• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍‌ କରିଛନ୍ତି ରାଜ୍ୟ ସରକାର।  ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। 

ଚଳିତ ବର୍ଷ ଅଗଷ୍ଟରେ ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଥିଲେ। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରିଥିଲେ ରାଜ୍ୟ ସରକାର।

 

ଏହା ପୂର୍ବରୁ ଇ- ଯାନ ପଲିସି ଉପରେ କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା। ଏହି ନୀତି ଅନୁସାରେ ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ। ବୈଦ୍ୟୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବା ଲକ୍ଷ୍ୟରେ ଏହି ଇ ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି ୨୦୨୧ ଅଣାଯାଇଛି। ଏହି ନୀତି ଅନୁସାରେ ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ।