• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କ୍ଷମତା ଦଖଲ ପରେ ପୁରୁଣା ଶାସନ ଢ଼ାଞ୍ଚାରେ ତାଲିବାନ୍

  • ଆଫଗାନିସ୍ତାନରେ ସହଶିକ୍ଷା ବ୍ୟବସ୍ଥା ଉପରେ ଲାଗିଲା ରୋକ୍

  • ଆଫଗାନିସ୍ତାନରେ ଅଜବ କଟକଣା

କାବୁଲ : ଆଫଗାନିସ୍ତାନରେ ଅଜବ କଟକଣା । ଆଫଗାନିସ୍ତାନରେ ସହଶିକ୍ଷା ବ୍ୟବସ୍ଥା ଉପରେ ଲାଗିଲା ରୋକ୍ । ଆଫଗାନିସ୍ତାନରେ ମହିଳାଙ୍କୁ ଅଧିକାର ଦେବାର ପ୍ରତିଶ୍ରୁତି ଦେବାର କିଛି ଦିନ ପରେ ସହ-ଶିକ୍ଷା ଉପରେ ପ୍ରତିବନ୍ଧକ ଘୋଷଣା କରିଛି ତାଲିବାନ୍ । ଆଫଗାନିସ୍ତାନରେ ନୂତନ ସରକାର ଗଠନ କରିବା ପାଇଁ ଚେଷ୍ଟା କରୁଥିବା ତାଲିବାନ ଶେଖ ଅବଦୁଲ ବାକି ହକାନୀଙ୍କୁ ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି । କ୍ଷମତା ଦଖଲ ପରେ ପୁରୁଣା ଶାସନ ଢ଼ାଞ୍ଚା ଆପଣାଇଛି ତାଲବାନ୍ । ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଆଫଗାନିସ୍ତାନର ମୋଟ୍ ୩୪ଟି ପ୍ରଦେଶରୁ ୩୩ ଟି ଦଖଲ କରିଥିବା ତାଲିବାନ୍ ଦିନକୁ ଦିନ ଆହୁରି କଠୋର କଟକଣା ଲାଗୁ କରୁଛି । ମହିଳାଙ୍କ ଅଧିକାର ଉପରେ ଧୀରେ ଧୀରେ ବ୍ୟାନ୍ ଲଗାଉଛି ତାଲିବାନ୍ । ବର୍ତ୍ତମାନ ଶରିଆ ଆଇନ ଅନୁଯାୟୀ ମହିଳାଙ୍କୁ ଶିକ୍ଷା ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ଶିକ୍ଷା ମନ୍ତ୍ରୀ ହକାନୀ । ତାଲିବାନଙ୍କ ଏହି ପଦକ୍ଷେପକୁ ଅନେକ ଲୋକ ନିନ୍ଦା କରିଛନ୍ତି । କାରଣ ତାଲିବାନଙ୍କ କାବୁଲ ଦଖଲ ପରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏପରି ସ୍ଥିତିରେ ନାହାଁନ୍ତି ଯେ ସେମାନେ ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଶ୍ରେଣୀର ବ୍ୟବସ୍ଥା କରିପାରିବେ।

ଆଫଗାନିସ୍ତାନ ଜଣେ ସାମ୍ବାଦିକ ବଶିର ଅହମ୍ମଦ ଗ୍ୱାଖ୍ ଟ୍ୱିଟରେ ଏକ ପୋଷ୍ଟ କରି କହିଛନ୍ତି, ତାଲିବାନ ଆନୁଷ୍ଠାନିକ ଭାବେ ସହ-ଶିକ୍ଷା ଉପରେ ବ୍ୟାନ୍ ଘୋଷଣା କରିଛି । ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇ‍ବେ ନାହିଁ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଅନେକ ଝିଅ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ । କାରଣ ବିଶ୍ୱବିଦ୍ୟାଳୟ ଗୁଡ଼ିକ ରୋଜଗାର କରିବାକୁ ସକ୍ଷମ ନାହାନ୍ତି କି ସେଠାରେ ପର୍ଯ୍ୟାପ୍ତ ମାନବ ସମ୍ବଳ ନାହିଁ । ଆଫଗାନିସ୍ତାନର ହେରାତ ପ୍ରଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପୂର୍ବରୁ ସହ-ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇ ସାରିଥିଲା ତାଲିବାନ୍ ।

ସେପଟେ ଗତକାଲି କାବୁଲ ବିମାନ ବନ୍ଦର ନିକଟରେ ପୁଣି ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏକ ଅଟ୍ଟାଳିକାକୁ ଟାର୍ଗେଟ କରି ରକେଟ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଥିଲା । ଗତ ଗୁରୁବାର ଏୟାରପୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୧୩ ଆମେରିକୀୟ ସୈନ୍ୟଙ୍କୁ ମିଶାଇ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ଲାଗି ISIS-KP ବା ଆଇସିସ୍-ଖୋରାସିନ୍ ନିଜକୁ ଦାୟୀ କରାଯାଇଥିଲା ।