• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ନିଆରା ଢଙ୍ଗର ଦୀପାବଳି 

  • ପୀଠାର ଦୀପ ଓ ଆଖୁ ଖଣ୍ଡ ସହ ଦୀପାବଳି ଅନୁଷ୍ଠିତ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ନିଆରା ଢଙ୍ଗରେ ଦୀପାବଳି ପାଳନ। ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ବାଣ ଫୋଟକାଠାରୁ ଦୂରେଇ ରହି ପାରମ୍ପାରିକ ପିଠାର ଦୀପ ଓ ଆଖୁ ଖଣ୍ଡ ସହ ଗାଁଦାଣ୍ଡରେ ଅନୁଷ୍ଠିତ କରିଥାନ୍ତି ଏକ ନିଆରା ଶୋଭାଯାତ୍ର। । ଯେଉଁଥିରେ ଗାଁ ଲୋକେ ଆଖୁ ଦଣ୍ଡରେ ସଜା ଯାଇଥିବା ଦୀପଦଣ୍ଡକୁ ଧରି ଶୋଭାଯାତ୍ରାରେ କରି ଦୀପାବଳି ପାଳନ କରିଥାନ୍ତି ।

 

ସଂନ୍ଧ୍ୟା ନଇଁ ଅସିଲେ ଘରେ ଘରେ ଅରମ୍ଭ ହୋଇଯାଏ ଦିପାବଳୀ ଉତ୍ସବ । ବାଣ ଫୋଟକା ଆତସବାଜିରେ ମାକାଳୀଙ୍କ ପୂଜା ଅରାଧନା କରି ବଡ ଜାକ ଜମକରେ ସଭିଏଁ ଏହି ପର୍ବକୁ ମାନୁଥିବାବେଳେ ସୁବର୍ଣ୍ଣପୁର ମେହେର ସଂପ୍ରଦାୟାର ଲୋକେ ଭିନ୍ନ ଢଙ୍ଗରେ ଦୀପାବଳି ପାଳନ କରିଥାନ୍ତି । ଅଞ୍ଚଳବାସୀମାନେ ତନ୍ତ ଶାଳାରେ ତନ୍ତ୍ର ସହ ବିଶ୍ୱକର୍ମାକୁ ପୂଜା କରନ୍ତି । ଘରେ ଲକ୍ଷ୍ମୀ ତ ସଂନ୍ଧ୍ୟାବେଳେ ପିତୃ ପୁରୁଷଙ୍କ ପାଇଁ ପରିବାର ସହ ଦୀପାବଳି ପାଳନ କରିଥାନ୍ତି । ଭୁଲିଆ ସଂପ୍ରଦାୟର ଲୋକମାନେ ଦିପାବଳୀ ସମୟରେ ପରମ୍ପରା ଅନୁଯାୟୀ ଏକ ନିଆରା ସ୍ଲୋଗାନ ଗାଇଥାନ୍ତି ଏହାସହ ନୂଆଁ ଚାଉଳରେ ସେମାନେ ସ୍ୱତନ୍ତ୍ର ପିଠାର ତିଅରି କରିଥାନ୍ତି । ଘରେ ବିଶ୍ୱକର୍ମା , ଲକ୍ଷ୍ମୀ ଠାକୁରାଣୀ ଓ ଦୁଆରେ ପିତୃପୁରୁଷଙ୍କ ପାଇଁ ପିଠାରେ ତିଆରି ହୋଇଥିବା ଦୀପ ଜଳାହୁଏ ।

ଦିପାବଳୀର ତ୍ରୀ-ସଂନ୍ଧ୍ୟାରେ ଅଞ୍ଚଳ ବାସିନ୍ଦା ଦଣ୍ଡରେ ସଜା ଯାଇଥିବା ଦୀପଦଣ୍ଡ ଧରି ଏକ ଶୋଭାଯାତ୍ରାରେ ବାହାରିଥାନ୍ତି । ଛୁଆଙ୍କା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତି ସଭିଏଁ ମିଶି ବାହାରନ୍ତି ଶୋଭାଯାତ୍ରାରେ ।‘ଅଜା ବାହାବେ ଖଣ୍ଡ ଖଜା ଖାବେ ଉଜଲେ ଆବେ ଅନ୍ଧାରେ ଜାବେ ଠାକୁର ଦୁଆରେ ନଡିଆ ମହା- ପ୍ରସାଦ ଖାବେ , ଅଜା ବାହାବେ’ ଏହି ସ୍ଲୋଗାନ୍‌ ଗାଇ ବାହାରି ପଡିଛାନ୍ତି ଶୋଭାଯାତ୍ରାରେ । କେବଳ ସେତିକି ନୁହେଁ ତ୍ରୀ-ସଂନ୍ଧ୍ୟାରେ ପଡାବାସୀମାନେ ଏକତ୍ରୀତ ହୋଇ ଆଖୁ ଦଣ୍ଡରେ ସଜା ଯାଇଥିବା ଦୀପଦଣ୍ଡକୁ ଧରି ଗାଁରେ ପରିଭ୍ରମଣ କରିଥାନ୍ତି । ସେହି ସମୟରେ ତାଙ୍କ ନିଜସ୍ୱ ଭାଷାରେ ଗାଁ ଦାଣ୍ଡରେ ଗୀତ ଗାଇଥାନ୍ତି । ହେଲେ ସେମାନେ କୌଣସି ବାଣ ଫୋଟକାର ବ୍ୟବହାର କରିନଥାନ୍ତି । ବିନା ଶବ୍ଦ ପ୍ରଦୁଷଣରେ କେବଳ ପାରମ୍ପାରିକ ଦୀପ ଶୋଭାଯାତ୍ରାରେ ପାଳନ କରିଥାନ୍ତି ଦିପାବଳୀ ଉତ୍ସବ ।

ପିତୃ ପୁରୁଷଙ୍କୁ ଅନ୍ଧାରରେ ଡାକି ଉକିଆ ବାଟରେ ପଠାଇବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ଭୁଲିଆ ସଂପ୍ରଦାୟର ଏହି ଉତ୍ସବ ଆଜି କି କାଲିର ନୁହେଁ ବରଂ ସେମାନଙ୍କର ବାପ ଅଜା ଛପନ ପୁରୁଷାରୁ କରିଆସୁଛନ୍ତି ବୋଲି କହିଛନ୍ତି ଅଞ୍ଚଳବାସୀ । ଏଭଳି ନିଆରା ଢଙ୍ଗରେ ଦୀପାବଳୀ ପାଳନ କରି ଭୁଲିଆ ସଂପ୍ରଦାୟର ଲୋକମାନେ ଏକ ନିଆରା ବାର୍ତା ଦେଇଛନ୍ତି । ବିନା ଶଦ୍ଦ ପ୍ରଦୁଷଣରେ ପାଳୁଥିବା ଏଇ ଉତ୍ସବଟି ସତରେ ନିଆରା । ଏହି ଉତ୍ସବଟି କେବଳ ଭିନ୍ନ ନୁହେଁ ବରଂ ଏହା ସମାଜରେ ଏକ ବିଶିଷ୍ଟ ଉଦାହରଣ ସୃଷ୍ଟି କରିଛି ।