• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦୀପାବଳିରେ କାଉଁରିଆ ଜାଳିବାକୁ ଶ୍ରଦ୍ଧାଳୁଙ୍କୁ ମିଳିବନି ଅନୁମତି

  • ଦୀପାବଳିରେ ସାଧାରଣ ଦର୍ଶନ ବନ୍ଦ

  • ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ

  • କଟକଣା ନେଇ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା

ପୁରୀ : ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି ।

ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ଏଥିସହ କାଳିପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ ।

ସେପଟେ ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶିକା ଅନୁଯାୟୀ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏହା ସହ ଦୁଇଟି କିଓସ୍କ କରାଯାଇଛି ।

ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ଶ୍ରୀମନ୍ଦିରକୁ ଯାଇ ସାତ ପାହାଚ ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପୁରୀ ବାସିନ୍ଦା ଦୁଇଟି ଡୋଜ କୋଭିଡ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

ପୂର୍ବରୁ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ପ୍ରବେଶ ବ୍ୟବସ୍ଥା ହେଉଥିବାରୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଥିଲା ଓ ପୁରୀବାସୀ ମାନେ ମଧ୍ୟ ସେହି ଲାଇନ୍ ରେ ସାମିଲ ହେଉଥିଲେ । କିନ୍ତୁ ବାରମ୍ବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ପରେ ଆଜିଠାରୁ ପୁରୀବାସୀଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ତେବେ ପ୍ରଶାସନର ଏଭଳି ନୂଆ ଏସଓପିକୁ ସ୍ଥାନୀୟ ଅଧିବାସୀ ସ୍ୱାଗତ କରିଛନ୍ତି ।