• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୯ ତାରିଖ । ରବିବାର, କନ୍ୟା ୩ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀ ତିଥି, ଶତଭିଷା ନକ୍ଷତ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - କର୍ମକ୍ଷେତ୍ରରେ ଆନନ୍ଦ ପାଇବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭବାନ ହୋଇପାରନ୍ତି । ଦୂରଯାତ୍ରାର ଯୋଗ ରହିଛି ।

ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

ବୃଷ - ବ୍ୟବସାୟ ବାଣିଜ୍ୟରେ ଧନ ଲାଭ ହୋଇପାରେ । ପାରିବାରିକ ଶାନ୍ତି ମିଳିପାରେ । ମହିଳାମାନେ ଧର୍ମ ପରାୟମା ହୋଇପାରନ୍ତି ।

ପ୍ରତିକାର- ୧୧ ଥର ନମଃ ଶିବାୟ ଜପ କରନ୍ତୁ

ମିଥୁନ - କର୍ମକ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ଦୂରଯାତ୍ରାର ଯୋଗ ରହିଛି । ମାନସିକ ଶାନ୍ତି ପାଇପାରନ୍ତି ।

ପ୍ରତିକାର- ଶ୍ରୀ ଗଣେଷଙ୍କୁ ଆରାଧନା କରନ୍ତୁ

କର୍କଟ - ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବାର ସମ୍ଭାବନା । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଶତୃମାନେ ହଇରାଣ କରିପାରନ୍ତି ।

ପ୍ରତିକାର- ୧୦୮ ଥର ନମଃ ଶିବାୟ ଜପ କରନ୍ତୁ

ସିଂହ - କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ଆକସ୍ମିକ ଧନ ଲାଭର ସୁଯୋଗ ମିଳିବାର ସମ୍ଭାବନା ରହିଛି । ମହିଳାମାନେ ସୁଖୀ ହୋଇପାରନ୍ତି ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା -କର୍ମକ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରିବେ । ପରିବାରରେ ଶାନ୍ତି ପାଇପାରନ୍ତି ।

ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା -ବ୍ୟବସାୟରେ କ୍ଷତି ହୋଇପାରେ । ବନ୍ଧୁବାନ୍ଧବଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଶତୃ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ବିଛା -ବ୍ୟବସାୟରେ ଲାଭ କ୍ଷତି ସମାନ ରହିବାର ସମ୍ଭାବନା ରହିଛି । ଅତ୍ୟଧିକ ପରିଶ୍ରମ ଦ୍ୱାରା ମନ ଅଶାନ୍ତ ରହିବାର ଆଶଙ୍ଗା ରହିଛି । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ - ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ହୋଇପାରେ । ପାରିବାରିକ ଶାନ୍ତି ବୃଦ୍ଧି ପାଇପାରିବ । କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ ।

ପ୍ରତିକାର- ଚନ୍ଦନର ତିଳକ ଲଗାନ୍ତୁ

ମକର - ଦୈନିକ ରୋଜଗାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅର୍ଥଲାଭର ସୁଯୋଗ ଆସିପାରେ । ପାରିବାରିକ ସୁଖ ବୃଦ୍ଧି ହୋଇପାରେ ।

ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ - ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ହାଇପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହାଇପାରନ୍ତି ।

ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ

ମୀନ - ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ମାନସିକ ଅଶାନ୍ତି ଦେଖା ଦେବା ସମ୍ଭାବନା ରହିଛି । କୌଣସି କାର୍ଯ୍ୟରେ ଅତ୍ୟଧିକ ବ୍ୟୟ ହୋଇପାରେ ।

ପ୍ରତିକାର- ଶୁଦ୍ଧ କେଶରର ତିଳକ ଲଗାନ୍ତୁ ଏବଂ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ