• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମେଷ -ବ୍ୟବସାୟରେ ସଫଳତା ପାଇପାରିବେ । ପାରିବାରିକ ଜୀବନ ସୁଖମୟ ହୋଇପାରିବ । କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିପାରିବେ ।

ପ୍ରତିକାର- ମହଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ

 

ବୃଷ-କର୍ମ କ୍ଷେତ୍ର ହେଉ କିମ୍ବା ଚାକିରି କ୍ଷେତ୍ରକୁ ନେଇ ପଦମର୍ଯ୍ୟାଦା ଏବଂ ମାନ ସମ୍ନାନ ବୃଦ୍ଧି ହୋଇପାରିବ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରିବେ । ପରୋକ୍ଷରେ ନିଜରଲୋକ ଅସୁବିଧାରେ ପକାଇ ପାରନ୍ତି ।

ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ

 

ମିଥୁନ –ଶତ୍ରୃ ମାନେ ପରାଜିତ ହୋଇପାରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରିବ ।

ପ୍ରତିକାର- କୁକୁରକୁଅ ଖାଦ୍ୟ ଦିଅନ୍ତୁ

 

କର୍କଟ –ବହୁ ଦିନରୁ ଲାଗିରହିଥିବା ସମସ୍ୟା ସମାଧାନ ହୋଇପାରିବ । ବନ୍ଧୁ ସହଯୋଗର ହାତ ବଢାଇପାରନ୍ତି । ସାମାଜିକ କ୍ଷେତ୍ରରେ ମାନସମ୍ନାନ ଓ ଯଶପ୍ରାପ୍ତି ହୋଇପାରିବ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

 

ସିଂହ -ଯାନବହାନ ଚଲାଇଲା ବେଳେ ସାବଧାନ ସହିତ ଯାଆନ୍ତୁ ।କର୍ମ କ୍ଷେତ୍ରରେ ବାଧ୍ୟବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଛାତ୍ର ଛତ୍ରୀମାନେ ପାଠପଢାରେ ମନ ବଳାଇପାରନ୍ତି ।

ପ୍ରତିକାର- ସୂର୍ଯ୍ୟଦେବଙ୍କୁ ନମସ୍କାର କରନ୍ତୁ

 

କନ୍ୟା - ନୂତନ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିପାରିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ପ୍ରତିକାର- ତୁଳସୀ ଗଛର ମାଟି ମଥାରେ ଲଗାନ୍ତୁ

 

ତୁଳା –ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଭାବ ବଢିବା ସହିତ ପାରିବାରିକ ବୁଝାମଣା ଠିକ ରହିପାରିବ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ

ସରକାରୀ ଚାକିରୀ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା ମିଳିପାରିବ ।

ପ୍ରତିକାର- ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

 

ବିଛା -ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେଇପାରନ୍ତି । କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ କତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇପାରିବେ । ଭବିଷ୍ୟତ ଲାଗି ସୁସମ୍ବାଦ ପାଇପାରନ୍ତି ।

ପ୍ରତିକାର- ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ

 

ଧନୁ -ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । ଯାନବାହାନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ ।

ପ୍ରତିକାର- ଅଶ୍ୱତ୍ଥ ଗଛମୂଳେ ଘିଅଦ୍ୱୀପ ଜାଳନ୍ତୁ

 

ମକର -ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିପାରିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିପାରେ ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

କୁମ୍ଭ -ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ଅନୁଭବ କରିପାରନ୍ତି । ବ୍ୟବସାୟରେ ନୂଆ ନିତୀ ପ୍ରୟୋଗ କରିପାରନ୍ତି । ଘରକୁ ନୂଆ ଅତିଥି ଆସିପାରନ୍ତି ଓ ସୁସ୍ୱାଦୁ ଭୋଜନ ମଧ୍ୟ କରିପାରନ୍ତି ।

ପ୍ରତିକାର- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

 

ମୀନ – କର୍ମ କ୍ଷେତ୍ରରେ ଅଧିକ ଦାୟୀତ୍ୱ ନିର୍ବାହ କରିପାରିବେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲରେ କଟିବାର ସମ୍ଭାବନା ରହିଛି । ପାରିବାରିକ ସମସ୍ୟା ସମାଧାନ ହେବ, ବ୍ୟବସାୟରେ ଲାଭ ପାଇ ପାରିପାରିବେ ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ