• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟିକା ପାଇଁ ଠେଲାପେଲା

  • ଠେଲାପେଲା ଭିତରେ ଜଣେ ମହିଳାଙ୍କର ଭାଙ୍ଗିଲା ପଞ୍ଜରା ହାଡ଼

  • ଗଞ୍ଜାମ ପୋଲସରାର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଚାଲିଥିଲା ଟିକାକରଣ 

ଭୁବନେଶ୍ୱର : ଟିକା ପାଇଁ ଠେଲାପେଲା । କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି ।  ଠେଲାପେଲା ଭିତରେ ଜଣେ ମହିଳାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରୁ ଆସିଛି ଏଭଳି ଏକ ଖବର । ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମକ ଜଣେ ମହିଳା ତଳେ ପଡ଼ି ଯାଇଥିଲେ । ଫଳରେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ଦସ୍ଥାନାନ୍ତର କରାଯାଇଛି । 

ସେପଟେ ଗତକାଲି ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଟିକାକରଣ କେନ୍ଦ୍ରରେ ବି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ଗରମ ଭିତରେ ଲୋକେ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଅପେକ୍ଷା କରୁଥିଲେ ନିଜ ପାଳିକୁ । ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ, ହାହାଲ୍ଲା ଦେଖିବାକୁ ମିଳିଥିଲା । 

ସେପଟେ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନଫେକ୍ସନ ରେଟ୍ ରହିଛି ଦଶମିକ ୧୩ ପ୍ରତିଶତ । ଏନେଇ ମଲ୍ଟିପୁଲ୍ ଷ୍ଟଡି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହାସହ ଗର୍ଭବତୀ ମହିଳାଙ୍କ ଭ୍ୟାକ୍ସିନେସନ୍ ପାଇଁ  ନିର୍ଦ୍ଦିଷ୍ଟ ଏସ୍ଓପି ରହିଛି ।  ଛୁଆ ଉପରେ ଏହାର ପ୍ରଭାବ ପଡ଼ିପାରେ,  ତେଣୁ ଆମେ ଧୀରେ ଧୀରେ ଏସ୍ଓପି ଆଧାରରେ ଯୋଜନା ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ କରୋନା ଗାଇଡଲାଇନ୍ ଲୋକ ମାନୁନଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଥିବା ସେ ପୁଣି ସତର୍କ କରାଇଛନ୍ତି । ତୃତୀୟ ଲହରୀ ସେପ୍ଟେମ୍ବର ଆଡ଼କୁ ହବ ବୋଲି ଅନୁମାନ କରାଯାଉଥିଲା । ଯଦି ଏଭଳି ଅବସ୍ଥା ରହେ ତେବେ ଆଗରୁ ମଧ୍ୟ ତୃତୀୟ ଲହର ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି ।