• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୧ ତାରିଖ,ରବିବାର, , ବିଛା ୬ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ,ଦ୍ୱିତୀୟାତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିପାରେ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ସାଧାରଣ ଲୋକମାନେ ସମ୍ମାନ ଦେଇପାରନ୍ତି । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ବୃଷ:- ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧି ହୋଇପାରିବ । ପରିବାର ସହିତ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି ।ନିଜ କାର୍ଯ୍ୟରେ ପ୍ରୟାସ ଜାରି ରଖନ୍ତୁ ନିଶ୍ଚିତ ସଫଳତା ମିଳିବ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

ମିଥୁନ:-ଆନ୍ତରିକ ଉତ୍ସାହ ବୃଦ୍ଧି ହେବା ଫଳରେ ପରିଶ୍ରମର ସୁଫଳ ମିଳିପାରିବ ।ବ୍ୟବସାୟ କ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇପାରିବେ ।ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିପାରିବ ।

ପ୍ରତିକାର-ମହୁ ଟିକେ ଖାଇ ଘରୁ ବାହାରନ୍ତୁ

 

କର୍କଟ:-ଶତ୍ରୃ ମାନେ ଦୂରେଇ ଯିବେ ଓ କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି ।ବ୍ୟବସାୟରେ ଅଟକି ଥିବା ଧନପାଇବା ସହ ଅଧିକ ଲାଭ ବାନ ହୋଇପାରିବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିପାରେ ।

ପ୍ରତିକାର-ମିଶ୍ରି ଟିକେ ଖାଇ ଘରୁ ବାହାରନ୍ତୁ

 

ସିଂହ:-ସାମାଜିକ ପତିଆରା ଅମଳିନ ରହିବ ଓ ମନରେ ଶାନ୍ତି ସନ୍ତୋଷ ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହି ସୁସ୍ଥ ବାତାବରଣ ଜାରି ରହିବାର ଆଶା ରହିଛି । ଜାଗା, ଜମି ଓ ଗୃହପୋକରଣ କ୍ରୟ କରିପାରିବେ ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

 

କନ୍ୟା:- ପରିବାର ସଦସ୍ୟ ମାନଙ୍କ ପାଇଁ ଆନନ୍ଦ ପାଇପାରିବେ ।କୌଣସି ଏକ ମହତ୍ପୂର୍ଣ୍ଣ କାର୍ଯ୍ୟର ସୂଚନା ମିଳିପାରିବ । ଆୟ ଉପାର୍ଜନ ବୃଦ୍ଧି ହେବା ସହ ର୍ଧଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିପାରିବ ।

ପ୍ରତିକାର:-କାଉ, ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

 

ତୁଳା:-ସମାଜରେ ଆପଣଙ୍କର ମାନ ସମ୍ମାନ ବଢିପାରେ । ଗୃହ କାର୍ଯ୍ୟରେ ସେବକ ମାନଙ୍କ ସାହାଯ୍ୟ ମିଳିବା ଯୋଗେ ପରିବାରରେ ସୁଖ ଶାନ୍ତି ଦେଖାଦଇପାରିବ । ପଡୋଶୀମାନେ ଆପଣଙ୍କ ଉପରେ ଖୁସି ରହିପାରନ୍ତି ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ବିଚ୍ଛା:-ସାମାଜିକ କାର୍ଯ୍ୟରେ ଦାଇତ୍ୱ ବଢିବ ଓ ଲୋକମାନେ ଆପଣଙ୍କୁ ପ୍ରଶଂସା କରିପାରିବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ

ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯାଇପାରେ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

 

ଧନୁ:-ଶରୀର ସୁସ୍ଥ ରହିବା ସହ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେଇପାରେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ର୍ନିମାଣ ମୂଳକ ଯୋଜନାରେ ଆଗେଇପାରନ୍ତି । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବାର ଆଶା ଅଛି ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

ମକର:-ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇପାରିବେ । ବ୍ୟବସାୟରେ ପରିଶ୍ରମ ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଅଶାନ୍ତି ଦୂରେଇ ଯାଇପାରେ ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

 

କୁମ୍ଭ:-ଶାରୀରିକ ସମସ୍ୟା ଦୂର ହୋଇ ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହୋଇପାରିବ । ସନ୍ତାନଙ୍କ ପାଇଁ କୌଣସି ମହତ୍ୱପୂର୍ଣ୍ଣ କାମ ହୋଇପାରେ । ବନ୍ଧୁଙ୍କ ଠାରୁ ପରାମର୍ଶ ନେଲେ ଆପଣଙ୍କ ପାଇଁ ଲାଭ ହୋଇପାରିବେ ।

ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

 

ମୀନ:-ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ମାନସିକ ସ୍ଥିତି ବହୁତ ଭଲ ରହିପାରେ । ବ୍ୟବସାୟରେ ଅଧିକ ବିକ୍ରୟ ହେବାରୁ ମନ ଖୁସି ରହିପାରେ । ପୁରୁଣା କାର୍ଯ୍ୟରେ ଲାଭ ମିଳିବା ସହ କିଛି ନୂଆ କାର୍ଯ୍ୟ ଆରମ୍ଭକରି ପାରନ୍ତି ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ