• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଇଷ୍ଟର୍ଣ୍ଣ ରେଲ୍‌ୱରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ The Railway Recruitment Cell (RRC) ଅନ୍‌ଲାଇନ୍‌ ଆବେଦନପତ୍ର ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ଓ କୃତି କ୍ରୀଡ଼ାବିତ୍‌ ଗ୍ରୁପ୍-ସି(Group C) ପଦବୀ ପାଇଁ RRCର ଅଫିସିଆଲ୍‌ ୱେବ୍‌ସାଇଟ୍‌ www.rrcer.comକୁ ଯାଇ ଆବେଦନ କରିପାରିବେ। 

ରେଳ ନିଯୁକ୍ତି ପଦବୀ ବିବରଣୀ

ଖାଲି ପଡ଼ିଥିବା ଗ୍ରୁପ୍‌-ସି, ଲେଭଲ୍‌-୪/ଲେଭଲ୍‌-୫ରେ  ୫ଟି ପଦବୀ ଓ ଗ୍ରୁପ୍‌-ସି, ଲେଭଲ୍‌-୨/ଲେଭଲ୍‌-୨ରେ ୧୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ବୟସ ସୀମା:

ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ୧୮ ବର୍ଷ ବୟସରୁ କମ୍‌ ହୋଇନଥିବ ଓ ୨୫ ବର୍ଷରୁ ଅଧିକ ହୋଇନଥିବ। ବୟସ ସୀମାରେ (Upper or Lower) କୌଣସି କୋହଳ କରାଯାଇ ନାହିଁ। 

ଶିକ୍ଷାଗତ ଯୋଗ୍ୟତା

ଲେଭଲ୍‌-୪ ଓ ଲେଭଲ୍‌-୫ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଗ୍ରାଜୁଏସନ୍‌ କିମ୍ବା ଏହାର ସମତୁଲ୍ୟ ଯୋଗ୍ୟତା ହାସଲ କରିଥିବା। ସେହିପରି ଲେଭଲ୍‌-୨ ଓ ଲେଭଲ୍‌-୩ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଦ୍ୱାଦଶ କିମ୍ବା ଏହାର ସମତୁଲ୍ୟ ଯୋଗ୍ୟତା ହାସଲ କରିଥିବା।  

ଚୟନ ପ୍ରକ୍ରିୟା

ପ୍ରାର୍ଥୀଙ୍କ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ, ଟ୍ରାଏଲ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚୟନ କରାଯିବ। ଯେଉଁମାନେ ଟ୍ରାଏଲ୍‌ରେ ଫିଟ୍‌ ହେବେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ ହେବେ। ଅଧିକ ତଥ୍ୟ ପାଇଁ ଅଫସିଆଲ୍‌ ନୋଟିଫିକେସନ୍‌-ଉପରେ କ୍ଲିକ୍‌ କରନ୍ତୁ। ଅଧିକ ତଥ୍ୟ ପାଇଁ ଅଫସିଆଲ୍‌ ନୋଟିଫିକେସନ୍‌- Railway Group C Vacancies ଉପରେ କ୍ଲିକ୍‌ କରନ୍ତୁ।