଟ୍ ବୟସ୍କା

  • ନିଜ ହାତରେ ତିଆରି କରୁଛନ୍ତି ବିଭିନ୍ନ ଖେଳନା

  • ଚର୍ଚ୍ଚାରେ କଟକ ବିଡାନାସୀର ମାଳତୀ ଦେବୀ

କଟକ: ବୟସର ଅପରାହ୍ନରେ ବୁଢ଼ୀ ମାଉସୀ ପୂରା ଫିଟ୍‌ ଅଛନ୍ତି। କେବଳ ଯେ ଫିଟ୍‌ ଅଛନ୍ତି ତାହା ନୁହେଁ ବରଂ ସେ ଏମିତି କାମ କରୁଛନ୍ତି ଯାହାକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ। ୯୫ ବର୍ଷ ବୟସରେ ବି ପୁରା ଫିଟ୍ ଓ ବିନ୍ଦାସ ଅଛନ୍ତି ମାଳତୀ ମାଉସୀ। ଏହି ବୟସରେ ମଧ୍ୟ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

କଟକ ବିଡାନାସୀ ଅଞ୍ଚଳର ମାଳତି ଦେବୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଅଦରକାରୀ ଜିନିଷରେ ତିଆରି କରୁଛନ୍ତି ଭଳି କି ଭଳି ସାମଗ୍ରୀ । କଣ୍ଢେଇ ଠାରୁ ଆରମ୍ଭ କରି ପାପୋଛ୍ , ଘର ସାଜସଜ୍ଜା ପାଇଁ ମଧ୍ୟ ସାମଗ୍ରୀ ମଧ୍ୟ ତିଆରି କରୁଛନ୍ତି ମାଳତୀ। କେବଳ ସେତିକି ନୁହେଁ ହାରମୋନିୟମ ବଜାଇ ଗୀତ ମଧ୍ୟ ଗାଉଛନ୍ତି ମାଳତୀ ଦେବୀ। ଏହାସହ ଚିତ୍ର ଆଙ୍କୁଛନ୍ତି , ହାତ ଥରୁଥିଲେ ମଧ୍ୟ ଚିତ୍ର ଆଙ୍କି ପାରୁଛନ୍ତି ମାଳତୀ। ଏ ବୟସରେ ମଧ୍ୟ ସେ ଅନ୍ୟର ସାହାଯ୍ୟ ନ ନେଇ ନିଜ କାମ ନିଜେ କରିପାରନ୍ତି । ମାଳତୀ ଦେବୀଙ୍କ ଜନ୍ମ ୧୯୨୬ ମସିହାରେ କଟକ ଚାନ୍ଦିନୀଚୌକରେ ହୋଇଥିଲା।

ଚାନ୍ଦିନୀଚୌକ ପ୍ରାଥମିକ ସ୍କୁଲରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡିଛନ୍ତି। ପୁଅ ଓ ଦୁଇ ଝିଅ ତାଙ୍କର ଅଛନ୍ତି। ଦୀର୍ଘ ବର୍ଷ ହେବ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି। ଅଭାବ, ଅନଟନ ମଧ୍ୟରେ ଭାଙ୍ଗି ନ ପଡି ମନୋବଳ ଦୃଢ କଲେ ସବୁକିଛି ସମ୍ଭବ ବୋଲି କହିଛନ୍ତି ମାଳତୀ ଦେବ। ତେବେ ମାଳତୀ କହିଛନ୍ତି ଯେ, ବୟସ ମୋ କାମରେ ବାଧା ସୃଷ୍ଟି କରିନାହିଁ। ନିଜର ଇଚ୍ଛାଶକ୍ତରି ଥିଲେ ଆମେ କିଛି ବି କରିପାରିବା ବୋଲି ସେ କହିଛନ୍ତି।