• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu
ଭୁବନେଶ୍ୱର: ଓଡ଼ିଶାର ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ।ଏସଆଇଡବ୍ଲୁର DSP ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଲ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ। ୧୧ ଜଣଙ୍କୁ ପ୍ରଂଶସନୀୟ ସେବା ପାଇଁ ପୋଲିସ ମେଡାଲ ମିଳିବ। ସାରା ଦେଶରେ ମୋଟ ୧୩୮୦ ପୋଲିସ ମେଡାଲରେ ସମ୍ମାନିତ ହେବେ।

ସେହିପରି ଓଡ଼ିଶାର ୬ ଅଗ୍ନିଶମ କର୍ମଚାରୀଙ୍କୁ ମେଡାଲ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସାହସିକତା ପାଇଁ ଜୟନ୍ତ ନାୟକ, ଅକ୍ଷୟ ବେହେରା ମେଡାଲ ପାଇବେ। ଶ୍ରୀଚନ୍ଦନ ପରିଡ଼ା ଓ ତପନ ବେହେରା ମଧ୍ୟ ସାହସିକତା ମେଡାଲ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ୨ ଅଗ୍ନିଶମ କର୍ମଚାରୀ ମେଡାଲ ପାଇବେ।
ସତ୍ୟପୀର ବେହେରା ଓ ରୂପାଇ ମାଝୀ ଉଲ୍ଲେଖନୀୟ ସେବା ମେଡାଲ ପାଇବେ।