• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମହାକାଶଚାରୀ ମେଗାନଙ୍କ କେଶ ଧୋଇବା ଭିଡିଓ ଭାଇରାଲ

ମହାକାଶ ଜଗତ ଆମ ପାଇଁ ସଂପୂର୍ଣ ବିଚିତ୍ର ଅଟେ । ମହାକାଶଚାରୀଙ୍କୁ ନେଇ ଅନେକ ପ୍ରଶ୍ନ ମନରେ ଉଠିଥାଏ । ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ମହାକାଶଚାରୀଙ୍କ ଜୀବନ କିପରି? ତେବେ ଆମେମାନେ ପୃଥିବିପୃଷ୍ଠରେ ଯାହା ବି କାର୍ଯ୍ୟ କରୁଛନ୍ତି ତାହା ମହାକାଶରେ କରିବା ଏତେ ସହଜ ନୁହେଁ । ତେବେ ଏହାକୁ ନେଇ ମହାକାଶଚାରୀ ମେଗାନ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

ନିକଟରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନକୁ ଯାଇଥିବା ନାସାର ମହାକାଶଚାରୀ ମେଗାନ୍ ମାକାଥର୍ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କିପରି ନିଜର କେଶ ଧୋଇଛନ୍ତି ତାହା ଦେଖିବାକୁ ମିଳିଛି । ଭିଡିଓରେ ମେଗାନ୍ ମହାକାଶଚାରୀମାନେ କିପରି ତାଙ୍କର କେଶକୁ ସଫା ରଖଥାନ୍ତି ତାହା ଭିଡିଓରେ ଦର୍ଶାଇଛନ୍ତି । ମେଗାନ୍ ମାକାଥର୍ ଭିଡିଓ ସେୟାର କରିବା ସହିତ ଲେଖିଛନ୍ତି ଯେ ମହାକାଶଚାରୀମାନେ ସ୍ପେଶ୍‌ରେ ଗାଧୋଇପାରିବେ ନାହିଁ । କାରଣ ଗାଧୋଇବା ଦ୍ୱାରା ପାଣି ସବୁଠିକୁ ବ୍ୟାପିଯିବ । ସେଥିପାଇଁ ଏହି ଭିଡିଓରେ ଦେଖନ୍ତୁ ମହାକାଶଚାରୀମାନେ କିପରି କେଶ ସଫା କରିଥାନ୍ତି । ଆମେମାନେ ପୃଥିବିପୃଷ୍ଠରେ କରୁଥିବା କାର୍ଯ୍ୟ ଯେତେ ସରଳ ଥାଏ ତାହା ସ୍ପେଶ୍‌ରେ ଏତେ ସରଳ ନୁହଁ ବୋଲି ମେଗାନ କହିଛନ୍ତି । ଏହି ଭିଡିଓରେ ମେଗାନ ପାନିଆରେ ମୁଣ୍ଡ କୁଣ୍ଡଉଥିବାର ନଜର ଆସିଛନ୍ତି ।

ଭିଡିଓର ଆରମ୍ଭରେ ମେଗାନ୍ କହିଛନ୍ତି ଯେ ମହାକାଶଚାରୀମାନେ ମହାକାଶରେ ଥିବାବେଳେ କିପରି ପ୍ରତିଦିନ କେଶ ସଫା କରନ୍ତି ତାଙ୍କୁ ପଚରାଯାଏ । ସେ କୁହନ୍ତି ମୁଁ ସ୍ପେଶ୍‌ରେ କିପରି କେଶ ଧୋଇବି ତୁମକୁ ଆଜି ଦେଖାଇବାକୁ ଚାହୁଁଛି । ସେ ଏହି ଭିଡିଓକୁ ଦୁଇ ଦିନ ପୂର୍ବରୁ ସେୟାର କରିଥିଲେ ଏବଂ ଭିଡିଓ ପୋଷ୍ଟ ହେବା ପରଠାରୁ ଏହାକୁ ହଜାର ହଜାର ଲୋକ ଦେଖି ସାରିଲେଣି । ଭିଡିଓଟିକୁ ଦେଖିବା ପରେ ଲୋକମାନେ ଏହା ଉପରେ ସେମାନଙ୍କର ମତାମତ ସହ ପ୍ରତିକ୍ରିୟା ରଖିଛନ୍ତି ।

ମେଗାନ୍‌ଙ୍କ ଏହି ଭିଡିକୁ ଦେଖି ଜଣେ ଉପଭୋକ୍ତା ସାନଦାର ଲେଖିଛନ୍ତି,ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହି ଭିଡିଓ ପାଇଁ ଧନ୍ୟବାଦ । ଆଉ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ମୁଁ ଭାବୁଛି ଯଦି ପୃଥିବୀପୃଷ୍ଠରେ ଏହିଭଳି କେଶକୁ ଧୁଆଯିବ ତାହେଲେ ପୃଥିବୀପୃଷ୍ଠରେ ବହୁ ଜଳ ସଞ୍ଚୟ ହୋଇପାରିବ ।

ନିକଟରେ ମହାକାଶଚାରୀ ମେଗାନ୍ ମାକାଥର୍ ମଧ୍ୟ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି। ନାସା ମହାକାଶଚାରୀମାନେ ମଧ୍ୟ ଏହି ଅବସରରେ ଏକ ଆଇସ୍କ୍ରିମ୍ ପାର୍ଟିର ଆୟୋଜନ କରିଥିଲେ। ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ମାକାଥର୍ ବର୍ତ୍ତମାନ ପୃଥିବୀ ଠାରୁ ୨୬୦ ମାଇଲ ଦୂରରେ ଥିବା ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଅଛନ୍ତି । ସେ ଏପ୍ରିଲ ମାସଠାରୁ କ୍ୟାମ୍ପ ୬୫ ଅଧୀନରେ ସ୍ପେଶ୍ ଷ୍ଟେସନକୁ ଆସିଥିଲେ ।