• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୧୬୬୪ ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି

  • ଆବେଦନର  ଶେଷ ତାରିଖ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରହିଛି 

ରେଳବାଇରେ ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।  ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ଉତ୍ତର କେନ୍ଦ୍ରୀୟ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଉତ୍ତର କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯଥା RRC / NCR Prayagraj, rrcpryj.org କୁ ଯାଇ ଆବେଦନ କରିପାରିବେ ।

ଉତ୍ତର କେନ୍ଦ୍ରୀୟ ରେଳବାଇ ୧୬୬୪ ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିବା ବେଳେ ଅଗଷ୍ଟ ୨ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଉତ୍ତର କେନ୍ଦ୍ରୀୟ ରେଳବାଇ ପ୍ରୟାଗରାଜ, rrcpryj.org ର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ ବିଭାଗରେ କରାଯିବ ଏହି ନିଯୁକ୍ତି ପ୍ରଦାନ କରାଯିବ ।  ପ୍ରୟାଗରାଜ ଡିଭିଜନ୍ ପାଇଁ ୩୬୪ଟି ପୋଷ୍ଟ ରହିଥିବା ବେଳେ ପ୍ରୟାଗରାଜ ବିଦ୍ୟୁତ୍ ଡିଭିଜନରେ ୩୩୯ଟି ପୋଷ୍ଟ ଖାଲି ପଡ଼ିଛି । ସେହିପରି ଝାନସି ବିଭାଗରେ ୪୮୦ଟି ପୋଷ୍ଟ, ଝାନସି ୱାର୍କସପରେ ୧୮୫ଟି ପୋଷ୍ଟ ଏବଂ ଆଗ୍ରା ଡିଭିଜନରେ ୨୯୬ଟି ପୋଷ୍ଟ ରହିଛି ।

ଉତ୍ତର କେନ୍ଦ୍ରୀୟ ରେଳବାଇରେ ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପାସ୍ କରିବା ଆବଶ୍ୟକ । ଏହା ସହ ସମ୍ମନ୍ଧିତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ୍ ରହିବା ଦରକାର । ଏଥିରେ ବୟସ ସୀମା ୧୫ ରୁ ୨୪ ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଅଗଷ୍ଟ ୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ରହିଛି ସେପ୍ଟେମ୍ବର ୨ । ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୦୦ଟଙ୍କା ଶୁଳ୍କ ଦେଇ ଆବେଦନ କରିପାରିବେ । ଏସସି ଓ ଏସଟି ଏବଂ ମହିଳା ପ୍ରାର୍ଥୀ ସଂପୂର୍ଣ୍ଣ ମାଗଣାରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । 

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍ତର କେନ୍ଦ୍ରୀୟ ରେଳବାଇର ଏହି ପଦବୀରେ ଚାକିରି ପାଇବାକୁ ପ୍ରାର୍ଥୀଙ୍କୁ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡିବ ନାହିଁ । ଦଶମ ଏବଂ ITI ରେ ପାଇଥିବା ମାର୍କ ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।