• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅଳ୍ପ ଦିନ ପରେ ଆଲୋକର ପର୍ବ ଦୀପାବଳି ।

  • ଦୁନିଆକୁ ଆଲୋକିତ କରୁଥିବା ଅନ୍ଧାରରେ କୁମ୍ଭକାର ପରିବାର ।

  • ପ୍ଲାଷ୍ଟିକ ଦୀପ ଓ ଚାଇନ୍ ଲାଇଟ ଯୋଗୁଁ ଦୀପ ବେପାର ମାନ୍ଦା ।

ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟର ଏହି ପର୍ବରେ ସବୁଠି ଖୋଜା ପଡ଼େ ଦୀପ । ହେଲେ ସାରା ଦୁନିଆକୁ ଆଲୋକିତ କରିବା ପାଇଁ ଦୀପ ଯୋଗାଉଥିବା କୁମ୍ଭକାରର କୂଳ ବେଉସା ଏବେ ଅନ୍ଧାରରେ । କୋଭିଡ କଟକଣା ସହ ପ୍ଲାଷ୍ଟିକ ଦୀପ ଓ ଚାଇନା ଲାଇଟର ବଢୁଥିବା ଚାହିଦା ଯୋଗୁଁ  ଚିନ୍ତାରେ କୁମ୍ଭକାର । ସାଲେପୁର ହେଉ କି ମୟୁରଭଞ୍ଜର ଉଦଳା ଅବା ଗଞ୍ଜାମର ବେଲଗୁଣ୍ଠା ସବୁଠି ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି କୁମ୍ଭକାର ପରିବାର ।

କିଏ ଦୀପ ତିଆରି କରୁଛି ତ କିଏ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ଗାଁର କାରିଗର ଦୀପାବଳୀ ପାଇଁ ଜୋରସୋରରେ ଜାରି ରଖିଛନ୍ତି ଦୀପ କାମ । ପୂର୍ବରୁ ଗାଁର ପ୍ରାୟ ଶହେରୁ ଅଧିକ ପରିବାର ଦୀପ ଓ ମାଟିପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ଆଦିର ବହୁଳ ବ୍ୟବହାର ପରେ ମାଟି ଦୀପର ଚାହିଦା ନଥିବାରୁ ଅନେକ ମୁହଁ ଫେରାଇ ନେଲେଣି । ପରିଶ୍ରମ ହିସାବରେ ପାରିଶ୍ରମିକ ମିଳୁନଥିଲେ ବି ହାତ ଗଣତି କିଛି ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପେଡ଼ାଗଡି ଗାଁରେ ବି କୁମ୍ଭକାରଙ୍କ ସମାନ ଦୁର୍ଦଶା ଗାଁର ଅନେକ ପରିବାର ମାଟି ପାତ୍ର ତିଆରି କରୁଥିବାବେଳେ ଗତ ବର୍ଷ କରୋନା ମହାମାରୀ ଯୋଗୁ ଜୀବିକା ପ୍ରଭାବିତ ହୋଇଥିଲା । ବିକ୍ରି ନହୋଇ ଘରେ ପଡି ରହିଛି ଶହ ଶହ ସଂଖ୍ୟାରେ ମାଟିପାତ୍ର । ଏଣୁ ଆଗକୁ ଦୀପାବଳୀ ଓ କାଳୀପୂଜା ଥିବାରୁ ଦ୍ୱୀପ ଓ ମାଟି ପାତ୍ର ଆଦି ଭଲ ବିକ୍ରି ହେବ ବୋଲି ଆଶା ରଖିଛନ୍ତି କାରିଗର । 

କଟକ ଜିଲ୍ଲା ସାଲେପୁର ବ୍ଲକ ମାଳଲେଖାନପୁରର କୁମ୍ଭକାରଙ୍କ ମଧ୍ୟ ସମାନ ସ୍ଥିତି  ଏଇଠି ରୁହନ୍ତି 200ରୁ ଅଧିକ କୁମ୍ଭକାର ପରିବାର ଦିନରାତି କୁମ୍ଭରଶାଳର ଚକ୍ରି ବୁଲିଲେ ହିଁ କୁମ୍ଭକାର ପରିବାରର ଚୁଲି ଜଳେ ହେଲେ ଏ କୁଳ ବେଉସା ଉପରେ ଏବେ କରୋନା ଦାଉ ସାଧିଛି ଆଗକୁ ଦୀପାବଳି ଆସୁଛି ହେଲେ ଗାଁକୁ କେହି ଜଣେବି ଗରାଖ ଆସୁନାହାନ୍ତି ଦୀପ କିମ୍ବା ମାଟିପାତ୍ର ନେବାପାଇଁ ଫଳରେ ବହୁ ସଂଖ୍ୟାରେ ମାଟିପାତ୍ର ଆଉ ଦୀପ ସେଇମିତି ଘରେ ପଡିରହିଛି କରୋନା କଟକଣା ଏବେ ଦୀପ କାରିଗର ଓ ଗରାଖ ମାନଙ୍କୁ ସନ୍ଦେହରେ ପକାଇ ଦେଇଛି ଫଳରେ ବିକ୍ରିବଟା ନହେବାରୁ ବୃତ୍ତିକୁ ନେଇ ଏବେ ଅାଶଙ୍କାରେ କୁମ୍ଭକାର ।

(ରିପୋର୍ଟର: ରାଜେଶ ପଣ୍ଡା, ମାନସ ପାଣି, ମନୋଜ ଆଚାର୍ଯ୍ୟ)