• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗାଈ ଭଳି ଜୀବକୁ ଆପଣ କେତେ ଟଙ୍କାରେ କିଣିବାକୁ ଚାହିଁବେ ? ୨୦ ହଜାର, ୩୦ ହଜାର, ୪୦ ହଜାର.. ବେଶୀରୁ ବେଶି ହେଲେ ଲକ୍ଷେ ଟଙ୍କା । ତେବେ ଯଦି ଆପଣଙ୍କୁ କୁହାଯିବ ଗାଈର ଦାମ୍ ୪୦ କୋଟି । ତେବେ ଆପଣ ବିଶ୍ୱାସ କରିବେ କି.. ନୁହେଁ ନା । ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଗାଈ ପାଇଁ ନିଲାମ ଡକାଯାଇଥିବା ବେଳେ ଏହା ୪୦ କୋଟିରେ ବିକ୍ରି ହୋଇଛି । ଘଟଣାଟି ହେଉଛି ବ୍ରାଜିଲର ।

ଭିଆଟିନା -19 FIV ମାରା ଇମୋଭିସ୍ ନାମରେ ଜଣାଶୁଣା ନେଲୋର ଗାଈଟି ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଗାଈ ଭାବେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି । ବ୍ରାଜିଲରେ ଆୟୋଜିତ ହୋଇଥିବା ଏହି ନିଲାମରେ ଗାଈର ଏପରି ଦାମ୍ ସମସ୍ତଙ୍କୁ ଚକିତ କରିଥିଲା ।

ଅଧିକ ପଢ଼ନ୍ତୁ: ଦୁନିଆର ସବୁଠୁ ଦାମୀ ଗିଟାର ! ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନେଲୋର ପ୍ରଜାତିର ଗାଈ ଦେଖିବାକୁ ବହୁତ ସୁନ୍ଦର । ଏହା ନିଜର ଧଳ ଚମଡ଼ା ଓ ପିଠିରେ ଥିବା କୁଜ ପାଇଁ ପ୍ରସିଦ୍ଧ । ଏହାର ଉତ୍ପତ୍ତି ଭାରତରେ ହୋଇଥିଲେ ମଧ୍ୟ ବ୍ରାଜିଲରେ ଏହା ସର୍ବାଧିକ ଲୋକପ୍ରିୟ । ଏହି ନେଲୋର ପ୍ରଜାତିଟି ଇଣ୍ତିଆନ ଅନଗୋଲ ପ୍ରଜାତିର ଗୋରୁମାନଙ୍କଠାରୁ ଉତ୍ପନ୍ନ । ୧୮୬୮ରେ ଏହି ଅନମୋଲ ଜାତୀୟ ପ୍ରଜାତି ବ୍ରାଜିଲ ରପ୍ତାନୀ ହୋଇଥିଲା । ସେବେଠାରୁ ନେଲୋର ପ୍ରଜାତିର ଗାଈର ସୃଷ୍ଟି ହୋଇଛି ।

ନେଲୋର ପ୍ରଜାତି ମୁଖ୍ୟତଃ ପରଜୀବୀ ସଂକ୍ରମଣକୁ ପ୍ରତିରୋଧ କରିପାରେ । ଦକ୍ଷ ମେଟାବୋଲିଜିମ୍ ପାଇଁ ଏହା ପଶୁପାଳକମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟ । ବ୍ରାଜିଲରେ ଥିବା ଗୋରୁମାନଙ୍କ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ନେଲୋର ପ୍ରଜାତିର । ପ୍ରତିକୂଳ ପରିବେଶ ସତ୍ତ୍ୱେ ସହଜ ପ୍ରଜନନ, ସ୍ଥିରତା, ଏହା ସହ ବ୍ରାଜିଲର ବିଭିନ୍ନ ଜଳବାୟୁରେ ନିଜକୁ ଫିଟ ରଖିବାର ଗୁଣ ପାଇଁ ଏହି ପ୍ରଜାତି ପଶୁପାଳକଙ୍କ ମଧ୍ୟରେ ଅତି ପ୍ରିୟ ହୋଇପାରିଛି । ଭିଆଟିନା -19 FIV ଉନ୍ନତ ଜେନେଟିକ୍ ପାଇଁ ଏହାର ଦାମ୍ ଆକାଶଛୁଆଁ ।