• translate
Chandan Shishu

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଶ୍ୱଶୂର ଘର ଆଗରେ ଦୀର୍ଘ ୪ ଦିନ ଧରି ଧାରଣା ଦେଇଥିବା ବୋହୂକୁ ଆପଣେଇ ନେବା ପାଇଁ ଚାରିଆଡୁ ଉଠିଲା ସ୍ୱର। ବହୁ ସମାଜସେବୀ, ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ତପସ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ବେଳେ ଏବେ ନ୍ୟାୟ ପାଇଁ ବହୁମାତ୍ରାରେ ସ୍ଥାନୀୟ ଲୋକ ଏକାଠି ହୋଇଛନ୍ତି। ତପସ୍ୱିନୀଙ୍କ ଶ୍ୱଶୂର ଘର ନିକଟରେ ଏକାଠି ହୋଇ ତପସ୍ୱିନୀଙ୍କୁ ଘରକୁ ନେବା ପାଇଁ କହିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।

ଘର ଭିତରେ ପ୍ରବେଶ କରିନପାରିବାରୁ ତପସ୍ୱିନୀ ଘର ବାହାରେ ମାଣ ବସାଇଥିଲେ। ଦୀପ, ଧୂପ, କୁମ୍ଭ ରଖି ପୂଜାର୍ଚ୍ଚନା କରିଥିଲେ। ଧାରଣାର ଚତୁର୍ଥ ଦିନରେ ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ତପସ୍ବିନୀ ଶ୍ୱଶୁର ଘର ଦାଣ୍ଡ ଦୁଆରେ ବସି ଲକ୍ଷ୍ମୀପୂଜା ବ୍ରତ ପାଳିଛନ୍ତି। କିନ୍ତୁ ତପସ୍ୱିନୀଙ୍କ ପାଇଁ ଘର କବାଟ ଖୋଲିନଥିଲା।

ତପସ୍ବିନୀଙ୍କୁ ବୋହୂ ବୋଲି ଶ୍ୱଶୁର ମାନିବା ଓ ସ୍ତ୍ରୀ ଭାବେ ସ୍ୱାମୀ ସ୍ୱୀକାର କରିବା ପରେ ଘରକୁ ନେବାକୁ ସମସ୍ତେ ନାରାଜ ହେବାରୁ ତପସ୍ୱିନୀ ସପକ୍ଷରେ ଆଗେଇ ଆସିଛନ୍ତି ବହୁ ସମାଜସେବୀ, ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ। ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିବାକୁ ସବୁଆଡୁ ଉଠିଲାଣି ସ୍ୱର। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ବ୍ରହ୍ମାନଗରରେ ଜମିଛି ଲୋକଙ୍କ ଭିଡ। ତପସ୍ବିନୀଙ୍କୁ ବୁଝାଇବାକୁ ପହଞ୍ଚିଥିଲେ ଅନେକ ମହିଳା। ସାହି ପଡୋଶୀ ବି ଆସି ଘର କଥା ଘରେ ରଖି ଆପୋଷ ବୁଝାମଣା ଦ୍ୱାରା ସମାଧାନ କରିବାକୁ ମତ ଦେଇଥିଲେ।

ଏନେଇ ସମାଜସେବୀ ସିପ୍ରା ହୀରା କହିଛନ୍ତି ଯେ ଜୀଅନ୍ତା ଲକ୍ଷ୍ମୀଙ୍କୁ ସାଥ୍‌ ଦେବା ପାଇଁ ଆମେ ସମସ୍ତେ ଆଗେଇ ଆସିଛୁ। ୪ ଦିନ ହେଲାଣି ତପସ୍ୱିନୀ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଖରା, କାକରରେ ବସି ତାର ନ୍ୟାୟ ଭିକ୍ଷା କରୁଛି। ଖୁବ ଶୀଘ୍ର ଉଭୟ ପକ୍ଷ ବସି ଏଦିଗରେ ସମାଧାନ କରିବା ସହ, ବୋହୂକୁ ଘରକୁ ନିଅନ୍ତୁ। ଅପରପଟେ ପୋଲିସର ଅବହେଳା ବାରି ହୋଇପଡୁଛି। ଧାରଣା ସମୟରେ ଯଦି ଅଘଟଣ ଘଟେ କି ଦାୟୀ ରହିବ?

ପ୍ରଥମେ ତପସ୍ପିନୀ-ସୁମିତଙ୍କ ରେଜିଷ୍ଟ୍ରି ମ୍ୟାରେଜ୍, ପରେ ତପସ୍ୱିନୀଙ୍କ ନିର୍ଯାତନା ଅଭିଯୋଗ ଏବଂ ସୁମିତଙ୍କ ଛାଡପତ୍ର ଆବେଦନ। ଏବେ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଅଡି ବସିଛନ୍ତି ତପସ୍ୱିନୀ। ତେବେ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ବାହାରି ପାରୁନି ସମାଧାନର ବାଟ।

Other Stories

  • Andhra Milk sale in Odisha
    Koraput ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର

    ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ।

  • Milk Meant For Free Distribution In Andhra Pradesh Being Sold In Koraput’s Pottangi
    Milk ଓଡିଶାରେ ଆନ୍ଧ୍ର ସରକାରୀ କ୍ଷୀର

    ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର । ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଯାଉଥିବା ମାଗଣା କ୍ଷୀରକୁ କୋରାପୁଟ ପଟାଙ୍ଗୀରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ନଜର ପକାନ୍ତୁ ପୁରା ଘଟଣା ଉପରେ ।

  • Cyclone Jawad  |  Rains Damage Paddy Crops In Nilagiri, Balasore
    Cyclone Jawad ଆଣ୍ଠୁଏ ପାଣିରେ ଭାସୁଛି ବର୍ଷକର ଆହାର

    ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ...

  • Mamita Meher Murder Case  | Hearing On Bail Petition Of Gobinda Sahu Today
    Mamita Meher Murder Case ଗୋବିନ୍ଦ ମାଗୁଛି ଜାମିନ

    ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଆଜି ହେବ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲାର ଶୁଣାଣି ହେବ ।