• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକୀୟ ବିମାନରେ ଦେଶ ଛାଡ଼ିବା ବେଳେ ଆଫ୍‌ଗାନୀ ମହିଳାଙ୍କ ସନ୍ତାନ ପ୍ରସବ । ଆମେରିକା ବାୟୁସେନାର C-17 ବିମାନରେ କାବୁଲ୍‌ରୁ ଏହି ଆସନ୍ନ ପ୍ରସବାଙ୍କୁ ଉଦ୍ଧାର କରି ନିଆଯାଉଥିଲା । ତେବେ ଆକାଶମାର୍ଗରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେବା ସହ କିଛି ଜଟିଳତା ମଧ୍ୟ ଦେଖାଦେଇଥିଲା ।ଏହାପରେ କ୍ୟାପ୍‌ଟେନ୍ ବିମାନକୁ କମ୍ ଉଚ୍ଚତାରେ ଉଡ଼ାଇବାକୁ ଚେଷ୍ଟା କରିଥିଲେ । ବାୟୁଚାପ ସାମାନ୍ୟ ହେବା ପରେ ତାଙ୍କ ଅବସ୍ଥା ସୁଧୁରିଥିଲା ।

ତେବେ ଜର୍ମାନୀର ରାମ୍‌ଷ୍ଟିନ୍ ଏୟାର୍‌ବେସ୍‌ରେ ବିମାନଟି ଅବତରଣ କରିବା ମାତ୍ରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ତାଙ୍କୁ ନିକଟସ୍ଥ ମେଡିକାଲ୍‌କୁ ନିଆଯାଇଥିବା ବେଳେ ଏବେ ମା ଓ ନବଜାତ ସୁସ୍ଥ ଥିବା ଆମେରିକା ଏୟାର୍ ମୋବିଲିଟି କମାଣ୍ଡ ପକ୍ଷରୁ ଟୁଇଟ୍‌ଆ ସୂଚନା ଦିଆଯାଇଛି ।ତେବେ ଏଭଳି ଆସନ୍ନ ପ୍ରସବା ମହିଳା ମଧ୍ୟ ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚେଷ୍ଟା କରିବା ଘଟଣା, ଆଫ୍‌ଗାନିସ୍ତାନର ଉଦ୍‌ବେଗଜନକ ସ୍ଥିତିକୁ ସୂଚାଉଛି ।

ଅନ୍ୟପଟେ ଆଫ୍‌ଗାନିସ୍ତାନରେ ଫଶି ରହିଥିବା ଆଉ ୧୪୬ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ସେମାନଙ୍କୁ ପ୍ରଥମେ ଆଫଗାନିସ୍ତାନର କାବୁଲରୁ ଦୋହାକୁ ନିଆଯାଇଛି ପରେ ସେଠାରୁ ଭାରତ ଅଣାଯାଉଛି ବୋଲି କତାରରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି । ଏହା ପୂର୍ବରୁ ଗତକାଲି ସୁଦ୍ଧା ୩୯୨ ଜଣଙ୍କୁ ଉଦ୍ଧାର କରି ଭାରତ ଅଣାଯାଇଥିଲା । ଏମାନଙ୍କ ମଧ୍ୟରେ ୨ ଜଣ ଆଫଗାନିସ୍ତାନ ସାଂସଦ ମଧ୍ୟ ଅଛନ୍ତି । ସି-୧୭ ବିମାନରେ ୨୩ ଜଣ ଆଫଗାନୀ ଶିଖ୍ ଓ ହିନ୍ଦୁଙ୍କୁ ମିଶାଇ ୧୬୮ ଜଣଙ୍କୁ ଦିଲ୍ଲୀ ନିକଟବର୍ତ୍ତୀ ହିଣ୍ଡନ ଏୟାରବେସକୁ ଅଣାଯାଇଥିଲା । 

ଏବେ ଆଫଗାନିସ୍ତାନରେ ସ୍ଥିତି ସାଂଘାତିକ । କାବୁଲରୁ ଭାରତକୁ ଫେରିବା ପରେ ସେଠାକାର ଛାତିଥରା ସ୍ଥିତି କଥା କହିଛନ୍ତି ଦିଲୀପ ଭଂଜ । ଦିଲୀପ ମିଳିତ ଜାତିସଂଘରେ କାମ କରୁଥିଲେ । ଓଟିଭିକୁ ଏକ୍ସକ୍ଲୁସିଭ ସାକ୍ଷାତ ଦେଇ ସେ କହିଛନ୍ତି, ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଗମ୍ଭୀର । କାବୁଲ ବିମାନ ବନ୍ଦରରେ ପହଞ୍ଚିବାକୁ ୧୫ ମିନିଟର ରାସ୍ତା ଲାଗିଥିଲା ୩ ଘଣ୍ଟା । କେବଳ ଏତିକି ନୁହେଁ ଆସିବା ବାଟରେ ସେମାନଙ୍କୁ ଅଟକାଇଥିଲେ ତାଲିବାନୀ । ବହୁ କଷ୍ଟରେ ଛାଡ଼ିଥିଲେ । ଏବେ ବି ସେଠାରେ ବହୁ ଭାରତୀୟ ଫସି ରହିଥିବା ସୂଚନା ଦେଇଛନ୍ତି ଦିଲୀପ । କେମିତି ସେମାନଙ୍କୁ ଉଦ୍ଧାର କରାଯିବ, ସେ ନେଇ ସରକାରଙ୍କ ସହିତ କଥା ହେବେ ବୋଲି କହିଛନ୍ତି ଦିଲୀପ ।