• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • FSSAI ରେ ଖାଲି ପଡିଛି ୭୨ଟି ପଦବୀ

  • ୭ମ ବେତନ ଆୟୋଗ ଅନୁଯାୟୀ ପାଇବେ ଦରମା 

ନୂଆଦିଲ୍ଲୀ: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । FSSAI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ପକ୍ଷରୁ ୭୨ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଧାର୍ଯ୍ୟ ସମୟ ଅପେକ୍ଷା କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ। ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ FSSAIର ଅଫିସାଆଲ ପେଜକୁ ଯାଇ ଲଗ୍ ଇନ୍ କରି ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୭ ୨୦୨୧ ପର୍ଯ୍ୟନ୍ତ ରହିଛି ।

ସମୁଦାୟ ୭୨ଟି ପଦବୀ ରହିଥିବା ବେଳେ ଡାଇରେକ୍ଟର ପଦବୀ ପାଇଁ-୨ଟି, ଜଏଣ୍ଟ ଡାଇରେକ୍ଟର-୩ଟି, ସିନିଅର ମ୍ୟାନେଜର-୧, ସିନିଅର ମ୍ୟାନେଜର(ଆଇଟି)-୧,ଡେପୁଟି ଡାଇରେକ୍ଟର-୭ଟି,ମ୍ୟାନେଜର-୨ଟି,ମ୍ୟାନେଜ (ଆଇଟି)-୧,ଆସିଷ୍ଟାଣ୍ଟ ଡାଇରେକ୍ଟର(ଟେକ)-୧୧ଟି,ଆସିଷ୍ଟାଣ୍ଟ ଡାଇରେକ୍ଟର-୧,ଡେପୁଟି ମ୍ୟାନେଜର-୪ଟି,ଡେପୁଟି ମ୍ୟାନେଜର(ଆଇଟି)-୨ଟି,ଆଡମିନିଷ୍ଟ୍ରେଟିଭ ଅଫିସର-୧୦ଟି, ସିନିଅର ପ୍ରାଇଭେଟ ସେକ୍ରେଟାରୀ- ୬ଟି,ପର୍ସନାଲ ସେକ୍ରେଟାରୀ-୧୫ଟି,ଆସିଷ୍ଟାଣ୍ଟ ମ୍ୟାନେଜର-୧,ଆସିଷ୍ଟାଣ୍ଟ-୨ଟି,ଷ୍ଟାଫ କାର ଡ୍ରାଇଭର-୩ଟି ଆଦି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏହିସବୁ ପଦବୀରେ ଚୟନ ହେବାକୁ ଥିବା ପ୍ରାର୍ଥୀ ୭ମ ବେତନ ଆୟୋଗ ଅନୁଯାୟୀ ଦରମା ପାଇବେ ।

ଏହା ସହ ସବୁ ପଦ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି। ଏଥିସହ ସବୁ ପଦ ପାଇଁ ଅଲଗା ଅଲଭା ବୟସ ସୀମା ନିର୍ଦ୍ଧାରିତ କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ଓ ସାକ୍ଷାତକାର ପ୍ରକ୍ରିୟାରେ ଚୟନ କରାଯିବ । ଆଶାୟୀ ପାର୍ଥୀ ମାନେ FSSAI,ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ । ଅଫଲାଇନ୍‌ରେ ଆବେଦନ କରିବା ପାଇଁ Assistant Director (HR), FSSAI, FDA Bhawan, Kotla Road New Delhi ଠିକଣାରେ ଫର୍ମ ପଠାଇ ଆବେଦନ କରିପାରିବେ ।