• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧  ମସିହା ସେପ୍ଟେମ୍ବର ମାସ ୧୨ ତାରିଖ, ରବିବାର, ସିଂହ ୨୨ ଦିନ ଭାଦ୍ରବମାସ ,ଶୁକ୍ଳ ପକ୍ଷ,ଷଷ୍ଠୀ ତିଥି,ବିଶାଖା ନକ୍ଷତ୍ର, ବିଛାଚନ୍ଦ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ...

ମେଷ-  ଆଜି ଅାପଣ ବହୁ ଦିନରୁ ଆଶା କରୁଥିବା କାର୍ଯ୍ୟକୁ ସମ୍ପାଦନ କରିପାରନ୍ତି ଏବଂ ସୁସମ୍ବାଦ ପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଉନ୍ନତି ହୋଇପାରେ ଏବଂ ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ମା’ ପାର୍ବତୀଙ୍କ ଦର୍ଶନ କରନ୍ତୁ   

ବୃଷ- କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମିଥୁନ- ବ୍ୟବସାୟ ବୃଦ୍ଧି କରିବା ଲାଗି ସ୍ତ୍ରୀଙ୍କ ପରାମର୍ଶ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହ କରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ମିଳିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ। 
ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ 

କର୍କଟ- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ସେଥିପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ପାଠ ପଢାକୁ ନେଇ ବାପା ମା’ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମାନସମ୍ମାନ ବୃଦ୍ଧି ହୋଇପାରେ।
ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ 

ସିଂହ- ପାରିବାରିକ ସମସ୍ୟାକୁ ନେଇ ଅପବାଦ ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ କ୍ଷତି ସହି ପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।
ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ 

କନ୍ୟା- ଯାତାୟାତ ସମୟରେ ସାବଧାନ ସହିତ ଯାଆନ୍ତୁ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ, ଘରକୁ ଅତିଥି ଆସି ପାରନ୍ତି।
ପ୍ରତିକାର -  ଶ୍ରୀଗଣେଶ ମହାପ୍ରଭୁଙ୍କ ପାଖରେ ଲଡୁ ଭୋଗ ଲଗାନ୍ତୁ 

ତୁଳା- ଅଚାନକ ଖୁସି ଖବର ମିଳିପାରେ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଅପରାହ୍ନରେ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେଇପାରେ।
ପ୍ରତିକାର- ମିଠା ଦହି ଖାଆନ୍ତୁ   

ବିଛା- ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ବନ୍ଧୁ ସହଯୋଗର ହାତ ବଢାଇବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ। ନିର୍ମାଣଧିନ କାର୍ଯ୍ୟ ପାଇଁ ପରିବାରରେ ଅଲୋଚନା କରିବେ, ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। 
ପ୍ରତିକାର- ଶ୍ରୀହନୁମାନ ସିନ୍ଦୁର ମଥାରେ ଲଗାନ୍ତୁ 

ଧନୁ- ମନରେ କୌଣସି କଥାକୁ ନେଇ ଭୟ ସଞ୍ଚାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଶତ୍ରୁ ମିତ୍ରତାର ହାତ ବଢାଇବେ। ମାନସିକ ଅଶାନ୍ତି ଦେଖା ଦେଇପାରେ। 
ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ 

ମକର- ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିପାରେ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ ସମାଧାନ କରିବେ। ବ୍ୟବସାୟରେ ଆୟ ଅଧିକ ହେବାରୁ ମନ ଖୁସି ରହିବ। 
ପ୍ରତିକାର- କୁଆ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ 

କୁମ୍ଭ- କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁ ବାନ୍ଧବଙ୍କର ପରାମର୍ଶ ନେବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। 
ପ୍ରତିକାର-  ଶ୍ରୀହନୁମତୟେ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ

ମୀନ- ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିପାରେ
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ