• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  AIC ରେ ଖାଲି ପଡ଼ିଛି ପଦବୀ, ଦରମା ୪୦ ହଜାରରୁ ଅଧିକ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌ (AIC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏଗ୍ରିକଲଚର ଇସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୩୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରା ଯାଇଛି ।

ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏହି ଭର୍ତ୍ତି ମ୍ୟାନେଜମେଣ୍ଟ ଟ୍ରେନି ଏବଂ ହିନ୍ଦୀ ଅଫିସର ପଦବୀରେ ହେବ। ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଚନ୍ତି, ତେବେAIC ର ୱେବସାଇଟକୁ ଯାଇ ନିଜର ରେଜିଷ୍ଟ୍ରେସନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୩ ଡିସେମ୍ବର ୨୦୨୧ ରହିଛି । ଏହି ପଦବୀରେ ପାଇଁ ପରୀକ୍ଷା ୨୦୨୨ରେ କରାଯିବ।ଯୋଗ୍ୟ ପ୍ରାର୍ଥୀ ମାନେ ମ୍ୟାନେଜମେଣ୍ଟ ଟ୍ରେନି ହିନ୍ଦୀ ଅଫିସର ପଦବୀ ପାଇଁ ଆବେଦନ କରିପାରିବେ ।

କିପରି କରିବେ ଆବେଦନ:

  • ପ୍ରଥମେ AICର ୱେବସାଇଟ https://www.aicofindia.com/ କୁ ଯାଇ କ୍ଲିକ୍ କରନ୍ତୁ ।
  • ଏହାପରେ ୱେବସାଇଟ ହୋମପେଜରେ ଲାଟେଷ୍ଟ ସେକ୍ସନକୁ ଯାଇ ସବୁ ମେସେଜକୁ ଭଲ ଭାବେ ପଢନ୍ତୁ ।
  • ଏହି ପଦବୀ ପାଇଁ ଥିବା ବିଜ୍ଞାପନ ଦେଖିବା ପରେ ସେଠାରେ କ୍ଲିକ କରନ୍ତୁ ।
  • ଏହି ବିଜ୍ଞାପନ ଉପରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ରେଜିଷ୍ଟ୍ରସନ କରନ୍ତୁ ଏବଂ ନିଜର ସଂପୂର୍ଣ୍ଣ ବିବରଣୀ ବା ବାୟୋଡାଟା ଦିଅନ୍ତୁ।
  • ଏହାପରେ ଆବେଦନ ଶୁଳ୍କ ଭରି ସବମିଟ୍‌ କରନ୍ତୁ ।
  • ଏବେ ଏହି ଫର୍ମର ପ୍ରିଣ୍ଟଆଉଟ କାଢି ରଖନ୍ତୁ।
  • ତେବେ ୧୩ ଡିସେମ୍ବର ୨୦୨୧ ପୂର୍ବରୁ ପଦବୀ ପାଇଁ ଆବେଦନ କରି ଦିଅନ୍ତୁ ।

ପଦବୀ ପାଇଁ ଦରମା:

ହିନ୍ଦୀ ଅଫିସର ପାଇଁ ପ୍ରତି ମାସକୁ ୩୨,୯୭୫ ଟଙ୍କା ରଖା ଯାଇଥିବା ବେଳେ ମ୍ୟାନେଜମେଣ୍ଟ ଟ୍ରେନି ପାଇଁ ୪୦ ହଜାର ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି ।

ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ପରୀକ୍ଷା ଫିସ ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି ଏବଂ PwBD କ୍ୟାଟେଗୋରୀ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।